Videos
|
Sports

ମହିଳା ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପାକ୍‌ କ୍ରିକେଟର୍‌ ହୈଦର ଅଲୀ

Ritu Das
Browse all articles by Ritu Das
·12 months ago·1 min read
ମହିଳା ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପାକ୍‌ କ୍ରିକେଟର୍‌ ହୈଦର ଅଲୀ

Key Points

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ପାକ୍‌ କ୍ରିକେଟର୍‌

ପାକିସ୍ତାନୀ କ୍ରିକେଟର ହୈଦର ଅଲୀ ଇଂଲଣ୍ଡରେ ଗିରଫ

ନିର୍ଯାତନା ଅଭିଯୋଗ ଆସିବା ପରେ ପିସିବି ଦ୍ୱାରା ନିଲମ୍ବିତ

ନୂଆ ଏକ ବିବାଦ ଘେରରେ ଛନ୍ଦି ହୋଇଛି ପାକିସ୍ତାନ୍‌ କ୍ରିକେଟ୍‌। କାହିଁକି ନା, ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ପାକ୍‌ କ୍ରିକେଟର୍‌। ପାକିସ୍ତାନୀ କ୍ରିକେଟର ହୈଦର ଅଲୀ ଇଂଲଣ୍ଡରେ ଗିରଫ । ନିର୍ଯାତନା ଅଭିଯୋଗ ଆସିବା ପରେ ପିସିବି ଦ୍ୱାରା ନିଲମ୍ବିତ । ପାକିସ୍ତାନୀ କ୍ରିକେଟର ହୈଦର ଅଲୀଙ୍କୁ ଇଂଲଣ୍ଡରେ ମହିଳା ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଛି । ଏହି ୨୪ ବର୍ଷୀୟ ଖେଳାଳି ପାକିସ୍ତାନ ଟିମ୍‌ର ଇଂଲଣ୍ଡ ଗସ୍ତ ସମୟରେ ବେକେନହାମ ଗ୍ରାଉଣ୍ଡରୁ ଅଗଷ୍ଟ ୩ରେ ଗ୍ରେଟର ମାନଚେଷ୍ଟର ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ଅଭିଯୋଗ ଅନୁଯାୟୀ ଜୁଲାଇ ୨୩ରେ ମାଞ୍ଚେଷ୍ଟରରେ ଏକ ସ୍ଥାନରେ ଏହି ଘଟଣା ଘଟିଥିଲା ।


ହୈଦରଙ୍କୁ ବର୍ତ୍ତମାନ ପାଇଁ ଜାମିନରେ ମୁକ୍ତ କରାଯାଇଛି, କିନ୍ତୁ ତାଙ୍କ ପାସପୋର୍ଟ ଜବତ କରାଯାଇଛି । ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ହୈଦରଙ୍କୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନିଲମ୍ବିତ କରିଛି ଏବଂ ଆଇନଗତ ସହାୟତା ପ୍ରଦାନ କରୁଛି । ପିସିବି ଏକ ବିବୃତ୍ତିରେ କହିଛି, “ଆମେ ଇଂଲଣ୍ଡର ଆଇନଗତ ପ୍ରକ୍ରିୟାକୁ ସମ୍ମାନ କରୁଛୁ ଏବଂ ତଦନ୍ତ ଶେଷ ହେବା ପରେ ଆମର ନିୟମାନୁସାରେ ଉଚିତ ପଦକ୍ଷେପ ନେବୁ ।” ହୈଦର ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ୨ଟି ଦିନିକିଆ ଓ ୩୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହା ପୂର୍ବରୁ ସେ ୨୦୨୧ ପିଏସଏଲରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କାରଣରୁ ନିଲମ୍ବିତ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistani-cricketer-haider-ali-arrested-on-charges-of-assaulting-a-woman | Argus News