ଦିନିକିଆ ସିରିଜ: ରୋହିତ ଅଧିନାୟକ, ଗିଲ୍ ଉପ-ଅଧିନାୟକ

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଲାଗି ବିସିସିଆଇ କରିଛି ଦଳ ଘୋଷଣା।ସିରିଜରେ ନଜର ଆସିବେ ହିର୍ଟମ୍ୟାନ୍ ରୋହିତ ଶର୍ମା ଓ ରନ୍ ମେସିନ ବିରାଟ କୋହଲି। ଦିନିକିଆରେ ରୋହିତ ଅଧିନାୟକ,ଗିଲଙ୍କୁ ମିଳିଛି ଉପ ଅଧିନାୟକ ଭାର,ଟି-୨୦ରେ ମଧ୍ୟ ଭାରତୀୟ ଟିମର ନୂଆ ଉପ ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍।
ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୋଲକାତା ନାଇଟ ରାଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି। ଭାରତ ଅଗଷ୍ଟ ୨ରୁ ୭ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳିବ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଗୌତମ ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ଆରମ୍ଭ ହେବ।
📱 Get Argus News App
✨
କେଏଲ ରାହୁଲ, ଶ୍ରେୟସ ଆୟର ମଧ୍ୟ ଦଳକୁ ଫେରିଛନ୍ତି। ସେହିପରି ଶିବମ ଦୁବେ ସ୍କ୍ୱାଡରେ ରହିଛନ୍ତି। ରାଣାଙ୍କ ବ୍ୟତୀତ ଖଲୀଲ ଅହମଦ, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ଦ୍ରୁତ ବୋଲିଂର କମାଣ ସମ୍ଭାଳିବେ। ଟି-୨୦ ଭଳି ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଦିନିକିଆରେ ବିଶ୍ରାମ ଦିଆଯାଇଛି।