ପହଲଗାମ ଆତଙ୍କୀ ଆକ୍ରମଣ: ଆଜି ଆଇପିଏଲ ମ୍ୟାଚରେ କଳା ବ୍ୟାଣ୍ଡ ପିନ୍ଧିବେ ଖେଳାଳି
·1 year ago

ପହଲଗାମ ଆତଙ୍କୀ ହମଲାକୁ ନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ସାରା ବିଶ୍ୱରେ ଦେଖାଦେଇଛି ପହଲଗାମ୍ ଆକ୍ରମଣ ବିରୋଧରେ ପ୍ରତିବାଦ। ଆଉ ଏହି ପହଲଗାମ୍ ଆକ୍ରମଣକୁ ଦୃଷ୍ଟିରେ ରଖି IPLରେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବାକୁ ଯାଉଛି ମ୍ୟାଚ୍। ଏହି ମ୍ୟାଚ୍ ମୁମ୍ୱାଇ ଓ ହାଇଦ୍ରାବାଦ୍ ମଧ୍ୟରେ ରାଜୀବଗାନ୍ଧୀ ଷ୍ଟାଡିୟମରେ ଖେଳାଯିବାକୁ ଅଛି। ଆଉ ଆଜି ଗୋଟିଏ ଦିନ ପାଇଁ ପହଲଗାମ୍ ଆକ୍ରମଣକୁ ଦୃଷ୍ଟିରେ ରଖି କଳା ବ୍ୟାଣ୍ଡ ପିନ୍ଧିବେ ଖେଳାଳି।
IPLରେ ପହଲଗାମ୍ ଆକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଓ ଅମ୍ପାୟାରମାନେ ଆଜି କଳା ଫିତା ପିନ୍ଧିବେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ପାଳନ କରାଯିବା ସହ, ଚିଅରଲିଡର୍ସମାନେ ପ୍ରଦର୍ଶନ କରିବେ ନାହିଁ। ଏହାସହ ଆଜିର ମ୍ୟାଚ୍ ପାଇଁ ଆତସବାଜିକୁ ମଧ୍ୟ ବାତିଲ୍ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: