Pakistan ICC controversy / ପାକିସ୍ତାନର ଡ୍ରାମାବାଜି ପରେ ICCକୁ କେତେ କ୍ଷତି ସହିବାକୁ ପଡ଼ିବ?
·5 months ago·2 min read

Key Points
ଯଦି ପାକିସ୍ତାନ ନିଜ ଜିଦ୍ରେ ଅଟଳ ରୁହେ, ତେବେ ସେମାନଙ୍କୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବିଜ୍ଞାପନ ବାବଦକୁ ୨୦୦ରୁ ୨୫୦ କୋଟି ଟଙ୍କାର ରାଜସ୍ୱ ହରାଇବ।
ଟି-୨୦ ବିଶ୍ବକପ ପାକିସ୍ତାନ ଭାରତ ସହ ଖେଳିବନି ବୋଲି ସଫା ମନା କରିଦେଇଥିଲା। ଉଭୟ ଦେଶ ମଧ୍ୟରେ ଫେବୃଆରୀ ୧୫ ତାରିଖରେ କଳମ୍ବୋରେ ଖେଳିବାର ଥିଲା। କିନ୍ତୁ ହଠାତ ଭାରତ ସହ ମ୍ରାଚ ଖେଳିବାକୁ ପାକିସ୍ତାନ ମନା କରିଦେଇଛି। ଯାହା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଏଭଳି ବୟକଟ ନିଷ୍ପତ୍ତି ବିଶ୍ବକପ ଆରମ୍ଭ ହେବାର ୫ଦିନ ପୂର୍ବରୁ ଉଠାଇଛି। ଏଭଳି ନିଷ୍ପତ୍ତି ଦ୍ବାରା ଆଇସିସିର ବଡ଼ କ୍ଷତି ହୋଇଛି।
ଆଇସିସି ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରୁ ଆନୁମାନିକ ୨୫୦ ମିଲିଅନ ଆମେରିକୀୟ ଡଲାର ବା ୨୨୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇଥାଏ।
ଯଦି ଟି୨୦ ବିଶ୍ୱକପ୍ରୁ ଭାରତ-ପାକ୍ ମ୍ୟାଚ୍କୁ ବାଦ୍ ଦିଆଯାଏ, ତେବେ ଆଇସିସି ସମେତ ପ୍ରତ୍ୟେକ ଅଂଶୀଦାରଙ୍କୁ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଣୁ ୨୨୦୦ କୋଟି କ୍ଷତି ହେବ ବୋଲି ଆକଳନ କରାଯାଉଛି। ଭାରତ ବିପକ୍ଷରେ ଆସନ୍ତା ୧୫ ତାରିଖରେ କଲମ୍ୱୋରେ ହେବାକୁ ଥିବା ବହୁପ୍ରତୀକ୍ଷିତ ମ୍ୟାଚ୍କୁ ପାକିସ୍ତାନ ଦଳ ବର୍ଜନ କରିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଯଦି ପାକିସ୍ତାନ ନିଜ ଜିଦ୍ରେ ଅଟଳ ରୁହେ, ତେବେ ସେମାନଙ୍କୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବିଜ୍ଞାପନ ବାବଦକୁ ୨୦୦ରୁ ୨୫୦ କୋଟି ଟଙ୍କାର ରାଜସ୍ୱ ହରାଇବ।
ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା ପରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଥିଲା, ଚୟନମୂଳକ ଅଂଶଗ୍ରହଣ କରିବା ନିଷ୍ପତ୍ତି ବିଶ୍ୱସ୍ତରୀୟ ଇଭେଣ୍ଟର ମୂଳଗତ ନିୟମକୁ ଉଲ୍ଲଂଘନ କରୁଛି।
ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ସମସ୍ତ ଯୋଗ୍ୟତାପ୍ରାପ୍ତ ଦଳ କାର୍ଯ୍ୟସୂଚୀ ଆଧାରରେ ସମାନ ସର୍ତ୍ତରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଏ। ଆଇସିସି ଟୁର୍ନାମେଣ୍ଟ ଖେଳର ଅଖଣ୍ଡତା, ପ୍ରତିଦ୍ୱନ୍ଦ୍ୱିତାଭାବ, ସ୍ଥିରତା ଓ ନ୍ୟାୟ ଉପରେ ଆଧାରିତ। ଚୟନମୂଳକ ଅଂଶଗ୍ରହଣତା ପ୍ରତିଯୋଗିତାର ପବିତ୍ରତାକୁ କ୍ଷୁର୍ଣ୍ଣ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories