Cricket Controversy / ତିନିଥର ଶୂନ୍ୟରେ ଆଉଟ ହୋଇଥିବା ଅଭିଷେକଙ୍କୁ ନେଇ ପାକିସ୍ତାନୀ କ୍ରିକେଟର କହିଦେଲେ ବଡ଼ କଥା...
·4 months ago·3 min read

Key Points
ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି ଅଭିଷେକ ଜଣେ ଭଲ ଖେଳାଳି ନୁହଁନ୍ତି।
ଖେଳ ସମାଚାର(FEB-20): ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି ଅଭିଷେକ ଜଣେ ଭଲ ଖେଳାଳି ନୁହଁନ୍ତି। ତାଙ୍କର ବ୍ୟାଟ୍ ଚାଲୁନି। ଏବେ ସୁଦ୍ଧା ଟି୨୦ ବିଶ୍ୱକପରେ ଗୋଟିଏ ହେଲେ ରନ୍ କରି ନାହାନ୍ତି ଭାରତୀୟ ଦଳର ଟପ୍ ଓପନର ଅଭିଷେକ । ଆମେରିକା ଏବଂ ନେଦରଲ୍ୟାଣ୍ଡସ ଭଳି ଦୁର୍ବଳ ଟିମ୍ ବିରୋଧରେ ସହଜରେ ହେଉଛନ୍ତି ଆଉଟ୍ । ପାକିସ୍ତାନ ବିପକ୍ଷ ମୁକାବିଲାରେ ସେ ଖାତା ଖୋଲି ପାରିନଥିଲେ । ପାକ୍ ସ୍ପିନରଙ୍କ ଜାଲରେ ସହଜରେ ଫସିଯାଇଥିଲେ ଶର୍ମା । ଏବେ ତାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ବୋଲର ମହମ୍ମଦ ଅମିର୍ ।
ନିକଟରେ ଏକ ଟିଭି କାର୍ଯ୍ୟକ୍ରମରେ ଅଭିଷେକଙ୍କ ବ୍ୟାଟିଂ ଷ୍ଟାଇଲକୁ ପସନ୍ଦ କରିନଥିଲେ ଆମିର୍ । ତାଙ୍କୁ ସ୍ଲଗର୍ ବୋଲି କହିଥିଲେ । ଅର୍ଥାତ ସେ ସବୁଦିନ ଭଲ ଖେଳିପାରିବେ ନାହିଁ । ଯେଉଁଦିନ ବ୍ୟାଟ୍ ଚାଲିବ ସେ ସେଦିନ ହିଁ ରନ୍ କରିବେ ବୋଲି ଅମିର କହିଥିଲେ। କରାଯାଇଥିଲା କାରଣ ଅଭିଷେକ ବିଶ୍ୱର ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍। ଏହି ଟୁର୍ଣ୍ଣାମେଣ୍ଟରେ ଅଭିଷେକଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଫର୍ମରେ ନାହିଁ, ଏବଂ ସେ ତିନୋଟି ଇନିଂସ ପରେ ଏପର୍ଯ୍ୟନ୍ତ ତାଙ୍କର ଖାତା ଖୋଲି ନାହାଁନ୍ତି। ଏବେ, ଆମିର ଅଭିଷେକଙ୍କ ବିଷୟରେ ଆଉ ଏକ ବୟାନ ଦେଇଛନ୍ତି ଏବଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ପରାମର୍ଶ ଦେଇଛନ୍ତି।
ଅଭିଷେକ ଶର୍ମା ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଶୂନ୍ୟରେ ଆଉଟ୍ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମଧ୍ୟ ସେ ନିଜର ଖାତା ଖୋଲିପାରି ନଥିଲେ ଏବଂ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଶୂନ୍ୟରେ ଆଉଟ୍ ହୋଇଥିଲେ। ଅଭିଷେକ ଏକ ଲଜ୍ଜାଜନକ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ, ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଶୂନ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ଆଶିଷ ନେହେରାଙ୍କ ସହ ସମକକ୍ଷ ହୋଇଥିଲେ। ମହମ୍ମଦ ଆମିର ବିଶ୍ୱାସ କରନ୍ତି ଯେ ଅଭିଷେକ ପ୍ରତ୍ୟେକ ବଲ୍କୁ ତାଙ୍କ ଆରାମ କ୍ଷେତ୍ରରେ ଖେଳିବାକୁ ଚାହାଁନ୍ତି। ସେ ତାଙ୍କୁ ପ୍ରତି ବଲ୍କୁ ଚୌକା ପାଇଁ ମାରିବାକୁ ଚେଷ୍ଟା ନ କରିବାକୁ ପରାମର୍ଶ ଦେଇଥିଲେ।
ପଢ଼ନ୍ତୁ ଏହି ଖବର: ଏମିତି ଛକା ମାରିଲେ ବୈଭବ, ଫାଟିଗଲା ପାଣି ପାଇପ୍... ଭିଡିଓ ଭାଇରାଲ
ଏବେ ପାକ୍ ପୂର୍ବତନ ବୋଲର କହିଛନ୍ତି ଯେ, ସାଏମ୍ ଆୟୁବ ପୂର୍ବରୁ ସମାନ ପରିସ୍ଥିତିର ସାମ୍ନା କରିଥିଲେ । ବଡ ସଟ୍ ଖେଳିବେ ଆଶାରେ ଓ୍ୱିକେଟ୍ ଫିଙ୍ଗି ଦେଉଥିଲେ । ପ୍ରଥମେ ତାଙ୍କୁ ବୋଲର ଲେଗ୍ ସାଇଡରେ ବୋଲିଂ କରୁଥିଲେ । ସେ ଛକା ଚଉକା ମାରୁଥିଲେ । ପରେ ଅଫ୍ ସାଇଡରେ ବୋଲିଂ କରିଥିଲେ ବୋଲର । ସହଜରେ ଆଉଟ୍ ହୋଇଯାଉଥିଲେ ଆୟୁବ । ଅଭିଷେକଙ୍କ ସହ ମଧ୍ୟ କିଛି ଏମିତି ହେଉଛି ।
"ଅଭିଷେକ ସମସ୍ତ ବଲକୁ ଛକା-ଚଉକା ମାରିବାକୁ ଚାହୁଁଛନ୍ତି।" ଯାହା ସବୁଠୁ ବଡ ଭୁଲ୍ । ଟି୨୦ କିମ୍ବା ଦିନିକିଆରେ ସବୁ ବଲ୍ ଜୋନରେ ଆସିନଥାଏ । କିଛି ସ୍ୱିମ୍ ବା ସିମ୍ ହୋଇଥାଏ । ଯାହାର ଫାଇଦା ନେଇଥିଲେ ସଲମାନ୍ ଆଗା ଏବଂ ଆର୍ଯ୍ୟନ ଦତ୍ତ । ଏବେବି ସମୟ ଅଛି । ସେ ନିଜର ତ୍ରୁଟି ସୁଧାରିପାରିବେ ବୋଲି ଅମିର କହିଛନ୍ତି । ଯଦି ଏପରି ନହୁଏ ତାହାଲେ ତାଙ୍କ କ୍ରିକେଟ କ୍ୟାରିଅର ଆଗକୁ ବଡିପାରିବ ନାହିଁ ବୋଲି ପାକିସ୍ତାନୀ ଟିଭିର ଏକ କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱର ନମ୍ବର ଓ୍ୱାନ୍ ଟି୨୦ ବ୍ୟାଟର ହେଲେ ଅଭିଷେକ ଶର୍ମା । ୨୦୨୬ କିନ୍ତୁ ତାଙ୍କ ପାଇଁ ଏବେ ସୁଦ୍ଧା ଖରାପ ରହିଛି । ବର୍ଷ ଆରମ୍ଭରୁ ଏବେସୁଦ୍ଧା ସେ ୫ ଥର ଗୋଲଡେନ୍ ଡକରେ ପାଭିଲିୟନ ଫେରିଛନ୍ତି । ଏବେ ଟି୨୦ ବିଶ୍ୱକପର ସୁପର ୮ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହେଉଛି । ହେଲେ ଅଭିଷେକଙ୍କ ଫର୍ମ ଦଳକୁ ଟେନସନ ଦେଲାଣି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories