India vs Pakistan U19 / ଭାରତକୁ ହରାଇବା ପରେ ପକେଟରୁ କାଗଜ ଚିଠା ବାହାର କରି ଏମିତି ସେଲିବ୍ରେଟ କଲେ ପାକିସ୍ତାନୀ ବ୍ୟାଟର୍
·1 day ago·2 min read

Key Points
ଭାରତକୁ ହରାଇବାପରେ ପାକିସ୍ତାନର ସେଲିବ୍ରେସନ ଏବେ ଭାଇରାଲ...
ଅଣ୍ଡର-୧୯ ଏସିଆ କପ୍ ୨୦୨୬ରେ ଭାରତ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ପାକିସ୍ତାନ। ଏହି ମ୍ୟାଚ୍ରେ ପାକିସ୍ତାନର ଯୁବ ୱିକେଟ୍କିପର ବ୍ୟାଟର୍ ହମଜା ଜହୁରଙ୍କ ଶତକ ଦଳକୁ ବିଜୟୀ କରାଇଥିବା ବେଳେ, ତାଙ୍କର ଏକ ନିଆରା ସେଲିବ୍ରେସନ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍ ଜିତିବା ପରେ ହମଜା ନିଜ ପକେଟରୁ ଏକ କାଗଜ ବାହାର କରି କ୍ୟାମେରା ସାମ୍ନାରେ ଦେଖାଇଥିଲେ। ଏହି କାଗଜରେ ଲେଖାଥିବା କଥା ଦେଖି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ରବିବାର ଓମାନର ଅଲ୍ ଆମେରାତ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ଅଣ୍ଡର-୧୯ ଦଳ ମଧ୍ୟରେ ଏସିଆ କପ୍ର ଗ୍ରୁପ୍-ଏ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୬.୩ ଓଭରରେ ୨୦୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅର୍ଜୁନ ରାଜପୁତ ଚମତ୍କାର ବ୍ୟାଟିଂ କରି ୮୫ ବଲ୍ରୁ ୧୦୭ ରନ୍ର ଶତକୀୟ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ୧୧ଟି ଚୌକା ଓ ୫ଟି ଛକା ସାମିଲ ଥିଲା।
୨୦୯ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ କିନ୍ତୁ ଭଲ ନଥିଲା। ମାତ୍ର ୬୧ ରନ୍ ମଧ୍ୟରେ ଦଳ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ହମଜା ଜହୁର ଦଳର ଦାୟିତ୍ୱ ସମ୍ଭାଳିଥିଲେ। ସେ ହସନୈନ ଅବ୍ବାସ ଦାର୍ଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୧୦୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ହସନୈନ ୩୮ ରନ୍ କରିଥିବା ବେଳେ ହମଜା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।
ହମଜା ୧୦୮ ବଲ୍ରୁ ୧୦ଟି ଚୌକା ଓ ୩ଟି ଛକା ସହ ୧୦୦ ରନ୍ କରିଥିଲେ। ତାଙ୍କ ଶତକ ବଳରେ ପାକିସ୍ତାନ ୪୮.୧ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଏହିପରି ଭାବେ ପାକିସ୍ତାନ ୩ ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା।
ମ୍ୟାଚ୍ର ଶେଷ ବଲ୍ ପୂର୍ବରୁ ଚୌକା ମାରି ନିଜ ଶତକ ପୂରଣ କରିବା ସହ ପାକିସ୍ତାନକୁ ବିଜୟୀ କରାଇଥିଲେ ହମଜା। ଏହାପରେ ସେ ହେଲମେଟ୍ ଖୋଲି ଖୁସିରେ ପଡ଼ିଆ ଚାରିପଟେ ଦୌଡ଼ିଥିଲେ। ଦଳୀୟ ସାଥୀମାନେ ମଧ୍ୟ ତାଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ।
ତେବେ ଏହି ସମୟରେ ହମଜାଙ୍କ ଏକ ଭିନ୍ନ ଅନ୍ଦାଜ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେ ନିଜ ପକେଟରୁ ଏକ ଛୋଟ କାଗଜ ବାହାର କରି କ୍ୟାମେରା ଆଗରେ ଦେଖାଇଥିଲେ। ସେହି କାଗଜରେ ଲେଖାଥିଲା, “Tomorrow match, 50 Inshallah. Hamza Zahoor. I am the best.”
- ଭାରତ ବିପକ୍ଷରେ ହମଜାଙ୍କ ଦମଦାର ଶତକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅର୍ଥାତ୍ ମ୍ୟାଚ୍ ପୂର୍ବରୁ ହମଜା ନିଜ ପାଇଁ ୫୦ ରନ୍ କରିବାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ମ୍ୟାଚ୍ରେ ସେ ୫୦ ନୁହେଁ, ବରଂ ଅପରାଜିତ ୧୦୦ ରନ୍ କରି ନିଜ ଲକ୍ଷ୍ୟଠାରୁ ଦୁଇଗୁଣା ଅଧିକ ସଫଳତା ପାଇଥିଲେ। ତେଣୁ ତାଙ୍କର ଏହି ନୋଟ୍ ଓ ସେଲିବ୍ରେସନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ମ୍ୟାଚ୍ ପରେ ହମଜା କହିଥିଲେ ଯେ ଡଗ୍ଆଉଟ୍ରୁ ତାଙ୍କୁ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହିବାକୁ ବାର୍ତ୍ତା ମିଳିଥିଲା। ତେଣୁ ସେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବା ଉପରେ ଧ୍ୟାନ ଦେଇଥିଲେ। ତାଙ୍କ ଏହି ଇନିଂସ ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମଧ୍ୟ ଚୟନ କରାଯାଇଥିଲା।
ପାକିସ୍ତାନର ଅଧିନାୟକ ଫରହାନ ୟୁସୁଫ ମଧ୍ୟ ହମଜାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଚାପପୂର୍ଣ୍ଣ ପରିସ୍ଥିତିରେ ମ୍ୟାଚ୍ର ଆବଶ୍ୟକତା ଅନୁସାରେ ବ୍ୟାଟିଂ କରିବାର ତାଙ୍କ ଦକ୍ଷତାକୁ ଅଧିନାୟକ ପ୍ରଶଂସା କରିଥିଲେ। ଏହି ବିଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଅର୍ଜୁନ ରାଜପୁତଙ୍କ ଶତକ ସତ୍ତ୍ୱେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

Related Topics
Explore more stories