Videos
|
Sports

ଭାରତ-ପାକିସ୍ତାନ ମହା ଲଢ଼େଇ, ପ୍ରଥମେ ପାକିସ୍ତାନର ବ୍ୟାଟିଂ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ-ପାକିସ୍ତାନ ମହା ଲଢ଼େଇ, ପ୍ରଥମେ ପାକିସ୍ତାନର ବ୍ୟାଟିଂ

ସୁପର ସଣ୍ଡେରେ ଆରମ୍ଭ ହେଲା ସୁପର ଫାଇଟ୍। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ପାକିସ୍ତାନ। ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।ଭାରତ ପାକିସ୍ତାନ ମହାମୁକାବିଲାର କାଉଣ୍ଟ ଡାଉନ ଆରମ୍ଭ।

ସେପଟେ ମ୍ୟାଚ୍ ଜିତିବା ପାଇଁ କଳ ବଳ କୌଶଳ ଲଗାଇ ଦେବ ପାକିସ୍ତାନ। ତେବେ ଆଜି କାହା ସପକ୍ଷରେ ରହିବ ମ୍ୟାଚ୍। ତାହାକୁ ଅପେକ୍ଷା। ଏବେ ମୁକାବିଲା ପାଇଁ ପଡିଆକୁ ଓହ୍ଲାଇ ସାରିଲେଣି ଦୁଇ ଦଳର ଖେଳାଳୀ। ଏବେ ଟସ୍ ପଡିଲା। ଆଉ କିଛି ସମୟ ପରେ ଆରମ୍ଭ ହେବ ଲଢେଇ।

ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ। ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି ଭାରତ ପାକିସ୍ତାନ। ୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ପାକିସ୍ତାନ ଶେଷ ଥର ପାଇଁ ୨୦୨୪ରେ ଶେଷ ମ୍ୟାଚ ଖେଳିଥିଲା।


ଟିମ୍ ରିଜଓ୍ବାନକୁ ମାତ୍ ଦେବାକୁ ରୋହିତ ସେନା ନୂଆ ରଣନୀତି ପ୍ରସ୍ତୁତ କରିଛି । ଟିମ୍ ଇଣ୍ଡିଆ ଆଜି ବିଜୟୀ ହେଲେ ସିଧା ସେମି ଫାଇନାଲରେ ପ୍ରବେଶ କରିବ । ମାତ୍ର ପାକିସ୍ତାନ ପାଇଁ କଠିନ ସମୟ । ଆଜିର ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରି ସାରିଥିବା ପାକ୍ ଦଳ ଆଉ ଗୋଟିଏ ମ୍ୟାଚ୍‌ ହାରିଲେ ଟାଇଟଲ ଦୌଡ଼ରୁ ବାଦ୍ ପଡ଼ିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତକୁ ୨ଥର ବିଜୟ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: