Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WorldCup Latest News / 'ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିବୁ...' : ଚ୍ୟାଲେଞ୍ଜ୍ ଦେଲେ ଶ୍ରୀଲଙ୍କା ଅଧିନାୟକ

Ritu Das
Browse all articles by Ritu Das
·4 months ago·2 min read
'ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିବୁ...' : ଚ୍ୟାଲେଞ୍ଜ୍ ଦେଲେ ଶ୍ରୀଲଙ୍କା ଅଧିନାୟକ
India

Key Points

ଟିମ୍ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡଠୁ ପରାସ୍ତ ହୋଇଛି। ଶେଷ ମୁକାବିଲାରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବ । ତେବେ ଏହି ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ୍ ଦେଇଛି ।
ସୁପର ୮ରେ ଫେଲ୍ ମାରିଛି ଶ୍ରୀଲଙ୍କା । ଦଳ ସେମି ଫାଇନାଲ ରେସକୁ ଏକ ପ୍ରକାର ବାଦ୍ ପଡିଛି । ଟିମ୍ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡଠୁ ପରାସ୍ତ ହୋଇଛି। ଶେଷ ମୁକାବିଲାରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବ । ତେବେ ଏହି ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ୍ ଦେଇଛି ।

ଚାଲିଛି ସୁପର ୮ ଫାଇଟ୍ । ଦ୍ୱିତୀୟ ଗ୍ରୁପରେ ଅଛନ୍ତି ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ । ଇଂଲଣ୍ଡ ୪ ପଏଣ୍ଟ ସହ ସେମିରେ ଏଣ୍ଟ୍ରି କରିଛି । ନ୍ୟୁଜିଲାଣ୍ଡ ପାଖରେ ତିନି ପଏଣ୍ଟ ରହିଛି । ଅନ୍ୟ ଦିଗରେ ପାକିସ୍ତାନ ପାଖରେ ଗୋଟିଏ ପଏଣ୍ଟ ଥିବା ବେଳେ ଦଳ ସେମିରୁ ବିଦା ହେବା ଏକ ପ୍ରକାର ଥୟ । ଶେଷ ସୁପର-୮ ମୁକାବିଲାରେ ଶ୍ରୀଲଙ୍କା ସହ ପାକିସ୍ତାନ ମୁକାବିଲା କରିବ । ତେବେ ଏହି ମ୍ୟାଚ୍ ଜିତିଲେ ବି ଉଭୟ ଦଳ ମଧ୍ୟରୁ କେହି ହେଲେ ସେମିକୁ ଯାଇପାରିବେ ନାହିଁ । ପାକିସ୍ତାନ ଶ୍ରୀଲଙ୍କାକୁ ଯଦି ବଡ ବ୍ୟବଧାନରେ ହରାଏ ଏବଂ ନ୍ୟୁଜିଲାଣ୍ଡ ଯଦି ନିଜର ଶେଷ ମୁକାବିଲାରେ ଶୋଚନୀୟ ପରାସ୍ତ ହୁଏ ତେବେ ଯାଇ ପାକ୍ ସେମି ଖେଲିବ । କିନ୍ତୁ ଏହି ସମ୍ଭାବନା କମ୍।

ଶ୍ରୀଲଙ୍କା ଲିଗ୍ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଦଳ ଓମାନ ଏବଂ ଆୟାରଲ୍ୟାଣ୍ଡକୁ ପରାସ୍ତ କରିଥିଲା । କିନ୍ତୁ ଜିମ୍ବାଓ୍ୱେ ଭଳି ଦଳଠୁ ଟିମ୍ ହାରିଥିଲା । ପରେ ଇଂଲଣ୍ଡ ବିରୋଧରେ ଦଳ ୧୪୭ ଚେଜ୍ କରିପାରିନଥିଲା । ଏହାପରେ ନ୍ୟୁଜିଲାଣ୍ଡଠୁ ହାରି ସେମି ରେସରୁ ବାଦ୍ ପଡିବା ପରେ ବଡ କଥା କହିଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । ସେ କହିଛନ୍ତି ଯେ, ଦଳର ପ୍ରଦର୍ଶନ ପାଇଁ ଦର୍ଶକଙ୍କୁ କ୍ଷମା ମାଗୁଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ସେମାନେ ଜବରଦସ୍ତ ଭାବେ ବିଦାୟ ନେବେ । ଏହାସହ ପାକିସ୍ତାନର ସେମି ଆଶାକୁ ଚୁରମାର କରିଦେବେ ।
ସେ କହିଛନ୍ତି ଯେ, ସେମାନେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଭଲ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ବଢି ପାରିନାହାଁନ୍ତି । ହେଲେ ଶେଷ ମ୍ୟାଚକୁ ସେ ସ୍ମରଣୀୟ କରିବେ ବୋଲି ପ୍ରକାଶ କରିଛନ୍ତି।

ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ମଧ୍ୟରେ ଚିକିତ୍ସା ସମୟରେ ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ... କ୍ୟାନସର୍‌ରେ ଥିଲେ ପୀଡ଼ିତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sri Lanka Captain Warns Pakistan: ‘Will Knock You Out of the Tournament’ | Argus News