ପାଣ୍ଡ୍ୟାଙ୍କୁ ମିଳିପାରେ ଟି-୨୦ ଦାୟିତ୍ବ!

ଅଗର୍ସ ବ୍ୟୁରୋ: ଟି-୨୦ରେ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ଦାୟିତ୍ବ । ସମ୍ଭାଳିପାରନ୍ତି -୨୦ ମଙ୍ଗ । ହିଟ୍ ମ୍ୟାନଙ୍କ ସ୍ଥାନରେ ନଜର ଆସିପାରନ୍ତି ହାର୍ଦ୍ଦିକ । ଟି-୨୦ ବିଶ୍ବକପ୍ ବିଜୟ ପରେ ଅଧିନାୟକ ପଦ ଛାଡିବା ସହ ଟି-୨୦କୁ ବାଏ ବାଏ କରିଥିଲେ ରୋହିତ ଶର୍ମା। ଏହାପରେ ପାଣ୍ଡ୍ୟା ଭାରତର କମାଣ ଟି-୨୦ରେ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି।
ରୋହିତଙ୍କ ଅଧୀନରେ ପାଣ୍ଡ୍ୟା ଟି-୨୦ର ଉପ ଅଧିନାୟକ ରହିଥିଲେ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୨୭ରୁ ଆରମ୍ଭ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତର ଅଧିନାୟକ କିଏ ହେବ ସେ ନେଇ ଚାଲିଛି ଆଲୋଚନା ସମାଲୋଚନା। ରେସରେ ଆଗରେ ରହିଛି ସୂର୍ଯ୍ୟ କୁମାର ଯାଦବ, ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ। ୩ଟିକିଆ,ଟି-୨୦ ସିରିଜ୍ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ରେ ଶେଷ ହେବ। ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟ କୁମାର ଭାରତର କମାଣ ସମ୍ଭାଳିଥିଲେ।
ଭାରତ ଅଗଷ୍ଟ ୨ରୁ ୭ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳିବ। ଦିନିକିଆ ସିରିଜ ପାଇଁ ଖୁବଶୀଘ୍ର ଭାରତୀୟ ସ୍କ୍ୱାଡ ଘୋଷଣା କରିବ ବିସିସିଆଇ। ଟି-୨୦ରେ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ, ଭାରତୀୟ ବାମହାତି ବ୍ୟାଟର ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ହେଡ୍ କୋଚ ଭାବେ ନଜର ଆସିବେ,ତାଙ୍କ କୋଚିଂରେ ଭାରତ ଟି-୨୦ରେ କିଭଳି ପ୍ରଦର୍ଶନ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର।