Cricket News / ନିର୍ଲଜ ପାକିସ୍ତାନୀ ଟିମ ପୁଣି ସୀମା ଟପିଲା : ସର୍ବସାଧାରଣରେ ଅମ୍ପାୟାରଙ୍କୁ ଦୁର୍ବ୍ୟବହାର କଲେ
·7 months ago·2 min read

Key Points
ପାକିସ୍ତାନର ଫଖର ଜମାନ ଏବଂ ଶାହିନ ଆଫ୍ରିଦି ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ଶ୍ରୀଲଙ୍କା ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ସେମାନେ ନିର୍ଲଜ୍ଜ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ଅମ୍ପାୟରଙ୍କ ସହ ଖରାପ ବ୍ୟବହାର କରିଥିଲେ।
ପାକିସ୍ତାନର ଫଖର ଜମାନ ଏବଂ ଶାହିନ ଆଫ୍ରିଦି ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ଶ୍ରୀଲଙ୍କା ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ସେମାନେ ନିର୍ଲଜ୍ଜ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ଅମ୍ପାୟରଙ୍କ ସହ ଖରାପ ବ୍ୟବହାର କରିଥିଲେ। ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ହୋଇଥିଲା ଏବଂ ଶ୍ରୀଲଙ୍କା ଇନିଂସର 19ତମ ଓଭରରେ ଏକ କ୍ୟାଚ୍ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ, ପାକିସ୍ତାନୀ ଖେଳାଳିମାନେ ଅମ୍ପାୟରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ପରେ ତାଙ୍କ ନିଷ୍ପତ୍ତିକୁ ପରିହାସ କରିଥିଲେ। ଏଥିପାଇଁ ସେମାନେ ICC ଦ୍ୱାରା କଠୋର ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି।
ଏହାସହ ପଢ଼ନ୍ତୁ: ଭାରତ ବନାମ ଦକ୍ଷିଣଆଫ୍ରିକା: ରାଞ୍ଚିରେ ଦିନିକିଆ ଲଢ଼େଇ ଆଜିଠାରୁ
ସୂଚନାନୁସାରେ, ମୁକାବିଲାର ୧୯ ତମ ଓଭରରେ ବିବଦୀୟ ଘଟଣା ଘଟିଥିଲା । ବ୍ୟାଟିଂ ପାଇଁ ସଙ୍ଘର୍ଷ କରୁଥିବା ଶ୍ରୀଲଙ୍କା ପାଇଁ କ୍ରିଜେରେ ଥିଲେ ଦାସୁନ ଶନକା । ବ୍ୟାଟିଂ ବେଳେ ସେ ଏକ ସ୍ଲୋ ବଲକୁ ବଡ ସର୍ଟ ମାରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବଲଟି ସିଧା ଫଖର ଜମାନଙ୍କ ହାତକୁ ଯାଇଥିଲା । ଖାଲି ଆଖିରେ ଏହା କ୍ୟାଚ୍ ଜଣାପଡୁଥିଲା । ଫିଲ୍ଡ ଅମ୍ପାୟାର ମଧ୍ୟ ଏହାକୁ ଆଉଟ ଦେଇଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ଫିଲ୍ମ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବଦଳାଇ ନଟଆଉଟ୍ ଦେଇଥିଲେ। କ୍ୟାଚ୍ ପୂର୍ବରୁ ବଲ ଭୁମିକୁ ସ୍ପର୍ଶ କରିଥିବା ତୃତୀୟ ଅମ୍ପାୟାର କହିଥିଲେ ।
ଯାହାକୁ ନେଇ ରାଗିଯାଇଥିଲେ ପାକିସ୍ତାନୀ ଖେଳାଳି । ଏହାର ଠିକ ପରବର୍ତ୍ତୀ ବଲରେ ବୋଲିଂ କରୁଥିବା ସାହିନ ଆଫ୍ରିଦି ଶନକାଙ୍କୁ ବୋଲ୍ଡ କରିଥିଲେ । ଯାହା ପରେ ସେ ଅମ୍ପାୟାର ବସୁଥିବା ଦିଗକୁ ଅନାଇଥିଲେ । ହାତ ଉଠାଇ ଦୁର୍ବ୍ୟବହାର କରିଥିଲେ । ଏହା ପୂର୍ବ ବଲର ନିଷ୍ପତ୍ତିର ଜବାବ ବୋଲି ଇଶାରା କରିଥିଲେ ସାହିନ୍ । ଫଖର୍ ଜମାନ ମଧ୍ୟ ଟିଭି ଅମ୍ପାୟାରଙ୍କୁ କିଛି ଇଶାରା କରିଥିଲେ। ଓଭରରେ ସାହିନ ମହେଶ ତିକ୍ଷସିନାଙ୍କୁ ମଧ୍ୟ କ୍ୟାଚ୍ ଆଉଟ୍ କରିଥିଲେ । ଫଳରେ ବଳ ୧୧୪ରେ ଅଲଆଉଟ୍ ହୋଇଯାଇଥିଲା ଶ୍ରୀଲଙ୍କା । ଯାହାକୁ ୧୮.୪ ଓଭରରେ ୪ ଓ୍ୱିକେଟ୍ ହରାଇ ପାକିସ୍ତାନ ହାସଲ କରିନେଇଥିଲା ।
ଏହାସହ ପଢ଼ନ୍ତୁ: ପଲାଶ ମୁଛଲଙ୍କ ଜୀବନରେ ଇଏ ପୁଣି ଜଣେ ନୂଆ ନାୟିକା!
ICC କଠୋର ଦଣ୍ଡ ଦେବ କି?
ବର୍ତ୍ତମାନ ସମୟରେ, ICC ନିୟମ ବହୁତ କଠୋର ହୋଇଯାଇଛି। ପ୍ରତିପକ୍ଷ ଦଳ କିମ୍ବା ପ୍ରଶଂସକଙ୍କ ସହ ଖରାପ ବ୍ୟବହାର କରୁଥିବା ଖେଳାଳିମାନଙ୍କୁ ଭାରୀ ଜରିମାନା ଦେବାକୁ ପଡିବ ଏବଂ ସେମାନଙ୍କର ମ୍ୟାଚ୍ ଫିସ୍ କାଟିବାକୁ ପଡିବ। ଏବେ, ପାକିସ୍ତାନ ଦଳ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛି, ଏବଂ ଫଳସ୍ୱରୂପ, ICC ସେମାନଙ୍କର ମ୍ୟାଚ୍ ଫିସ୍ କାଟିପାରେ। ଏହା ବ୍ୟତୀତ, ସେମାନଙ୍କୁ ଦଣ୍ଡ ସ୍ୱରୂପ ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇପାରେ।
Angry Fakhar Zaman pic.twitter.com/sETjUARyzs https://t.co/viW4d7x7jf
— FAKHAR💚AMIR💜 IMAD ❤️ (@hahs4221522_) November 29, 2025

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories