Videos
|
Sports

Smriti Mandhana / ଭୟଙ୍କର ଖୁଲାସା: ଜଣେ ଯୁବତୀଙ୍କ ସହ ବେଡ୍‌ରେ ଶୋଇଥିଲେ ପଲାଶ, ଧରାପଡ଼ି ମାଡ଼ ଖାଇଥିଲେ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଭୟଙ୍କର ଖୁଲାସା: ଜଣେ ଯୁବତୀଙ୍କ ସହ ବେଡ୍‌ରେ ଶୋଇଥିଲେ ପଲାଶ, ଧରାପଡ଼ି ମାଡ଼ ଖାଇଥିଲେ...
Smriti Mandhana

Key Points

ଅନ୍ୟ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ
ସ୍ମୃତିଙ୍କ ଟିମ୍‌ ମାରିଥିଲେ ମାଡ
ଖୋଲିଲା ଗୁମର
ପୁଣି ଥରେ ପଲାଶଙ୍କୁ ନେଇ ଆସିଲା ବଡ଼ ଖବର। ଗୋଟିଏ ରୁମରେ ଅନ୍ୟ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ ମୁଚ୍ଛଲ। ଯେଉଁ ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସଂଗୀତକାର ପଲାଶ ମୁଚ୍ଛଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ବିଦ୍ୟାନ ମାନେ ପଲାଶଙ୍କ ଉପରେ ୪୦ ଲକ୍ଷ ଠକେଇର ଅଭିଯୋଗ ଆଣିଛନ୍ତି। ଏବେ ବିଦ୍ୟାନ ପଲାଶ ଏବଂ ସ୍ମୃତିଙ୍କ ବିବାହ ଭାଙ୍ଗିବା ବିଷୟରେ ମୁହଁ ଖୋଲିଛନ୍ତି ଏବଂ ପଲାଶଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। କେଉଁ କାରଣ ପାଇଁ ଭାଙ୍ଗିଥିଲା ପଲାଶଙ୍କ ବିବାହ। କାହିଁକି ରାଗିଥିଲେ ସ୍ମୃତି ମନ୍ଦାନା। ପୁରା ଘଟଣା ସେଦିନ କଣ ହୋଇଥିଲା।

ସାଙ୍ଗଲିର ବାସିନ୍ଦା ବିଦ୍ୟାନ ପଲାଶଙ୍କ ଉପରେ ୪୦ ଲକ୍ଷ ଠକେଇର ଅଭିଯୋଗ ଆଣିଛନ୍ତି। ବିଦ୍ୟାନ କହିଛନ୍ତି, ଯେତେବେଳେ ମୁଁ ପଳାଶଙ୍କ ମାଆ ଅମିତା ମୁଛଲଙ୍କୁ ଭେଟିଲି, ସେ ମୋତେ କହିଥିଲେ ଯେ, ଫିଲ୍ମର ବଜେଟ ୧.୫ କୋଟିକୁ ବୃଦ୍ଧି ପାଇଛି। ସେ ମୋତେ ୧୦ ଲକ୍ଷ ନିବେଶ କରିବାକୁ ମଧ୍ୟ କହିଥିଲେ। ଏସବୁ କରୁଥିବା ସମୟରେ, ସେ ମୋତେ ବ୍ଲାକମେଲ କରି କହିଥିଲେ, ଯଦି ମୁଁ ଏପରି ନ କରେ, ତେବେ ମୁଁ ଗୋଟିଏ ଟଙ୍କା ମଧ୍ୟ ପାଇବି ନାହିଁ। ୩୪ ବର୍ଷୀୟ ଅଭିନେତା ବିଦ୍ୟାନ ସମ୍ପ୍ରତି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ପଲାଶ ଏବଂ ସ୍ମୃତିଙ୍କ ବିବାହ ପ୍ରସ୍ତୁତିରେ ଉପସ୍ଥିତ ଥିଲି। ପଲାଶ ଅନ୍ୟ ଜଣେ ମହିଳାଙ୍କ ସହିତ ବେଡ୍‌ରେ ଧରାପଡ଼ିଥିଲେ। ଦୃଶ୍ୟ ଭୟଙ୍କର ଥିଲା।

ଏଥିସହ ପଢ଼ନ୍ତୁ: ଲୁଚିଛପି ବିବାହ କଲେ ଧନୁଷ-ମୃଣାଳ, AI ଦେଲା ଆଶିର୍ବାଦ...

ଏଥିରେ ରାଗିଯାଇ ସ୍ମୃତିଙ୍କ ଟିମ୍‌ ପଲାଶଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ପଲାଶଙ୍କ ସମଗ୍ର ପରିବାର ଏକ ଠକ। ବିଦ୍ୟାନ ଆହୁରି କହିଛନ୍ତି, ଯେତେବେଳେ ମୋତେ ଧମକ ମିଳିବା ଆରମ୍ଭ ହେଲା, ମୁଁ ଏକ ଅଭିଯୋଗ ଦାଖଲ କଲି। ଯେତେବେଳେ ମୁଁ ପଳାଶଙ୍କ ସହ ଏ ବିଷୟରେ କଥା ହେବାକୁ ଚେଷ୍ଟା କଲି, ମୋତେ କୌଣସି ଉତ୍ତର ମିଳିଲା ନାହିଁ। ଯେତେବେଳେ ତାଙ୍କ ବିବାହ ଭାଙ୍ଗିଗଲା, ସେତେବେଳେ ସମଗ୍ର ପରିବାର ମୋତେ ସୋସିଆଲ ମିଡିଆରେ ବ୍ଲକ କରିଦେଲେ। ବିଦ୍ୟାନ ସ୍ମୃତି ମନ୍ଧାନାଙ୍କ ପିଲାଦିନର ବନ୍ଧୁ ଏବଂ ପଳାଶଙ୍କ ସହିତ ଏକ ଫିଲ୍ମରେ କାମ କରୁଥିଲେ। ବିଦ୍ୟାନଙ୍କ ୪୦ ଲକ୍ଷ ଟଙ୍କା ଅଭିଯୋଗ ଉପରେ ପଲାଶ କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏଥିରେ କୌଣସି ସତ୍ୟତା ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories