Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ବୟକଟ୍‌ରୁ ଓହରିବାକୁ ପାକିସ୍ତାନର ନୂଆ ନାଟକ; '୩ ଦାବି ମାନିଲେ ୧୫ରେ ଭାରତ ସହ ଖେଳିବୁ'

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବୟକଟ୍‌ରୁ ଓହରିବାକୁ ପାକିସ୍ତାନର ନୂଆ ନାଟକ; '୩ ଦାବି ମାନିଲେ ୧୫ରେ ଭାରତ ସହ ଖେଳିବୁ'
India vs Pakistan Match Row: PCB Places 3 Demands Before ICC

Key Points

ଲାହୋରରେ ଆଇସିସି ସହ ଆଲୋଚନା ବେଳେ ୩ଟି ଦାବି ରଖିଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ ବିଶ୍ଵକପ୍‌ରେ ଭାରତ ବିପକ୍ଷ ଲିଗ୍ ମ୍ୟାଚ୍ ବର୍ଜନ ନେଇ ଘୋଷଣା କରିଥିଲା ।
ନୂଆଦିଲ୍ଲୀ: ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭ ହୋଇ ସାରିଥିବା ବେଳେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଲାଗି ରହିଛି ଦ୍ଵନ୍ଦ୍ଵ । ଏହାରି ଭିତରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଆଇସିସି ଆଲୋଚନା କରିଛି ।

ଲାହୋରରେ ଆଇସିସି ସହ ଆଲୋଚନା ବେଳେ ୩ଟି ଦାବି ରଖିଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ ବିଶ୍ଵକପ୍‌ରେ ଭାରତ ବିପକ୍ଷ ଲିଗ୍ ମ୍ୟାଚ୍ ବର୍ଜନ ନେଇ ଘୋଷଣା କରିଥିଲା । ଆଇସିସିର ଚେତାବନୀ ପରେ ମଧ୍ୟ ମାନିନଥିଲା ପିସିବି ।

ଏଥିସହ ପଢ଼ନ୍ତୁ: ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ଠାରୁ ୪ ରନ୍‌ରେ ହାରିଲା ନେପାଳ; ଏମିତି ବଦଳିଗଲା ମ୍ୟାଚ୍

ଏବେ ଆଲୋଚନା ବେଳେ ପାକିସ୍ତାନ ୩ଟି ଦାବି ରଖିଛି । ରବିବାର ଲାହୋରରେ ଆଇସିସି ଅଧିକାରୀ ପିସିବି ସହ ଆଲୋଚନା କରିଛନ୍ତି । ଯେଉଁଥିରେ ପାକିସ୍ତାନ, ବାଂଲାଦେଶକୁ ଅଧିକ କ୍ଷତିପୂରଣ ରାଶି ପ୍ରଦାନ ସହ, ବିଶ୍ଵକପ୍‌ରୁ ହଟିବା ପରେ ବାଂଲାଦେଶକୁ ଅଧିକ ଅଂଶଗ୍ରହଣ ଦେୟ ଏବଂ ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକାର ଦେବାକୁ ଦାବି ରଖିଛି ।

୧) ବାଂଲାଦେଶକୁ ଅଧିକ କ୍ଷତିପୂରଣ

ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରୁ ଓହରି ଯାଇଥିବା ବାଂଲାଦେଶ ଅଧିକ କ୍ଷତିପୂରଣ ଆଇସିସି ଠାରୁ ଦାବି କରିଛି । ବୋର୍ଡ କହିଛି- ଭିତ୍ତିଭୂମି ବିକାଶ, ଖେଳାଳିଙ୍କ ବିକାଶ ସହ ଜାତୀୟ ଟିମ୍ ପଛରେ ଅଧିକ ଖର୍ଚ୍ଚ ହୋଇଥିବାରୁ ଅଧିକ କ୍ଷତିପୂରଣ ମିଳୁ ।

୨) ବିଶ୍ଵକପ୍‌ରୁ ଓହରିବା ସତ୍ତ୍ଵେ ମିଳୁ ଅଂଶଗ୍ରହଣ ଦେୟ

ଯଦିଓ ବାଂଲାଦେଶ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳୁ ନାହିଁ, ତଥାପି ବୋର୍ଡ ଚାହୁଁଛି ଆଇସିସି ନିର୍ଦ୍ଧାରିତ ଅଂଶଗ୍ରହଣ ଦେୟ ପ୍ରଦାନ କରୁ । ଏହା ପଛରେ ଯୁକ୍ତି ହେଲା ସେମାନେ ଦଳ ସହ ପ୍ରସ୍ତୁତି ପାଇଁ ନିବେଶ କରିଛନ୍ତି, ଆର୍ଥିକ ସୁରକ୍ଷା ଗ୍ୟାରେଣ୍ଟି ମିଳିବା ଦରକାର ।

୩) ଭବିଷ୍ୟତରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର

ଏଥିସହ ଆଗାମୀ ଦିନରେ ଆଇସିସିର ଟୁର୍ଣ୍ଣାମେଣ୍ଟ ଆଯୋଜନ ପାଇଁ ଅଧିକାର ଦେବାକୁ ବାଂଲାଦେଶ ଦାବି କରିଛି । ଯାହାକି କ୍ରିକେଟ୍ ଅର୍ଥନୀତିକୁ ବଳ ଦେବା ସହ ବିଶ୍ଵସ୍ତରରେ ପରିଚିତ କରାଇବ ।

ଏଥିସହ ପଢ଼ନ୍ତୁ: ବୟକଟ୍ ନିଷ୍ପତ୍ତିରୁ ଓହରିବ କି ପାକିସ୍ତାନ ? PCB ଓ ICC ମଧ୍ୟରେ ଚାଲିଛି ଆଲୋଚନା

ଶେହବାଜଙ୍କୁ ଭେଟିବେ ନକ୍‌ଭୀ

ସୂତ୍ର ଅନୁସାରେ, ଭାରତ ବିପକ୍ଷରେ ଖେଳିବାକୁ ପିସିବି ଅଧିକାରୀ ଖୋଲାଖୋଲି ସମର୍ଥନ କରୁଛନ୍ତି । କଲୋମ୍ବୋରେ ୧୫ ତାରିଖରେ ମ୍ୟାଚ୍ ହେବାକୁ ଥିବାବେଳେ ସୋମବାର ନକ୍‌ଭୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟି ଚୂଡ଼ାନ୍ତ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଗତମାସରେ ବାଂଲାଦେଶ ଖେଳିବା ପାଇଁ ଭାରତ ଆସିବାକୁ ମନା କରିବା ସହ ଏହା ପଛରେ ସୁରକ୍ଷା କାରଣ ଦର୍ଶାଇଥିଲା । ଯାହା ପରେ ବିଶ୍ଵକପ୍‌ରୁ ବାଂଲାଦେଶକୁ ବାଦ୍ ଦେଇଥିଲା ଆଇସିସି । ବାଂଲାଦେଶ ସ୍ଥାନରେ ଏବେ ସ୍କଟଲ୍ୟାଣ୍ଡ ବିଶ୍ଵକପ୍ ଖେଳୁଛି । ସେବେଠାରୁ ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ନୂଆ ନାଟକ ରଚି ଚାଲିଛି । ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କରୁଛି ପାକିସ୍ତାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Sets 3 Conditions to Play India in T20 World Cup | Argus News | Argus News