Surya Kumar yadav / ସୂର୍ଯ୍ୟକୁମାରଙ୍କୁ ଗାଳି କରି ହଟହଟା ହେଲେ ପାକିସ୍ତାନ ଖେଳାଳି

Key Points
ସୂର୍ଯ୍ୟକୁମାରଙ୍କୁ ଗାଳି କରି ହଟହଟା ହେଲେ ପାକିସ୍ତାନ ଖେଳାଳି
ପ୍ରଥମେ ଆମକୁ କୁକୁର କହିଥିଲେ ଏବେ ତୁମକୁ କାହିଁକି ବାଧୁଛି
ଏବେ ଏକ୍ସରେ ପୋଷ୍ଟ ଶେୟାର କରି ମହମ୍ମଦ ୟୁସଫ କ୍ଷମା ମାଗିଛନ୍ତି
ସେପ୍ଟେମ୍ବର ୧୪ରେ ଦୁବାଇରେ ଏସିଆ କପର ଥିଲା ବଡ ମ୍ୟାଚ। ଭାରତ-ପାକିସ୍ତାନ ମ୍ୟାଚ। ମ୍ୟାଚ ହେବ ହେବନି ବୋଲି ବହୁ ଅନିଶ୍ଚିତତା ମଧ୍ୟରେ ଥିଲା। ଶେଷରେ ଦୁବାଇରେ ମ୍ୟାଚ ହେବ ବୋଲି ଘୋଷଣା କରାଯାଇଥିଲା। ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ। ଟିମ୍ ଇଣ୍ଡିଆ ଆଗରେ ୧୨୮ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ। ଭାରତୀୟ ସ୍ପିନରଙ୍କ ଜାଲରେ ଫସିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଭାରତ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିଲେନି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ।
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ସମୟରେ କିଛି ଏପରି ଦେଖାଗଲା ଯାହା ସମସ୍ତଙ୍କୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ କରିଦେଲା। ନା ହାତ ମିଳାଇଲେ ନା କେଉଁ ପାକିସ୍ତାନ ଖେଳାଳିଙ୍କ ସହ କଥା ହେଲେ ଭାରତୀୟ ଖେଳାଳି। ଏଭଳି କରି ଭାରତୀୟ ଟିମ ପ୍ରତିଶୋଧ ନେଇଥିଲା। ବିଜୟ ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ, ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ ସଲମାନ ଅଲି ଆଗାଙ୍କ ସହ ହ୍ୟାଣ୍ଡସେକ କରି ନ ଥିଲେ। ଏହି ଘଟଣାକୁ ପାକିସ୍ତାନୀ ଟିମ ଆଦୌ ସହିପାରି ନ ଥିଲେ। ରକ୍ତ ଚାଉଳ ଚୋବାଇକି ACC ନିକଟରେ ଫେରାଦ ହୋଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ସେପଟେ ଶୋଏବ ଅଖତରଙ୍କଠାରୁ ଶାହିଦ ଆଫ୍ରିଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ପ୍ରସଙ୍ଗକୁ କଡା ନିନ୍ଦା କରିଛନ୍ତି ।
📱 Get Argus News App
✨ଏକ କାର୍ଯ୍ୟକ୍ରମରେ ୟୁସୁଫ ଜଣେ କ୍ରିକେଟ୍ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ଉପସ୍ଥାପିକା ତାଙ୍କୁ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହ୍ୟାଣ୍ଡସେକ ନ କରିବା ଘଟଣାରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ୟୁସୁଫ ପ୍ରଥମେ ଭାରତୀୟ କ୍ରିକେଟ୍ ଦଳ ଏବଂ ବିସିସିଆଇକୁ ଏଥିଲାଗି କଟୁ ସମାଲୋଚନା କରିଥିଲେ। ପରେ ସୂର୍ଯ୍ୟକୁମାରଙ୍କୁ ଜାଣିଶୁଣି ସୁଅରକୁମାର ବୋଲି କହିଥିଲେ। ଉପସ୍ଥାପିକା ସେ ଭାରତୀୟ ଅଧିନାୟକଙ୍କ ନାଁ ଭୁଲ୍ ଭାବେ ଉଚ୍ଚାରଣ କରୁଛନ୍ତି ବୋଲି ବାରମ୍ବାର ସୂଚାଇ ଦେଇଥିଲେ ମଧ୍ୟ ୟୁସୁଫ ଅଟକି ନଥିଲେ। ସୂର୍ଯ୍ୟକୁମାରଙ୍କୁ ବାରମ୍ବାର ସୁଅରକୁମାର ବୋଲି କହିବା ସହ ସେ ଜଣାଇଥିଲେ ଯେ, "ଏହି ଲୋକମାନେ ଫିଲ୍ମ ଜଗତରୁ ବାହାରି ପାରୁନାହାଁନ୍ତି। ଏ ଯୋଉ ଘୁଷୁରୀ କୁମାର ଅଛନ୍ତି ମାନେ ସୁଅର କୁମାର ଯାଦବ।
ଭାରତକୁ ଲଜ୍ଜିତ ହେବା ଉଚିତ ଯେ, ସେମାନେ ଜିତିବା ପାଇଁ କେତେ ତଳକୁ ଖସିଯାଉଛନ୍ତି। ଅମ୍ପାୟାରମାନଙ୍କୁ ସାଙ୍ଗ କରି ରେଫ୍ରିଙ୍କୁ ବ୍ୟବହାର କରି ସେମାନେ ପାକିସ୍ତାନକୁ ନିର୍ଯାତନା ଦେଉଛନ୍ତି। ସେମାନେ ହୁଏତ ଅମ୍ପାୟାରଙ୍କ ଆଙ୍ଗୁଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଦେଇଛନ୍ତି। କାରଣ ଆମେ ଯେତେବେଳେ ଆଉଟ୍ ବୋଲି ସୂଚିତ କରିବାକୁ ଆବେଦନ କରୁ, ସେତେବେଳେ ସେ ଆଙ୍ଗୁଠି ଉଠେ ନାହିଁ।"
ଏସିଆ କପରେ ଚାଲିଲାନି PCBର ଧମକ, ମାତ୍ର ୭୦ ମିନିଟରେ ସରେଣ୍ଡର କଲା ପାକିସ୍ତାନ
କିନ୍ତୁ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନର ପୂର୍ବତନ ଖେଳାଳି ୟୁସୁଫ ମହମ୍ମଦ ହଟହଟା ହୋଇଛନ୍ତି। ଟ୍ୱିଟ୍ କରି କହିଛନ୍ତି, “ମୁଁ କେବେ କୌଣସି ଖେଳାଳିଙ୍କୁ ଅସମ୍ମାନ କରିବାକୁ ଚାହୁଁ ନଥିଲି ଯିଏ ତାଙ୍କ ଦେଶ ପାଇଁ ଆଗ୍ରହ ଏବଂ ସମର୍ପଣ ସହିତ ଖେଳେ। କିନ୍ତୁ ଯେତେବେଳେ ଇରଫାନ ପଠାନ ଶାହିଦ ଆଫ୍ରିଦିଙ୍କୁ କୁକୁର ପରି ଭୁକିବା କଥା କହିଥିଲେ, ସେତେବେଳେ ଭାରତୀୟ ଗଣମାଧ୍ୟମ ଏବଂ ଲୋକମାନେ କାହିଁକି ତାଙ୍କୁ ପ୍ରଶଂସା କରୁଥିଲେ? ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ କଥା ହେଉଥିବା ସମସ୍ତ ଲୋକ କ’ଣ ତାଙ୍କ ବକ୍ତବ୍ୟକୁ ଖାରଜ କରିଦେବା ଉଚିତ୍ ନୁହେଁ?”
ପ୍ରକୃତରେ, ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଖେଳୁଥିଲା। ସୋସିଆଲ ମିଡିଆରେ ବିରୋଧ ମଧ୍ୟରେ, ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନ ମିଳାଇବାକୁ ନିଷ୍ପତ୍ତି ନେଇଥିଲା ଏବଂ ଏପରି କରିଥିଲା। ପରବର୍ତ୍ତୀ ସମୟରେ ପିସିବି ମ୍ୟାଚ୍ ରେଫରିଙ୍କୁ ହଟାଇବା ପାଇଁ ଦାବି କରିଥିଲା, ଯାହାକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି।
ଅଧିକ ପଢ଼ନ୍ତୁ ଖେଳ ସମ୍ପର୍କିତ ଖବର ...
ଆଜି, ପାକିସ୍ତାନ ୟୁଏଇ ସହିତ ମୁକାବିଲା କରିବ। ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ A ରୁ ସୁପର ଫୋର୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜିର ପାକିସ୍ତାନ ବନାମ UAE ମ୍ୟାଚ୍ର ବିଜେତା ସୁପର ଫୋରକୁ ଯିବାରେ ଦ୍ୱିତୀୟ ଦଳ ହେବ, ଏବଂ ପରାଜିତ ଦଳକୁ ବାଦ ଦିଆଯିବ।
Related Topics
Explore more stories