Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup: ପାକିସ୍ତାନର ନେତୃତ୍ଵ ନେବେ ସଲମାନ ଅଲୀ, ବାବର-ରିଜୱାନଙ୍କୁ ସୁଯୋଗ ନାହିଁ

Sushanta Sahoo
Browse all articles by Sushanta Sahoo
·11 months ago·2 min read
Asia Cup: ପାକିସ୍ତାନର ନେତୃତ୍ଵ ନେବେ ସଲମାନ ଅଲୀ, ବାବର-ରିଜୱାନଙ୍କୁ ସୁଯୋଗ ନାହିଁ

Key Points

ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ନେତୃତ୍ଵ ନେବେ ସଲମାନ ଅଲୀ । ଦଳରେ ଷ୍ଟାର ପ୍ରଦର୍ଶନକାରୀ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ସାମିଲ୍ କରାଯାଇ ନାହିଁ ।

ଲାହୋର: ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନ କ୍ରିକେଟ୍ ଟିମ୍ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ନେତୃତ୍ଵ ନେବେ ସଲମାନ ଅଲୀ । ଦଳରେ ଷ୍ଟାର ପ୍ରଦର୍ଶନକାରୀ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ସାମିଲ୍ କରାଯାଇ ନାହିଁ । ବାବର ଓ ରିଜୱାନଙ୍କୁ ବିଗତ କିଛି ସିରିଜରେ ମଧ୍ୟ ମଉକା ମିଳିନଥିଲା । ଏବେ ଉଭୟଙ୍କୁ ଏସିଆ କପ୍‌ରୁ ମଧ୍ୟ ବାଦ୍ ଦିଆଯାଇଛି ।


ସୂଚନାଯୋଗ୍ୟ, ଏସିଆ କପ୍ ପୂର୍ବରୁ ପାକିସ୍ତାନ ୟୁଏଇର ଶାରଜାହରେ ତ୍ରିକୋଣୀୟ ସିରିଜ୍ ଖେଳିବ । ଯେଉଁଥିରେ ଆଫଗାନିସ୍ତାନ ଓ ୟୁଏଇ ଚିମ୍ ଭାଗ ନେବ । ଏସିଆ କପ୍‌ ଖେଳିବାକୁ ଥିବା ପାକିସ୍ତାନ ଟିମ୍ ତ୍ରିକୋଣୀୟ ସିରିଜ୍ ଖେଳିବ । ତ୍ରିକୋଣୀୟ ସିରିଜ୍ ମାଧ୍ୟମରେ ଏହି ତିନି ଟିମ୍ ଏସିଆ କପ୍ ପାଇଁ ପ୍ରସ୍ତୁତି କରିବେ ।


ଏସିଆ କପ୍ ଓ ତ୍ରିକୋଣୀୟ ସିରିଜ୍ ପାଇଁ ପାକିସ୍ତାନ ଦଳ


ସଲମାନ ଅଲୀ (ଅଧିନାୟକ), ଅବରାର ଅହମଦ, ଫହିମ ଅଶରଫ, ଫଖର ଜମାନ, ହସନ ଅଲୀ, ହସନ ନୱାଜ, ହୁସୈନ ତଲତ, ଖୁଶଦିଲ ଶାହ, ମହମ୍ମଦ ହାରିସ (ୱିକେଟ୍ ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ୱସୀମ ଜୁନିଅର, ସାହିବଜାଦା ଫରହାନ, ସ୍ୟାମ ଅୟୁବ, ସଲମାନ ମିର୍ଜା, ଶାହିନ ଶାହ ଓ ସୁଫିୟାନ ମୁକିମ ।


ତ୍ରିକୋଣୀୟ ସିରିଜ୍ ସୂଚୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଗଷ୍ଟ ୨୯- ଆଫଗାନିସ୍ତାନ ବନାମ ପାକିସ୍ତାନ
ଅଗଷ୍ଟ ୩୦- ୟୁଏଇ ବନାମ ପାକିସ୍ତାନ
ସେପ୍ଟେମ୍ବର ୧- ୟୁଏଇ ବନାମ ଆଫଗାନିସ୍ତାନ
ସେପ୍ଟେମ୍ବର ୨- ପାକିସ୍ତାନ ବନାମ ଆଫଗାନିସ୍ତାନ
ସେପ୍ଟେମ୍ବର ୪- ପାକିସ୍ତାନ ବନାମ ୟୁଏଇ
ସେପ୍ଟେମ୍ବର ୫- ଆଫଗାନିସ୍ତାନ ବନାମ ୟୁଏଇ
ସେପ୍ଟେମ୍ବର ୭- ଫାଇନାଲ୍


୮ଟି ଦଳକୁ ନେଇ ଏସିଆ କପ୍ ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ୟୁଏଇର ଆବୁଧାବି ଓ ଦୁବାଇରେ ଖେଳାଯିବ । ପାକିସ୍ତାନକୁ ଭାରତ, ଓମାନ ଓ ୟୁଏଇ ସହିତ ଗ୍ରୁପ୍-ଏରେ ରଖା ଯାଇଛି । ଗ୍ରୁପ୍-ବିରେ ହଂକଂ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛି । ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ-ଭାରତ ମଧ୍ୟରେ ମୁକାବିଲା ହେବ ।


ଖେଳ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Asia Cup 2025: Pakistan Squad Announced, Babar Dropped | Argus News | Argus News