Sports News / ଟଙ୍କା ଦେଲାନି ପାକିସ୍ତାନ ସରକାର ହୋଟେଲ ବାହାରେ ଶୋଇଲେ ଖେଳାଳି

Key Points
ଟଙ୍କା ଦେଲାନି ପାକିସ୍ତାନ ସରକାର ହୋଟେଲ ବାହାରେ ଶୋଇଲେ ଖେଳାଳି
ଟଙ୍କା ଦେଲାନି ପାକିସ୍ତାନ ହୋଟେଲ ବାହାରେ ଶୋଇଲେ ଖେଳାଳି
ଚାଲିଛି ଟି ୨୦ ବିଶ୍ବକପ୍ ଏତିକି ବେଳେ ପାକିସ୍ତନର ଗରିବି ଧରାପଡ଼ି ଯାଇଛି
ଟଙ୍କା ଦେଲାନି ପାକିସ୍ତାନ ସରକାର ହୋଟେଲ ବାହାରେ ଶୋଇଲେ ଖେଳାଳି । ମ୍ୟାଚ୍ ଥିଲା ହେଲେ ହୋଟେଲକୁ ମିଳିଲା ନାହିଁ ଏଣ୍ଟ୍ରି । ନିଜର ଖାଇବା ବାସନ ନିଜେ ମାଜିଲେ । ମ୍ୟାଚ୍ ଖେଳିବା ପୂର୍ବରୁ ହୋଟେଲ ବାହାରେ ଛିଡ଼ା ହେଲେ । ଯେତେ ଚେଷ୍ଟା କଲେ ହୋଟେଲ ଭିତରକୁ ପଶି ପାରିଲେ ନାହିଁ । କାରଣ ପାକିସ୍ତାନ ସରକାର ପାଖରେ ଟଙ୍କା ନଥିଲା ହୋଟେଲ ବୁକ କରିବାକୁ । ଖେଳାଳି ମାନଙ୍କୁ ଅନ୍ୟ ଦେଶକୁ ପଠାଇ ଠକିଦେଲା ପାକିସ୍ତାନ । ରାତି ତମାମ ହୋଟେଲ ବାହାରେ ଛିଡ଼ା ହେଲେ ପାକିସ୍ତାନୀ ଖେଳାଳି ।
ପାକିସ୍ତାନକୁ ଲାଜରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ପାକିସ୍ତାନ ଦଳକୁ ୧୪ ଘଣ୍ଟା ଧରି ହୋଟେଲ ବାହାରେ ଠିଆ ହେବାକୁ ପଡିଲା । କେବଳ ସେତିକି ନୁହେଁ, ମ୍ୟାଚ୍ ପୂର୍ବରୁ ସେମାନଙ୍କୁ ବାସନ ମାଜିବାକୁ ମଧ୍ୟ ପଡିଲା । ଏମିତି କିଛି ଆମେ ନୁହେ
ଆଜ୍ଞା, ଏମିତି କିଛି କହିଛନ୍ତି ଖୋଦ ପାକିସ୍ତାନୀ ଖେଳାଳି ।
ସୂଚନା ମୁତାବକ ପାକିସ୍ତାନର ହକି ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ଏହି ଗସ୍ତର ଆରମ୍ଭ ପାକିସ୍ତାନ ପାଇଁ ବହୁତ କଷ୍ଟକର ଥିଲା। ପାକିସ୍ତାନରୁ ଯାଇ ପୁରା ଦଳ ସିଡନୀ ବିମାନବନ୍ଦରରେ ପହଞ୍ଚିଲେ । ସେଠାରୁ ଯାଇ ପୁରା ଦଳ କାନବେରାରେ ପହଞ୍ଚିଥିଲା । ହେଲେ ସେଠାରେ ପହଞ୍ଚିଲା ପରେ ଜଣାପଡ଼ିଥିଲା କି ତାଙ୍କ ପାଇଁ ହୋଟେଲ ବୁକିଂ ହୋଇନାହିଁ ।
ପାକିସ୍ତାନ ହକି ଫେଡେରେସନ ହୋଟେଲ ପାଇଁ ଟଙ୍କା ଦେଇନଥିବାରୁ ଖେଳାଳିମାନଙ୍କୁ ରାତି ତମାମ ରାସ୍ତାରେ ବୁଲିବାକୁ ପଡିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ମାନସିକ ଏବଂ ଶାରୀରିକ କଷ୍ଟ ପରେ ବି ସେମାନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାକୁ ପଡିଲା। ଯେଉଁଥିରେ ପାକିସ୍ତାନ ୨-୩ ଗୋଲରେ ପରାସ୍ତ ହୋଇଥିଲା।
ଏମିତି ସବୁ କଥା ପାକିସ୍ତାନ ଖେଳାଳି ଅଷ୍ଟ୍ରେଲିଆରୁ ଆସି ପାକିସ୍ତାନରେ ପହଞ୍ଚିବା ପରେ ଜଣା ପଡ଼ିଥିଲା। ଲାହୋର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଅଧିନାୟକ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ହକି ଫେଡେରେସନ ବିରୋଧରେ ବହୁତ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ପଢନ୍ତୁ ଏହି ଖବର: ବାବରଙ୍କୁ ଅପମାନିତ କଲେ ପାକିସ୍ତାନ କୋଚ୍; ପାଓ୍ବାର ପ୍ଲେ'ରେ ୧୦୦ରୁ କମ୍ ଷ୍ଟ୍ରାଇକ୍ ରେଟ୍ରେ ଖେଳୁଛନ୍ତି
📱 Get Argus News App
✨Related Topics
Explore more stories