Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୧୮ କୋଟି ପାଇଁ ଯୋଗ୍ୟ ନୁହଁନ୍ତି ପାଣ୍ଡ୍ୟା,ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର..

Sports

୧୮ କୋଟି ପାଇଁ ଯୋଗ୍ୟ ନୁହଁନ୍ତି ପାଣ୍ଡ୍ୟା,ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର..

Sangram Tripathy
Browse all articles by Sangram Tripathy
·1 year ago·1 min read
୧୮ କୋଟି ପାଇଁ ଯୋଗ୍ୟ ନୁହଁନ୍ତି ପାଣ୍ଡ୍ୟା,ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର..

ଅର୍ଗସ ବ୍ୟୁରୋ: କ୍ରିକେଟର ଗୁଡ୍ ବଏ ପ୍ରେମରେ କିନ୍ତୁ ବ୍ୟାଡ୍ ବଏ। ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା। କେତେବେଳେ କ୍ରିକେଟକୁ ନେଇ ତ ଆଉ କେତେବେଳେ ନିଜର ବ୍ୟକ୍ତିଗତ ଲାଇଫ୍ ଲାଇନକୁ ନେଇ ବେଶ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ। ଏଥର କିନ୍ତୁ ହାର୍ଦ୍ଦିକଙ୍କୁକାଉଣ୍ଟର କରିଛନ୍ତି ଜଣେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡିଙ୍କ ଚକିତ କଳାଭଳି ବୟାନ । ସେ କହିଛନ୍ତି ଆପଣମାନଙ୍କୁ କଣ ଲାଗୁଛି ପାଣ୍ଡ୍ୟାଙ୍କୁ କଣ ୧୮ କୋଟି ମିଳିବା ଉଚିତ୍ କି ,ସେ ଅନେକ ସମୟରେ ଗୁରୁତର ଆହତ ସମସ୍ୟା ଦେଇ ଗତି କରୁଛନ୍ତି,ଏତେ କୋଟି ଟଙ୍କା ଖର୍ଚ୍ଚ କଲେ ଜଣେ ଭଲ ମ୍ୟାଚ୍ ବିଜେତା ଖେଳାଳି କିଣାଯାଇପାରିବ। ୧୮କୋଟି ଟଙ୍କାରେ ଦୁଇ ଖେଳାଳି,୧୪ କୋଟି ଟଙ୍କାରେ ମଧ୍ୟ ଦୁଇ ଖେଳାଳି କିଣାଯାଇ ପାରିବ,ମୋତେ ଲାଗୁଛି ବୁମରା ଏବଂ ସୂର୍ଯ୍ୟ କୁମାରଙ୍କୁ ମଧ୍ୟ ୧୮ କୋଟି ଲେଖାଏଁ ଦିଆଯିବା ଉଚିତ୍ ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ଠିକ୍ ପୂର୍ବରୁ ରୋହିତ ଶର୍ମାକୁ ଅଧିନାୟକ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଅଧିନାୟକ ଦାୟିତ୍ହ ଦିଆଯାଇଥିଲା,ଫଳରେ ଆଇପିଏଲରେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା ପାଣ୍ତ୍ୟାଙ୍କୁ ନେଇ,ସେ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଥିଲେ ଏଥିସହ  ଆଇପିଏଲରେ ମୁମ୍ବାଇ ମଧ୍ୟ ଛାପଛାଡିପାରିନଥିଲା,ହାର୍ଦ୍ଦିକ ପାଣ୍ତ୍ୟା ଆଇପିଏଲରେ ୧୩୭ ମ୍ୟାଚ ଖେଳି ୨୫୨୫ ରନ୍ କରିଛନ୍ତି। ଏଥିରେ ୧୦ଟି ଅର୍ଦ୍ଦଶତକ ସାମିଲ୍ ହେବା ସହ ୬୪ ୱିକେଟ୍ ମଧ୍ୟ ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡିଙ୍କ ଏ ବୟାନ ଅନେକ କ୍ରିକେଟର ନାପସନ୍ଦ କରିଛନ୍ତି । ଏଥର ଆଇପିଏଲରେ କେମିତି ପାଣ୍ତ୍ୟା ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Pandya is not eligible for 18 crores, why did the former cricketer say this.. | Argus News