Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan Ends Scotland / ସମସ୍ତଙ୍କ ରାସ୍ତାରେ ବାଧକ ସାଜୁଛି ପାକିସ୍ତାନ, ପାକ୍‌ ପାଇଁ ସ୍କଟଲ୍ୟାଣ୍ଡ ବିପଦରେ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ସମସ୍ତଙ୍କ ରାସ୍ତାରେ ବାଧକ ସାଜୁଛି ପାକିସ୍ତାନ, ପାକ୍‌ ପାଇଁ ସ୍କଟଲ୍ୟାଣ୍ଡ ବିପଦରେ
Pakistan Ends Scotland

Key Points

ବିଶ୍ଵକପ୍ ଖେଳିବନି ସ୍କଟଲ୍ୟାଣ୍ଡ
ସ୍ଵପ୍ନ ଭାଙ୍ଗିଦେଲା ପାକିସ୍ତାନ
ବିଶ୍ୱକପ୍‌ ଖେଳିବନି ସ୍କଟଲ୍ୟାଣ୍ଡ। ସୁବ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା ପାକିସ୍ତାନ। ଆଗାମୀ ICC T20 ବିଶ୍ଵକପ୍ ୨୦୨୬ ପାଇଁ ସ୍କଟଲ୍ୟାଣ୍ଡ ନିଜ ଦଳ ଘୋଷଣା କରିଛି। କିନ୍ତୁ ଏହା ପରେ ଦଳ ଉପରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସିଧାସଳଖ ସଂଯୋଗ ପାକିସ୍ତାନ ସହ ଥିବା କୁହାଯାଉଛି। ସ୍କଟଲ୍ୟାଣ୍ଡ ଦଳରେ ପାକିସ୍ତାନର ଦ୍ରୁତ ବ୍ୟାଟ୍ସମ୍ୟାନ୍ ସଫ୍ୟାନ୍ ଶରୀଫଙ୍କୁ ସାମିଲ କରାଯାଇଛି। ଏହାକୁ ନେଇ ଏବେ ଦଳର ଭାଗ୍ୟ ଉପରେ ଅନିଶ୍ଚିତତା ଘନାଉଛି।

ରିପୋର୍ଟ ଅନୁସାରେ, ICC ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ସମସ୍ତ ଆବଶ୍ୟକ ଔପଚାରିକତା ସମୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶ୍ୱାସନ ଦେଇଛି। ଏହି ଆଶ୍ୱାସନ ପରେ ସ୍କଟଲ୍ୟାଣ୍ଡ ସଫ୍ୟାନ୍ ଶରୀଫଙ୍କୁ ଦଳରେ ସାମିଲ କରିଛି। ଉଲ୍ଲେଖନୀୟ ଯେ ସଫ୍ୟାନ୍ ଶରୀଫଙ୍କ ଜନ୍ମ ଇଂଲଣ୍ଡର ୟର୍କସାୟାରରେ ୨୪ ମଇ ୧୯୯୧ ମସିହାରେ ହୋଇଥିଲା। ସଫ୍ୟାନଙ୍କ ପିତା ପାକିସ୍ତାନୀ ବଂଶୋଦ୍ଭବ ଏବଂ ତାଙ୍କ ମାଆ ବ୍ରିଟିଶ ବଂଶୋଦ୍ଭବ। ମାତ୍ର ସାତ ବର୍ଷ ବୟସରେ, ସଫ୍ୟାନ ସ୍କଟଲ୍ୟାଣ୍ଡ ଚାଲିଯାଇଥିଲେ।

ସଫ୍ୟାନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ, ୩୪ ବର୍ଷୀୟ ଏହି ଦ୍ରୁତ ବୋଲର ୯୦ଟି ଦିନିକିଆ ଏବଂ ୭୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଦିନିକିଆରେ ୧୩ଟି ୱିକେଟ୍ ନେଇଥିବା ବେଳେ ସଫ୍ୟାନଙ୍କ ଟି-୨୦ରେ ୮୫ଟି ୱିକେଟ୍ ଅଛି। ମିଡିଆ ରିପୋର୍ଟ ଅନୁସାରେ, ସ୍କଟଲ୍ୟାଣ୍ଡ ଟିମ୍ ମ୍ୟାନେଜମେଣ୍ଟକୁ ଆଶା ଅଛି ଯେ ICCର ଆଶ୍ୱାସନ ପରେ ଭିସା ପ୍ରକ୍ରିୟାରେ କୌଣସି ବିଳମ୍ବ ହେବ ନାହିଁ। ତଥାପି, ସ୍କଟଲ୍ୟାଣ୍ଡ କ୍ରିକେଟ୍ ଅଧିକାରୀମାନଙ୍କ କହିବା କଥା ହେଉଛି ଯେ, ବିଶ୍ଵକପ୍ ଆରମ୍ଭ ପାଇଁ ଅତି କମ୍ ସମୟ ବାକି ଅଛି ଏବଂ ଭିସା ସମ୍ବନ୍ଧୀୟ କୌଣସି ସମସ୍ୟା ଦଳର ପ୍ରସ୍ତୁତିକୁ ପ୍ରଭାବିତ କରିପାରେ।

ଭାରତୀୟ ନିୟମ ଅନୁଯାୟୀ, ପାକିସ୍ତାନୀ ଆବେଦକଙ୍କ ପାଇଁ ଭିସା ଯାଞ୍ଚ ପ୍ରକ୍ରିୟା ଅଧିକ ସମୟ ନେଇଥାଏ, ଯାହା ମାମଲାକୁ ଜଟିଳ କରିପାରେ। ଏହି କାରଣରୁ ସ୍କଟଲ୍ୟାଣ୍ଡ ପାଇଁ ପାକିସ୍ତାନ ଏକ ବଡ଼ ସମସ୍ୟା ହୋଇପାରେ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan Ends Scotland | Scotland on India visa for Pakistan-origin pacer ahead of T20 World Cup | Argus News | Argus News