|
logo
Live

Argus News - ବ୍ରେକଅପ୍‌ ପରେ ପୁଣି ପ୍ୟାଚଅପ୍‌: ଏକାଠି ହେଲେ ଦୁଇ ପରିବାର, ବିବାହ କରିବେ ପଲାଶ୍-ସ୍ମୃତି !

Sports

Smriti Palash Wedding / ବ୍ରେକଅପ୍‌ ପରେ ପୁଣି ପ୍ୟାଚଅପ୍‌: ଏକାଠି ହେଲେ ଦୁଇ ପରିବାର, ବିବାହ କରିବେ ପଲାଶ୍-ସ୍ମୃତି !

Banajyotshna Ray
Browse all articles by Banajyotshna Ray
·2 hours ago·3 min read
ବ୍ରେକଅପ୍‌ ପରେ ପୁଣି ପ୍ୟାଚଅପ୍‌: ଏକାଠି ହେଲେ ଦୁଇ ପରିବାର, ବିବାହ କରିବେ ପଲାଶ୍-ସ୍ମୃତି !
Smriti Palash Wedding

Key Points

ମିଶିଗଲା ମନ
ଏକାଠି ହେଲେ ଦୁଇ ପରିବାର
ସମସ୍ତେ ଚୁପ୍‌
ବିବାହ କରିବେ ପଲାଶ୍-ସ୍ମୃତି
ମିଶିଗଲା ମନ। ଏକାଠି ହେଲେ ସ୍ମୃତି ମନ୍ଦାନା ଏବଂ ପଲାଶ୍‌ ମୁଚ୍ଛଲ। ଗସିପ୍‌ରେ ଲାଗିଲା ଫୁଲଷ୍ଟପ୍, ପରିବାରକୁ ଏକାଠି ଦେଖି ଫ୍ୟାନ୍ସ ତାଟକା। ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ଲୋକପ୍ରିୟ ସଂଗୀତକାର ପଲାଶ ମୁଛଲ ଗତ ନଭେମ୍ବର ୨୦୨୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ, ବିବାହର କିଛି ଦିନ ପୂର୍ବରୁ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପ୍ରାରମ୍ଭରେ, ବିବାହ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା ଖବର ପ୍ରକାଶିତ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ, ସମ୍ପର୍କ ଶେଷ ହୋଇଥିବା ରିପୋର୍ଟ ପ୍ରସାରିତ ହେବା ଆରମ୍ଭ ହୋଇଥିଲା।ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ, ପ୍ରଶଂସକଙ୍କ ହୃଦୟରେ ଆଶା ପୁଣି ଜାଗ୍ରତ ହୋଇଛି ଯେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲ ପୁନର୍ବାର ଏକାଠି ହୋଇପାରନ୍ତି।

ଭାଙ୍ଗିଥିଲା ବହୁ ଚର୍ଚ୍ଚିତ ସେଲିବ୍ରିଟିଙ୍କ ବିବାହ । ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନା ଓ ସଂଗୀତକାର ପଲାଶ ମୁଚ୍ଛଲଙ୍କ ସଂପର୍କରେ ଆସିଥିଲା ଫାଟ । ସବି କିଛି ସରିଥିଲା, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ ହୋଇଥିଲା । ବିବାହ ପୂର୍ବର ଉତ୍ସବ ବି ଧୂମ୍ଧାମ୍ରେ ହୋଇଥିଲା । ବିବାହ ପୂର୍ବ ରାତିରେ ସବୁ କିଛି ଭାଙ୍ଗି ଚୂର୍ମାର୍ ହୋଇଥିଲା । ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଥିଲା । ପରେ କଥା ଉଠିଥିଲା କି ସ୍ମୃତିକୁ ବିବାହ ପୂର୍ବରୁ ପଲାଶ ତାଙ୍କ ସହିତ ପ୍ରତାରଣା କରୁଥିବାର ଜଣାପଡିଥିଲା । ଯାହାକୁ ନିଜେ ଧରିଥିଲେ ମହିଳା କ୍ରିକେଟର ସ୍ମୃତି । ହେଲେ ଏବେ, କିନ୍ତୁ ସବୁକିଛି ଠିକ୍ ଠାକ୍ ହେବା ପରି ମନେ ହେଉଛି । ଜଣାପଡୁଛି ଯେ ଦୁଇ ପରିବାର ମଧ୍ୟରେ ସବୁକିଛି ସଜାଡି ହୋଇଯାଇଛି ।ପୁଣି ଏକାଠି ହେବେ ପଲାଶ ଓ ସ୍ମୃତି ?



