Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାକିସ୍ତାନର ଅଜବ ଦାବି,ବିସିସିଆଇ ଦେଉ ଲିଖିତ ପ୍ରମାଣ 

Sangram Tripathy
Browse all articles by Sangram Tripathy
·1 year ago·2 min read
ପାକିସ୍ତାନର ଅଜବ ଦାବି,ବିସିସିଆଇ ଦେଉ ଲିଖିତ ପ୍ରମାଣ 

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ୍ ପରେ ଥମୁନି ପାକିସ୍ତାନରେ ହେବାକୁ ଥିବାଚାମ୍ପିୟନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା। ଭାରତ ଯିବ ତ ପାକିସ୍ତାନ?,ନା ଶ୍ରୀଲଙ୍କା -ୟୁଏଇରେ ଭାରତ ଖେଳିବ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ । ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେ। ୨୦୨୫ରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ପାକିସ୍ତାନ, ଚାମ୍ପିୟନ୍ସ ଟ୍ରଫିଲାଗି ସରିଛି ସମସ୍ତ ସିଡ୍ୟୁଲ ପ୍ରସ୍ତୁତ । ୨୦୨୫ ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ ବୋଲି କହିଛି ପିସିବି । ପାକିସ୍ତାନର ପ୍ରସ୍ତାବ ଅନୁଯାୟୀ,ଲାହୋରରେ ୨୦୨୫ ମାର୍ଚ୍ଚ ୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦି ।ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଆଉ ଏହାପରେ ପାକିସ୍ତାନ ଭାରତକୁ ଧମକ ଦେଇଥିବା ବେଳେ ଏବେ ଏକ ନୂଆ ଦାବି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ୨୦୨୭ରେ ବିଶ୍ୱକପ ଭାରତରେ ହେବାକୁ ଥିବାବେଳେ ଏଥିରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ଧମକ ଦେଇଛି ପିସିବି। ଏସିଆ କପ୍-୨୦୨୩ରେ ମଧ୍ୟ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା,ବିସିସିଆଇ ପାକିସ୍ତାନ ଗସ୍ତ କରିବାକୁ ମନା କରିବାରୁ ବୋର୍ଡ ଏଥିପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଥିଲା । ତେବେ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ପୁଣିଥରେ ଯିବାକୁ ମନା କରିବା ପରେ ଅସନ୍ତୋଷ ଜାହିର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଏହି ଇଭେଣ୍ଟ ପାଇଁ ପାକିସ୍ତାନ ଗସ୍ତ ନ କରିବାକୁ ନେଇ ଲିଖିତ ପତ୍ର ଦାବି କରିଛି ପାକିସ୍ତାନ । ସୂଚନା ଅନୁସାରେ, ଯଦି ଭାରତ ସରକାର ପାକିସ୍ତାନ ଗସ୍ତ ପାଇଁ ଟିମ ଇଣ୍ଡିଆକୁ ଅନୁମତି ନ ଦିଏ, ତେବେ ଏହାର ଲିଖିତ ଆକାରରେ  କାରଣ ବିସିସିଆଇ ଯଥାଶୀଘ୍ର ଆଇସିସିକୁ ଦେଉ ବୋଲି ଦାବି କରିଛି ପିସିବି । ତେବେ ୧୯ ଜୁଲାଇରେ ହେବାକୁ ଥିବା ବୈଠକରେ କଣ ନିଷ୍ପର୍ତ୍ତି ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ହାଇବ୍ରିଡ ମଡେଲ ଅନୁସାରେ ଏସିଆ କପରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା ଏବେ ମଧ୍ୟ ବିସିସିଆଇ ଚାମ୍ପିୟନ୍ସ ଟ୍ରଫିରେ ସମାନ ନୀତି ଆପଣାଇବା ଲକ୍ଷ୍ୟରେ ରହିଛି। ଆଇସିସିର ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଗୁରୁତ୍ବ ଅଧିକ ରହିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଳର ପ୍ରଶଂସକଙ୍କ ସହ ଟିମ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାନ୍ତି। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା କାରଣରୁ ଭାରତୀୟ ଟିମ ପାକିସ୍ତାନ ଯାଇ ନ ପାରେ ବୋଲି କୁହାଯାଉଛି। କିଛି ଘଣ୍ଚା ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର ତନବୀର ଅହମ୍ମଦ  ବିସିସିଆଇକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଯାହାଶୁଣି ପ୍ରତ୍ୟେକ ଭାରତୀୟ ଫ୍ୟାନ୍ ରାଗିଯାଇଥିଲେ,ପାକିସ୍ତାନ କେବେ ତାର ପ୍ରକୃତି ଛାଡ଼ିବନି। ପାକିସ୍ତାନ ଇଣ୍ଡିଆ ବିନା କିଛି ନୁହେଁ ବୋଲି ରାଗିଯାଇ କହିଥିଲେ କ୍ରିକେଟ୍ ପ୍ରଶଂସକ,  ପାକିସ୍ତାନ ଲିମିଟରେ ରହୁ,ନଚେତ୍ ଭାରତ ଚୁପ୍ କରାଇବାକୁ ଲାଗିବନି ବେଶୀ ସମୟ । ବିସିସିଆଇ ନିଷ୍ପିର୍ତ୍ତି ଉପରେ ରହିଛି ସମସ୍ତଙ୍କ ନଜର।

Sponsored
Pakistan's strange | Argus News