ପାକିସ୍ତାନ କ୍ରିକେଟ୍ରେ ହଲଚଲ: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର

ଅର୍ଗସ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ହଲଚଲ। ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ପାକିସ୍ତାନ ଦଳକୁ ଝଟକା ଲାଗିଛି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ କରାଯାଇଥିଲା। ଏଥର ବାବର ‘କାର୍ଯ୍ୟଭାର’ ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ସେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ବୁଧବାର ବାବର ଫ୍ୟାନ୍ସଙ୍କ ସହ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଶେୟାର କରିଛନ୍ତି। ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକଗଣ, ମୁଁ ଆଜି ଆପଣଙ୍କ ସହ କିଛି ଖବର ବାଣ୍ଟୁଛି। ମୁଁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଏହି ପଦରୁ ଇସ୍ତଫା ଦେବା ଏବଂ ମୋର ଖେଳକୁ ଧ୍ୟାନ ଦେବା ପାଇଁ ସମୟ ଆସିଛି। ମୋର ପ୍ରଦର୍ଶନକୁ ପ୍ରାଥମିକତା ଦେବା ଏବେ ମୋର କାମ। ମୋର ବ୍ୟାଟିଂକୁ ଉପଭୋଗ କରିବାକୁ ଏବଂ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି, ଯାହା ମୋତେ ଖୁସି ଦିଏ।
📱 Get Argus News App
✨ବର୍ଷେ ମଧ୍ୟରେ ଅଧିନାୟକତ୍ୱରୁ ଏହା ବାବର ଆଜମଙ୍କର ଦ୍ୱିତୀୟ ଇସ୍ତଫା। ଏହାପୂର୍ବରୁ ସେ ଦିନିକିଆ ବିଶ୍ୱକପ ୨୦୨୩ ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଦିନିକିଆ ବିଶ୍ୱକପ ପରେ ବାବର ନଭେମ୍ବର ୧୫, ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ବାବର ପାକିସ୍ତାନ ପାଇଁ ତିନୋଟି ଫର୍ମାଟର ଅଧିନାୟକ ଥିଲେ। ଏହା ପାକିସ୍ତାନ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏବେ କିଏ ହେବ କ୍ୟାପଟେନ ନା' ପୁଣି ଥରେ ବାବର କ୍ୟାପଟେନ୍ସି ଦାୟିତ୍ବ ନେବାକୁ ମାନିଯିବେ। ତାହା ଖୁବଶୀଘ୍ର ଜଣାପଡ଼ିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର