Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan / ଟି୨୦ ବିଶ୍ୱକପରୁ ବିଦା ପରେ PCBର ଆକ୍ସନ୍, ୫୦ ଲକ୍ଷ ଦେବେ ପାକିସ୍ତାନ ଖେଳାଳି...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଟି୨୦ ବିଶ୍ୱକପରୁ ବିଦା ପରେ PCBର ଆକ୍ସନ୍, ୫୦ ଲକ୍ଷ ଦେବେ ପାକିସ୍ତାନ ଖେଳାଳି...
Pakistan

Key Points

ଟି୨୦ ବିଶ୍ୱକପରୁ ବିଦା ପରେ PCBର ଆକ୍ସନ୍
୫୦ ଲକ୍ଷ ଟଙ୍କା ଫାଇନ୍ ଦେବେ ପାକିସ୍ତାନ
ହାରିବା ପରେ ମ୍ୟାଚ୍‌ରୁ ବିଦା। କେବଳ ସେତିକି ନୁହେଁ। ବର୍ତ୍ତମାନ ପାକିସ୍ତାନ ଦେବ ଫାଇନ। ସେ ପୁଣି ୫୦ ଲକ୍ଷ ଟଙ୍କା। ସୂଚନାଯୋଗ୍ୟ, ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । କିନ୍ତୁ ଫାଇଦା ଉଠାଇପାରିନଥିଲା ଟିମ୍ । ଦଳ ଦୁର୍ବଳ ଟିମ୍ ବିପକ୍ଷରେ କଷ୍ଟକର ବିଜୟ ହାସଲ କରିଥିଲା । ଭାରତ ବିରୋଧରେ ଲଜ୍ଜାଜନକ ପରାଜୟବରଣ କରିଥିଲା । ସୁପର୮ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ରବ୍ଦ ହୋଇଥିବା ବେଳେ ଶ୍ରୀଲଙ୍କା ବିରୋଧରେ ବିଜୟୀ ହୋଇଥିଲା । କିନ୍ତୁ ଖରାପ ରନ୍ ରେଟ୍ କାରଣରୁ ଦଳକୁ ବିଦା ହେବାକୁ ପଡିଛି ।

ଲଗାତାର ଚାରୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସେମି ଫାଇନାଲରେ ପହଁଚି ପାରି ନାହିଁ । ଏହାକୁ ନେଇ ବୋର୍ଡ ସ୍ପଷ୍ଟ ଭାବେ କହିଛି ଯେ, ଦଳ ଖରାପ ପ୍ରଦର୍ଶନ କରୁଛି । ଏହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଦଳର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏବେ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ପଡିବ । ଫାଇନ୍ ଦେବାକୁ ହେବ । ଯାହା କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ, ଏଥର ପାକିସ୍ତାନ ପାଇଁ ଟି୨୦ବିଶ୍ୱକପ୍ ଖାସ୍ ରହିନି । ଦଳ ଦୁର୍ବଳ ପ୍ରଦର୍ଶନ କରିଛି । ଭାରତଠୁ ହାରିବା ପର ଆତ୍ମ ବିଶ୍ୱାସ କମିଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅନେକ ନାଟକବାଜି କରୁଥିଲା ପାକ୍ । ଖେଳିବନି ବୋଲିଧମକ ଦେଉଥିଲା । ପରେ ଭାରତ ସହ ଖେଳିବାକୁ ରାଜି ହୋଇଥିଲା । ଏସବୁ ନାଟକ ସତ୍ତ୍ୱେ ଭାରତ ବିରୋଧରେ ସବୁଥର ଭଳି ହାରିଥିଲା ପାକ୍ । ସୁପର୮ରେ ମଧ୍ୟ ଦଳର ଫ୍ଲପ୍ ଶୋ ଜାରି ରହିଥିଲା । ଖେଳାଳି ନିଜର ବିଶ୍ୱକପ୍ ଯାତ୍ରା ଅଧାରୁ ଅଟକି ସ୍ୱଦେଶ ଫେରିଛନ୍ତି।

ଏଥିସହ ପଢ଼ନ୍ତୁ: ଥମିବନି ଯୁଦ୍ଧ, ଏଣିକି ଧାର୍ମିକ ଆପ୍‌ରେ ଆସୁଛି ଧମକ

ଟି୨୦ବିଶ୍ୱକପ୍ ରୁ ଶୋଚନୀୟ ଭାବେ ବିଦା ହୋଇଛି ପାକିସ୍ତାନ । ଲିଗ୍ ମୁକାବିଲାରେ ଦଳ ଭାରତଠୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲା । ପରେ ସୁପର୮ରୁ ବିଦା ହୋଇଛି ଟିମ୍ । ଖେଳିପାରିବନି ସେମି ପାଇନାଲ । ଯାହାକୁ ନେଇ ଖପ୍ପା ପ୍ରଶଂସକ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏପରିକି ଖେଳାଳିଙ୍କ ଉପରେ ଜରିମନା ଲାଗିଥିବା ନେଇ ଖବର ଆସିଛି । ଦଳର ଏପରି ପ୍ରଦର୍ଶନକୁ ନେଇ ରାଗିଯାଇଛି ବୋର୍ଡ୍ । ପିସିବି ସମସ୍ତ ଖେଳାଳିଙ୍କ ଉପରେ ଫାଇନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । ଟି୨୦ବିଶ୍ୱକପ୍ ସୁପର-୮ରୁ ବିଦା ହେବା ସହ ଭାରତଠୁ ହାରିଥିବା କାରଣରୁ ଏହି ଫାଇନ୍ ଦେବେ ଖେଳାଳି । ମିଡିଆ ରିପୋର୍ଟ ଅନୁସାରେ, ଟି୨୦ବିଶ୍ୱକପ୍ ଖେଳିଥିବା ସମସ୍ତ ଖେଳାଳି୫୦ଲକ୍ଷ ଟଙ୍କାର ପାକିସ୍ତାନୀ ଅର୍ଥ ଫାଇନ୍ ଦେବେ । ଏହି ଅର୍ଥ ଖେଳାଳିଙ୍କ ଦରମାରୁ କଟିଯିବ । ଅର୍ଥାତ ପିସିବି ନିଜେ ଏହିଫାଇନ ଅର୍ଥ ଅସୁଲ କରିବ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan | fines every Pakistan player ₹50 lakh for T20 World Cup debacle, losing to India | Argus News | Argus News