Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ହ୍ୟାଣ୍ଡସେକ ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ହଇଚଇ

Ritu Das
Browse all articles by Ritu Das
·10 months ago·2 min read
ହ୍ୟାଣ୍ଡସେକ ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ହଇଚଇ

Key Points

ଏସିଆ କପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ହାତ ନ ମିଳାଇବା ଘଟଣା ପରେ, ପାକିସ୍ତାନ ଅପମାନିତ ଅନୁଭବ କରୁଛି । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡରେ ହଇଚଇ ସୃଷ୍ଟି ହୋଇଛି।

ଏସିଆ କପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ହାତ ନ ମିଳାଇବା ଘଟଣା ପରେ, ପାକିସ୍ତାନ ଅପମାନିତ ଅନୁଭବ କରୁଛି । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ପିସିବି ଅଧ୍ୟକ୍ଷ ମହସିନ ନକବି ପିସିବିର ଅନ୍ତର୍ଜାତୀୟ କ୍ରିକେଟ ନିର୍ଦ୍ଦେଶକ ଉସମାନ ୱାହାଲାଙ୍କୁ ହଟାଇଦେଇଛନ୍ତି । ମ୍ୟାଚ ପୂର୍ବରୁ ଓ ପରେ ହୋଇଥିବା ବିବାଦାସ୍ପଦ ଘଟଣାକୁ ରୋକିବାରେ ବିଫଳ ହୋଇଥିବାରୁ ଉସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉସମାନ ୱାହାଲା ଗତ ଦୁଇ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ଏବଂ ସେ ପାକିସ୍ତାନ ସୁପର ଲିଗର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।


ସେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ସମୟ ମଧ୍ୟରେ ସମାଧାନ କରିବାରେ ବିଫଳ ହେବାର ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଭାରତର ଆଚରଣ ଖେଳଭାବନାର ବିରୋଧୀ ବୋଲି ପାକିସ୍ତାନର ପୂର୍ବତନ ଖେଳା​ଳି ଓ ନେତାମାନେ ମତ ଦେଇଛନ୍ତି । ମ୍ୟାଚ ପୂର୍ବରୁ ଓ ପରେ ହୋଇଥିବା ବିବାଦାସ୍ପଦ ଘଟଣାକୁ ରୋକିବାରେ ବିଫଳ ହୋଇଥିବାରୁ ଉସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉସମାନ ୱାହାଲା ଗତ ଦୁଇ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ଏବଂ ସେ ପାକିସ୍ତାନ ସୁପର ଲିଗର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ଭାରତ-ପାକିସ୍ତାନ ମ୍ୟାଚର ଟସ ପଡ଼ିବା ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇନଥିଲେ । ଏପରିକି ମ୍ୟାଚ ପରେ ବି ଖେଳାଳିମାନେ ହାତ ମିଳାଇନଥିଲେ । ଏଥିରେ ଖପ୍ପା ହୋଇ ପିସିବି ଆଇସିସି ନିକଟରେ ଏକ ଆବେଦନ କରି ଭାରତ-ପାକିସ୍ତାନ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ଦାବି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Handshake Controversy Sparks Big Uproar in Pakistan Cricket Board | Argus News | Argus News