Cricket News / ୪ରୁ ୫ ଦିନ ମଧ୍ୟରେ ପଲଟିଯିବ ପାକିସ୍ତାନ... ଏମିତି ଦାବି କଲେ ଖେଳାଳି
·5 months ago·2 min read

Key Points
ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ରବିଚନ୍ଦ୍ରନ ଅଶ୍ଵିନ କହିଛନ୍ତି, "ଶତପ୍ରତିଶତ ମ୍ୟାଚ୍ ହେବ । ମୋତେ ଲାଗୁଛି ପାକିସ୍ତାନ ୪ରୁ ୫ ଦିନ ମଧ୍ୟରେ ପଛକୁ ହଟିବ । ବ୍ରଡକାଷ୍ଟର୍ସଙ୍କୁ ବିପୁଳ କ୍ଷତି ହେବ, ଆଇସିସିର ଅନ୍ୟ ସଦସ୍ୟ ରାଷ୍ଟ୍ର ମଧ୍ୟ କ୍ଷତି ସହିବେ ଏବଂ ବୈଠକରେ ପାକିସ୍ତାନ ଉପରେ ଚାପ ପକାଇବେ ।
ମୁମ୍ବାଇ: ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ପାକିସ୍ତାନ-ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିଛି । ଯାହାକୁ ନେଇ ଆଇସିସି, ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଚେତାବନୀ ଦେଇଛି । ପାକିସ୍ତାନର ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ହଟଚମଟ ଲାଗି ରହିଥିବା ବେଳେ ଆଲୋଚନା ଜାରି ରଖିଛି ଆଇସିସି ।
ଏଭଳି ସମୟରେ ଭାରତୀୟ ଦଳର ପୂର୍ବତନ ସ୍ପିନର୍ ରବିଚନ୍ଦ୍ରନ ଅଶ୍ଵିନ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି, "ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଥିବା ପାକିସ୍ତାନ ତା ନିଷ୍ପତ୍ତିରୁ ପଛକୁ ହଟିବ ।"
ଏଥିସହ ପଢ଼ନ୍ତୁ: ୧୫ ଫେବ୍ରୁଆରୀରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବା ସୁନିଶ୍ଚିତ
ଅଶ୍ଵିନଙ୍କ ଅନୁସାରେ, "ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାର ମନୋଭାବ ବଦଳାଇବ ଏବଂ ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଖେଳାଯିବ ।" ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଫେବ୍ରୁଆରୀ ୧୫ରେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବାକୁ ନିର୍ଦ୍ଧାରଣ କରାଯାଇଛି ।
ବିଶ୍ଵକପ୍ ପାଇଁ ଏବେ ଶ୍ରୀଲଙ୍କାରେ ପହଞ୍ଚି ସାରିଛି ପାକିସ୍ତାନ ଦଳ । ତଥାପି ଭାରତ ବିପକ୍ଷରେ ପାକିସ୍ତାନ ମ୍ୟାଚ୍ ନ ଖେଳିବାକୁ ଘୋଷଣା କରି ବଡ଼ ବିବାଦ ସୃଷ୍ଟି କରିଛି । ଯାହାକୁ ନେଇ ରବିଚନ୍ଦ୍ରନ ଅଶ୍ଵିନ କହିଛନ୍ତି, "ଯଦି ପାକିସ୍ତାନ ତାର ନିଷ୍ପତ୍ତିରେ ଅଡ଼ି ବସେ ତାହେଲେ ପିସିବିକୁ ଆର୍ଥିକ କ୍ଷତି ହେବା ସହ କୂଟନୈତିକ ଭାବେ ଛନ୍ଦି ହେବାକୁ ପଡ଼ିପାରେ ।"
ଏଥିସହ ପଢ଼ନ୍ତୁ: କ୍ରିକେଟ୍ରେ ମିଳୁନି ପାକିସ୍ତାନକୁ ଅନ୍ୟ ବୋର୍ଡର ସମର୍ଥନ; ବୟକଟ୍ ପ୍ଲାନ୍ ଫ୍ଲପ୍
ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ରବିଚନ୍ଦ୍ରନ ଅଶ୍ଵିନ କହିଛନ୍ତି, "ଶତପ୍ରତିଶତ ମ୍ୟାଚ୍ ହେବ । ମୋତେ ଲାଗୁଛି ପାକିସ୍ତାନ ୪ରୁ ୫ ଦିନ ମଧ୍ୟରେ ପଛକୁ ହଟିବ । ବ୍ରଡକାଷ୍ଟର୍ସଙ୍କୁ ବିପୁଳ କ୍ଷତି ହେବ, ଆଇସିସିର ଅନ୍ୟ ସଦସ୍ୟ ରାଷ୍ଟ୍ର ମଧ୍ୟ କ୍ଷତି ସହିବେ ଏବଂ ବୈଠକରେ ପାକିସ୍ତାନ ଉପରେ ଚାପ ପକାଇବେ । ପିଏସଏଲ୍ ଲାଗି ଖେଳାଳିଙ୍କୁ ଏନଓସି ମିଳିନପାରେ ।"
ସେ ଆହୁରି କହିଛନ୍ତି, "କୌଣସି ବିଶେଷ ପ୍ରତିଦ୍ଵନ୍ଦ୍ଵୀଙ୍କ ବିପକ୍ଷରେ ଖେଳିବାକୁ ମନା କରିବା ଖେଳ ଭାବନା ବିପରୀତ । ଭାରତ-ପାକିସ୍ତାନ ମ୍ୟାଚ୍ରେ ଭେନ୍ୟୁକୁ ନେଇ କୌଣସି ସମସ୍ୟା ନାହିଁ । କୌଣସି ଗୋଟିଏ ଦଳ ବିପକ୍ଷରେ ନ ଖେଳିବା ଲାଗି କହିବା, ଗ୍ରହଣଯୋଗ୍ୟ ନୁହେଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories