Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ; ଶେହବାଜ କହିଲେ- 'ଆମେ ବାଂଲାଦେଶ ସହ ଅଛୁ'

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ; ଶେହବାଜ କହିଲେ- 'ଆମେ ବାଂଲାଦେଶ ସହ ଅଛୁ'
T20 World Cup 2026: Pakistan Boycotts India Match

Key Points

  • ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନର ବର୍ଜନ
  • ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରଖିଲେ ସ୍ପଷ୍ଟ ମତ
  • ଆମ ସରକାର ବାଂଲାଦେଶ ସହ ଛିଡ଼ା ହୋଇଛି, ଭାରତ ସହ ଖେଳିବୁନି
  • ଫେବ୍ରୁଆରୀ ୧୫ରେ କଲୋମ୍ବୋରେ ମୁହାଁମୁହିଁ ହୋଇଥାନ୍ତେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ବିଶ୍ଵକପ୍‌ରେ ଭାରତ ସହ ପାକିସ୍ତାନ ଖେଳିବ ନାହଁ । ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ବର୍ଜନ କରିଛି । ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏନେଇ ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି, "ଆମ ସରକାର ବାଂଲାଦେଶ ସହ ଛିଡ଼ା ହୋଇଛି ।"

ଫେବ୍ରୁଆରୀ ୧୫ ତାରିଖରେ କଲୋମ୍ବୋରେ ଭାରତ-ପାକିସ୍ତାନ ମଧ୍ୟରେ ଗ୍ରୁପ-ଏରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବାର ଅଛି । ଯାହା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କ୍ୟାବିନେଟ୍ ବୈଠକରେ ସ୍ପଷ୍ଟ ମତ ରଖି କହିଛନ୍ତି- "ପାକିସ୍ତାନ, ଭାରତ ବିପକ୍ଷରେ ଖେଳିବ ନାହିଁ ।"

ଏଥିସହ ପଢ଼ନ୍ତୁ: ୪ରୁ ୫ ଦିନ ମଧ୍ୟରେ ପଲଟିଯିବ ପାକିସ୍ତାନ... ଏମିତି ଦାବି କଲେ ଖେଳାଳି

ଶେହବାଜ କହିଛନ୍ତି, "ଟି-ଟ୍ଵେଣ୍ଟି ବିଶ୍ଵକପ୍‌କୁ ନେଇ ଆମେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେଇଛୁ ଯେ ଭାରତ ବିପକ୍ଷରେ ଖେଳିବୁ ନାହିଁ । ଖେଳ ପଡ଼ିଆରେ ରାଜନୀତି ହେବ ଉଚିତ ନୁବେଁ । ଆମେ ବାଂଲାଦେଶ ସହ ଛିଡ଼ା ହୋଇଛୁ ଏବଂ ଏହା ଏକ ସଠିକ୍ ନିଷ୍ପତ୍ତି ।"

ଫେବ୍ରୁଆରୀ ୧ ତାରିଖରେ ପାକିସ୍ତାନ ସରକାର ଘୋଷଣା କହିଥିଲେ, ସିନିୟର ପୁରୁଷ ଦଳ ବିଶ୍ଵକପ୍‌ରେ ଭାଗ ନେବ । ଫେବ୍ରୁଆରୀ ୧୫ରେ କଲୋମ୍ବୋରେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବ ନାହିଁ । ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବାକୁ ମନା କରିଥିଲା । ଯାହା ପରେ ଆଇସିସି, ବାଂଲାଦେଶକୁ ବିଶ୍ଵକପ୍‌ରୁ ବିଦା କରିବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ।

କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ବର୍ଜନ କରିବା ନେଇ ବିଧିବଦ୍ଧ ଭାବେ ଆଇସିସିକୁ ଅବଗତ କରି ନାହିଁ । ସୂତ୍ର ଅନୁସାରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ନେଇଥିବା ନିଷ୍ପତ୍ତି ଉପରେ ଆଇସିସିକୁ ବିଧିବଦ୍ଧ ଇମେଲ୍ ପଠାଇବାକୁ ମନା କରୁଛି ।

ଏଥିସହ ପଢ଼ନ୍ତୁ: ଭୟରେ ଟିମ୍ ଇଣ୍ଡିଆ ସହ ଖେଳିଲେନି, ଆଉ ଏବେ ପାକିସ୍ତାନକୁ ଶିକ୍ଷା ଦେବେ 'ଇନ୍ଦ୍ରଦେବ' !

ଯଦି ପିସିବି ବିଧିବଦ୍ଧ ଭାବେ ଆଇସିସିକୁ ତାର ନିଷ୍ପତ୍ତି ବାବଦରେ ଅବଗତ କରାଇବ ନାହିଁ, ତାହେଲେ ଭାରତ-ପାକିସ୍ତାନ ମ୍ୟାଚ୍ ସୂଚୀ ପୂର୍ବ ଭଳି ରହିବା ସହ ପ୍ରସଙ୍ଗରେ ଅନିଶ୍ଚିତତା ଲାଗି ରହିପାରେ । ଆଇସିସି, ପାକିସ୍ତାନର ବିଧିବଦ୍ଧ ଚିଠିକୁ ଅପେକ୍ଷା କରିଛି । ଚିଠି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇପାରେ ।

ଭାରତୀୟ କ୍ରିକେଟ ଦଳ ୧୫ ତାରିଖ ମ୍ୟାଚ୍ ପାଇ କଲୋମ୍ବୋ ଯିବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସାମିଲ୍ ହେବେ ଏବଂ ଟସ୍ ଲାଗି ପଡ଼ିଆକୁ ଯିବେ । ଯଦି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ଟସ୍ ପାଇଁ ଆସିବେ ନାହିଁ ତାହେଲେ ମ୍ୟାଚ୍ ରେଫରୀ ଭାରତକୁ ୱାକଓଭର ଦେବେ । ଏଭଳି ଭାବେ ଭାରତ ୨ ଅଙ୍କ ପାଇବ । ତେବେ ଭାରତ ଓ ପାକିସ୍ତାନ ଉଭୟ କଲୋମ୍ବୋ ନ ଆସିଲେ ଦୁଇ ଟିମ୍‌କୁ ୧ ପଏଣ୍ଟ ଲେଖାଏଁ ମିଳିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Refuses to Play India in T20 World Cup 2026: Shehbaz Sharif | Argus News | Argus News