Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hardik Pandya / ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ଦିନେ ଭାଉଜଙ୍କ ପ୍ରିୟ ଥିଲେ ହାର୍ଦ୍ଦିକ

Ritu Das
Browse all articles by Ritu Das
·4 months ago·2 min read
ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ଦିନେ ଭାଉଜଙ୍କ ପ୍ରିୟ ଥିଲେ ହାର୍ଦ୍ଦିକ
India

Key Points

ପାଣ୍ଡ୍ୟା ବ୍ରଦର୍ସ ମଧ୍ୟରେ ବଡ଼ ଝଗଡା
ମାହିକାଙ୍କ ପାଇଁ ଭାଉଜଙ୍କ ସହ କଥା ବନ୍ଦ କଲେ ହାର୍ଦ୍ଦିକ
ଟି-୨୦ ବିଶ୍ବକପ ୨୦୨୬ ସରିଗଲାଣି କିନ୍ତୁ ଏବେ ବି ବିଶ୍ବକପ ଖବର ଚର୍ଚ୍ଚାରେ ଅଛି। ବେଶୀ ଚର୍ଚ୍ଚାରେ ଅଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। କାରଣ ବିଶ୍ବକପର ସେଲିବ୍ରେସନ ପାଣ୍ଡ୍ୟା ଯେଉଁଭଳି କରିଥିଲେ ତାହା ବର୍ତ୍ତମାନ ଯାଏ ଟ୍ରୋଲ ହେଉଛନ୍ତି। ଦିନ ଥିଲା ଦୁଇ ଭାଇଙ୍କ ମଧ୍ୟରେ କେହି ପଶି ପାରୁ ନଥିଲେ। ବହୁତ ଭଲ ପାଇବା ଥିଲା। କିନ୍ତୁ କଣ ଏମିତି ଗୋଟିଏ ଝିଅ ଆସିଲା ଯେ ପୁରା ପରିବାରକୁ ଭାଙ୍ଗିଦେଲା ବୋଲି ହାର୍ଦ୍ଦିକଙ୍କ ପରିବାରକୁ ନେଇ ଏକ ବଡ଼ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଛି କି? କାହିଁକି ହାର୍ଦ୍ଦିକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଅଛି? ନିକଟ ଅତୀତରେ ଘଟିଥିବା କିଛି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ଜୋର ଧରିଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭାରତୀୟ ଦଳ T୨୦ ବିଶ୍ୱକପ ୨୦୨୬ ଟାଇଟଲ ଜିତିବା ଏବଂ ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ବଡ଼ଭାଇ କୃନାଲ ତାଙ୍କୁ ସର୍ବସମ୍ମୁଖରେ ଶୁଭେଚ୍ଛା ଜଣାଇନାହାନ୍ତି। ପୂର୍ବରୁ ଦୁଇ ଭାଇ ପରସ୍ପରର ଛୋଟ ବଡ଼ ସଫଳତାକୁ ସୋସିଆଲ ମିଡିଆରେ ଖୁବ ସେଲିବ୍ରେଟ କରୁଥିବା ବେଳେ ଏଥର କୃନାଲଙ୍କ ନୀରବତା ସମସ୍ତଙ୍କୁ ଚକିତ କରିଛି।

ଅଧିକ ପଢ଼ନ୍ତୁ: କ୍ରିକେଟ ମୈଦାନରେ ପ୍ରେମିକାଙ୍କ ସହ ରୋମାନ୍ସ, ଜେଲ ଯାଇପାରନ୍ତି ହାର୍ଦ୍ଦିକ !

T୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ମୁମ୍ବାଇରେ ଏବଂ ଫାଇନାଲ ଅହମ୍ମଦାବାଦରେ ଖେଳାଯାଇଥିଲା। ପୂର୍ବରୁ ହାର୍ଦ୍ଦିକଙ୍କ ପ୍ରତିଟି ବଡ଼ ମ୍ୟାଚ୍‌ରେ କୃନାଲ ଏବଂ ତାଙ୍କ ପତ୍ନୀ ପଙ୍ଖୁଡ଼ି ଷ୍ଟାଡିୟମରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚଗୁଡ଼ିକରେ ଉଭୟଙ୍କୁ କେଉଁଠି ବି ଦେଖିବାକୁ ମିଳି ନ ଥିଲା। ସମ୍ପର୍କରେ ତିକ୍ତତା ଆସିଥିବାର ଆଉ ଏକ ସଙ୍କେତ ମିଳିଥିଲା ଯେତେବେଳେ ହାର୍ଦ୍ଦିକ ତାଙ୍କ ଭାଉଜ ପଙ୍ଖୁଡ଼ିଙ୍କୁ ଚଳିତ ବର୍ଷ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିଲେ। ହାର୍ଦ୍ଦିକ ସବୁବେଳେ ନିଜ ଭାଉଜଙ୍କୁ ଖୁବ ସମ୍ମାନ କରନ୍ତି ଏବଂ ପ୍ରତିବର୍ଷ ଶୁଭେଚ୍ଛା ଜଣାଇଥାନ୍ତି, ମାତ୍ର ଏଥର ସେଥିରେ ବ୍ୟତିକ୍ରମ ଦେଖାଯାଇଛି।

ଚର୍ଚ୍ଚା ହେଉଛି ଯେ, ମାହିକା ଶର୍ମା ହାର୍ଦ୍ଦିକଙ୍କ ଜୀବନକୁ ଆସିବାପରେ ଦୁଇ ଭାଇଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଘଟଣାବଳୀର ପ୍ରଭାବ କୃନାଲଙ୍କ ସହ ତାଙ୍କ ସମ୍ପର୍କ ଉପରେ ପଡ଼ିଥିବା ଅନୁମାନ କରାଯାଉଛି। ଯଦିଓ ଏସବୁ କେବଳ ସୋସିଆଲ ମିଡିଆର କଳ୍ପନାଜଳ୍ପନା ହୋଇଥାଇପାରେ, ତଥାପି ପ୍ରଶଂସକମାନେ ଆଶା କରୁଛନ୍ତି ଯେ ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ପୁଣିଥରେ ପୂର୍ବ ଭଳି ଭଲପାଇବା ଏବଂ ନିବିଡ଼ ସମ୍ପର୍କ ଫେରିଆସୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandya Brothers Rift? Hardik Stops Talking to Sister-in-Law Amid Family Dispute Buzz | Argus News