. ପଲକ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ବାପା ଏକାଠି ଦେଖାଗଲେ:


ପ୍ରକୃତରେ, ସାମ୍ନାକୁ ଆସିଥିବା ସଦ୍ୟତମ ଭିଡିଓରେ ପଳାଶ ମୁଛଲଙ୍କ ଭଉଣୀ ପଲକ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ବାପା ଶ୍ରୀନିବାସ ମନ୍ଧାନା ଏକାଠି ଦେଖାଯାଇଛନ୍ତି। ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ମିଥୁନ ମଧ୍ୟ ଉପସ୍ଥିତ ଥିଲେ। ଏହି ତିନି ଜଣଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା। ଭିଡିଓରେ, ପଲକ ମୁଛଲ ସ୍ମୃତି ମନ୍ଧାନାଙ୍କ ପିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବାର ଦେଖାଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଏହା ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଅନେକ ବିଶ୍ୱାସ କରୁଛନ୍ତି ଯେ, ପଲାଶ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ପରିବାର ମଧ୍ୟରେ ସବୁକିଛି ସମାଧାନ ହୋଇଯାଇଛି। ସେହିପରି ଅନ୍ୟମାନେ ମତ ଦେଉଛନ୍ତି ଯେ, ପଲାଶ ଏବଂ ସ୍ମୃତି ପରସ୍ପର ଭିତରେ ଥିବା ମତଭେଦକୁ ସଜାଡ଼ି ଦେଇଛନ୍ତି। ତେବେ ଏହି ସମୟରେ, କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଏହା ଏକ ପୁରୁଣା ଭିଡିଓ।

ଏଥିସହ ପଢ଼ନ୍ତୁ: ୧୫ ବର୍ଷୀୟ ବୈଭବ ଆଉ ଜୟସ୍ୱାଲଙ୍କ ବିସ୍ଫୋରଣରେ ଧରାଶାୟୀ MI.... ରାଜସ୍ଥାନର ଲଗାତାର ତୃତୀୟ ବିଜୟ

ପରେ, ପଲାଶଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ସେ ସ୍ମୃତିଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା, ଯାହା ଫଳରେ ବିବାହ ଭାଙ୍ଗିଗଲା। ଫଳସ୍ୱରୂପ, ପଲାଶଙ୍କୁ କଠୋର ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଲା, ଲୋକମାନେ ତାଙ୍କୁ “ପ୍ରତାରକ” ବୋଲି ଆଖ୍ୟା ଦେଇଥିଲେ। ଏହି ସମୟରେ, ସ୍ମୃତି ମନ୍ଧାନାଙ୍କୁ ଜନସାଧାରଣଙ୍କ ପକ୍ଷରୁ ସମର୍ଥନର ସୁଅ ଛୁଟିଥିଲା। କିନ୍ତୁ ସ୍ମୃତି ମନ୍ଧାନା କେବେବି ପଲାଶଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ମନ୍ତବ୍ୟ ଦେଇ ନଥିଲେ। ବିପରୀତରେ, ପଲାଶ ପ୍ରତାରଣା ଅଭିଯୋଗକୁ କେବଳ ଅବାନ୍ତର ବୋଲି କହି ପ୍ରଶଂସକଙ୍କ ମୁହଁରେ ହସ ଫେରାଇ ଆଣିଛନ୍ତି।

. କଣ କହୁଛନ୍ତି ଫ୍ୟାନ୍ସ?

ୟୁଜର୍ସ ମାନେ ବିଶ୍ୱାସ କରୁଛନ୍ତି ଯେ ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍ ଅଛି । କେତେକ ମତ ଦେଇଛନ୍ତି ଯେ ପଲାଶ ଓ ସ୍ମୃତି ପୁଣି ଏକାଠି ହେବାକୁ ଯାଉଛନ୍ତି । ଅନେକ ଲୋକ କହି ବୁଲୁଛନ୍ତି କେମେତି ଏପରି ହେଲା ?କିଛି ଫଲୋଅର ଏହାକୁ ଏକ ନକଲି ଭିଡିଓ ବୋଲି କହିଛନ୍ତି । ଅନେକ କହିଛନ୍ତି ଏହା ଏକ ପୁରୁଣା ଭିଡିଓ । ପଲକ ଓ ସ୍ମୃତିଙ୍କ ବାପାଙ୍କ ଏହି ଭିଡିଓ ପୁରୁଣା କି ନୂଆ ତାହା ପ୍ରକୃତ ଭାବେ ନିଶ୍ଚିତ ହୋଇନାହିଁ । କିନ୍ତୁ ଏହା ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ବେଶ୍ ଗସିପ୍ ହେଉଛି । ତେବେ ଆଗକୁ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Smriti Palash Wedding: ବ୍ରେକଅପ୍‌ ପରେ ପୁଣି ପ୍ୟାଚଅପ୍‌: ଏକାଠି ହେଲେ ଦୁଇ ପରିବାର, ବିବାହ କରିବେ ପଲାଶ୍-ସ୍ମୃତି ! | Argus News