Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଓଭାଲ ଟେଷ୍ଟ : ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ

Ritu Das
Browse all articles by Ritu Das
·11 months ago·1 min read
ଓଭାଲ ଟେଷ୍ଟ : ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ

Key Points

ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ

ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତର ବ୍ୟାଟିଂ ଧରାଶାୟୀ

ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ

ଭାରତ-ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଲଣ୍ଡନର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜି ହେଉଛି ଏହି ମ୍ୟାଚର ଦ୍ବିତୀୟ ଦିନ। ଏହି ମ୍ୟାଚର ପ୍ରଥମ ପାରିରେ ଭାରତୀୟ ଟିମ ୨୨୪ ରନରେ ଅଲଆଉଟ ହୋଇଛି। ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ ।


ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁଭମନ ଗିଲ୍ ୨୧ ରନ କରିଥିଲେ । ଗତ ମ୍ୟାଚରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଡେଜା ମାତ୍ର ୯ ରନ କରିଥିଲେ । ତେବେ କରୁଣ ନାୟାର ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୭ ରନ କରିଥିବାବେଳେ ଧ୍ରୁବ ଜୁରେଲ ୧୯ ଓ ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
oval-test-india-all-out-for-224-in-first-innings | Argus News