Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

OMC Annual Sports Meet / ଖେଳ ମାଧ୍ୟମରେ ଏକତା ଓ ସୁସ୍ଥତାର ସନ୍ଦେଶ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଖେଳ ମାଧ୍ୟମରେ ଏକତା ଓ ସୁସ୍ଥତାର ସନ୍ଦେଶ
OMC Annual Sports Meet

Key Points

ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫
ଖେଳ ମାଧ୍ୟମରେ ଏକତା ଓ ସୁସ୍ଥତାର ସନ୍ଦେଶ

ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମସି)ର ତୃତୀୟ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ୨୦୨୫ ଆରମ୍ଭ ହୋଇଯାଇଛି । ଏହି ତିନି ଦିନିଆ କ୍ରୀଡ଼ା ମହୋତ୍ସବ ୨୨ ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ ଏବଂ ଇଷ୍ଟ କୋଷ୍ଟ ରେଲୱେ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି । ଏହି କ୍ରୀଡ଼ା ସମ୍ମିଳନୀକୁ ଓଏମସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଖୋରା, ନିର୍ଦ୍ଦେଶକ (ଅପରେସନ୍‌ସ) ସବ୍ୟସାଚୀ ମହାନ୍ତି; ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଲ୍‌; ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଓ ଅଂଶଗ୍ରହଣକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।


ଏହି କ୍ରୀଡ଼ା ସମ୍ମିଳନୀରେ ୫୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରୁଥିବା ବେଳେ ହାଇ ଜମ୍ପ, ଲଙ୍ଗ ଜମ୍ପ, ଜାଭେଲିନ୍‌, ଟେବୁଲ୍‌ ଟେନିସ୍‌, ଭଲିବଲ୍‌ ଓ କ୍ରିକେଟ୍‌ ସହିତ ମୋଟ ୧୮ଟି କ୍ରୀଡ଼ା ପ୍ରତିଯୋଗିତା ହେବାକୁ ଯାଉଛି । ଏହା କର୍ମଚାରୀଙ୍କ ସୁସ୍ଥତା, ଦଳୀୟ ସହଯୋଗ ପ୍ରତି ଓଏମ୍‌ସିର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । କର୍ମଚାରୀଙ୍କୁ ସମ୍ବୋଧନ କରି ଶ୍ରୀ ସାମଲ କହିଥିଲେ ଯେ, 'ଓଏମସି ବାର୍ଷିକ କ୍ରୀଡ଼ା ସମ୍ମିଳନୀ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଦଳଗତ ଭାବେ କାର୍ଯ୍ୟ କରିବା, ଶିଷ୍ଟାଚାର, ସହଭାଗିତାର ଏକ ଉତ୍ସବ । କ୍ରୀଡ଼ା ମାଧ୍ୟମରେ ଆମେ ସମସ୍ତେ ଏକ ପରିବାର ଭାବେ ଏକତ୍ରିତ ହୋଇଛୁ । ଏକ ସଂଗଠନ ଭାବେ ଓଏମସି ରାଜ୍ୟ ତଥା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି, ଏବଂ ଏପରି କାର୍ଯ୍ୟକ୍ରମଗୁଡ଼ିକ ଆମ ସଂଗଠନର ସଫଳତା ତଥା ଓଡ଼ିଶାର ବିକାଶକୁ ଆଗେଇ ନେବାରେ ସହାୟକ ହବ।'

ଏଥିସହ ପଢ଼ନ୍ତୁ: ବିଜୟ ହଜାରେ ଟ୍ରଫିରେ ରନ୍ ବର୍ଷା କରିବେ ରୋ-କୋ


ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜାଗର କରୁଥିବା ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ହୋଇଥିଲା । ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତର ଉତ୍ସାହଭରା ପ୍ରସ୍ତୁତି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା । କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମସ୍ତ ଅଂଶଗ୍ରହଣକାରୀ ଓ ଅଧିକାରୀମାନେ ସାମୂହିକ ଭାବେ କ୍ରୀଡ଼ା ସୁରକ୍ଷା ଶପଥ ଗ୍ରହଣ କରିଥିଲେ । ଏଥିରେ ସୁସ୍ଥ ପ୍ରତିସ୍ପର୍ଧା, ସୁରକ୍ଷା ନିୟମର ପାଳନ, ଆଚରଣ ଓ ପାରସ୍ପରିକ ସମ୍ମାନ ପ୍ରତି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା । ତୃତୀୟ ଓଏମସି ବାର୍ଷିକ କ୍ରୀଡ଼ା ସମ୍ମିଳନୀ ୨୦୨୫ ଏକତା, ସମାବେଶୀକରଣ, ଶାରୀରିକ ସୁସ୍ଥତା ଓ ଦୃଢ଼ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପ୍ରତି ଓଏମସିର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରେ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
OMC Annual Sports Meet | OMC Annual Sports Meet 2025 Promotes Unity and Wellness Through Sports | Argus News | Argus News