Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / କୁଲଦୀପଙ୍କୁ ଗାଳି ଦେଇ ଫସିଲେ ପନ୍ତ : ଅମ୍ପାୟାରଙ୍କ ଠାରୁ ମିଳିଲା ଓ୍ବାର୍ଣ୍ଣଂ

Ritu Das
Browse all articles by Ritu Das
·7 months ago·2 min read
କୁଲଦୀପଙ୍କୁ ଗାଳି ଦେଇ ଫସିଲେ ପନ୍ତ : ଅମ୍ପାୟାରଙ୍କ ଠାରୁ ମିଳିଲା ଓ୍ବାର୍ଣ୍ଣଂ

Key Points

ପନ୍ତଙ୍କ ଏକଥା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିଲା । ଯଦି ଭାରତକୁ ଦକ୍ଷିଣ ଆଫ୍ରିକା ପାଳିର ୧୬୦ ଓଭର ମଧ୍ୟରେ ଆଉ ଦୁଇଟି ଚେତାବନୀ ମିଳିଲେ ଦଳ ଉପରେ ୫ ରନର ଫାଇନ ଲାଗିବ ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ଗୌହାଟୀରେ ଖେଳାଯାଉଛି । ପ୍ରଥମ ଟେଷ୍ଟ୍ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମୁକାବିଲା କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଦଳ ହାରେ କିମ୍ବା ଡ୍ର ରହେ ତାହାଲେ ସିରିଜ୍ ହାରିଯିବ । କାରଣ ଦୁଇଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାସ୍ତ ହୋଇ ବ୍ୟାକଫୁଟରେ ରହିଛି । ତେବେ ମୁକାବିଲାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । କାରଣ ନେତୃତ୍ୱ ନେଉଥିବା ଋଷଭ ପନ୍ତଙ୍କୁ ଦୁଇ ଥର ଚେତାବନୀ ଦେଇଥିଲେ ଅମ୍ପାୟାର। 

ଏହାସହ ପଢ଼ନ୍ତୁ: ଗୌହାଟୀରେ କୁଲଦୀପ ଚମକିଲେ: ତୃତୀୟ ସେସନରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରତ୍ୟାବର୍ତ୍ତନ

ସୂଚନାନୁସାରେ, ମୁକାବିଲାରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ । ଶୁଭମନ ଗିଲ ଆହତ ଜନିତ କାରଣରୁ ବାଦ୍ ପଡିଥିବା ବେଳେ ତାଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି ପନ୍ତ । ତେବେ ମୁକାବିଲାର ବିଭିନ୍ନ ଓଭର ମଝିରେ ଅଧିକ ସମୟ ନେଉଥିଲେ ପନ୍ତ । ତେଣୁ ଅମ୍ପାୟାର ରିଚାର୍ଡ କ୍ୟାଟରବୋରୋ ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ । ଖେଳର ପ୍ରଥମ ଦିନରେ ମଧ୍ୟ ୪୫ତମ ଓଭରରେ ପନ୍ତଙ୍କୁ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା ।

ଟିମ ଇଣ୍ଡିଆକୁ କାହିଁକି ମିଳିଲା ଓ୍ବାର୍ଣ୍ଣିଂ?


ରିଷଭ ୮୮ତମ ଓଭରର ଆରମ୍ଭରେ କୂଳଦୀପ ଯାଦବଙ୍କ ଉପରେ ଖୁସି ନଥିବା ଦେଖିବାକୁ ମିଳିଥିଲା । ଟାଇମର ଚାଲୁ ଅଛି ଶୀଘ୍ର ସାରିବାକୁ ସେ କୂଳଦୀପଙ୍କୁ କହିଥିଲେ । ପନ୍ତଙ୍କ ଏକଥା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିଲା । ଯଦି ଭାରତକୁ ଦକ୍ଷିଣ ଆଫ୍ରିକା ପାଳିର ୧୬୦ ଓଭର ମଧ୍ୟରେ ଆଉ ଦୁଇଟି ଚେତାବନୀ ମିଳିଲେ ଦଳ ଉପରେ ୫ ରନର ଫାଇନ ଲାଗିବ।

ଏହାସହ ପଢ଼ନ୍ତୁ: ପ୍ରଥମ ଆସେସ୍ ଟେଷ୍ଟକୁ ୮ ୱିକେଟରେ ଜିତିନେଲା ଅଷ୍ଟ୍ରେଲିଆ; ୨ ଦିନରେ ସରିଗଲା ମ୍ୟାଚ୍

ICC ଷ୍ଟପ କ୍ଲକ ନିୟମ କଣ?


ସୂଚନାଯୋଗ୍ୟ, ଆଇସିସି ନିୟମ ଅନୁସାରେ, ଗୋଟିଏ ଓଭର ଶେଷ ହେବାର ଗୋଟିଏ ମିନିଟ ମଧ୍ୟରେ ଆଉ ଗୋଟିଏ ଓଭର ଆରମ୍ଭ ହେବା ଦରକାର । ବିଳମ୍ବ ହେଲେ ଦଳକୁ ଦୁଇଥର ଚେତାବନୀ ଦିଆଯାଏ । ତୃତୀୟ ଥର ବିଳମ୍ବ ହେଲେ ୫ ରନର ପେନାଲ୍ଟି ମିଳେ । ପ୍ରତି ୮୦ ଓଭର ପରେ ଓ୍ୱାର୍ଣ୍ଣିଂ ରିସେଟ୍ ହୋଇଯାଏ ।

ଏହାସହ ପଢ଼ନ୍ତୁ: ଶୁଭମନ ଗିଲ ଆଉଟ ହେବା ପରେ, ODI ସିରିଜ ପାଇଁ କିଏ ଅଧିନାୟକ ଦାୟିତ୍ୱ ନେବ? ତିନି ନାମ ଆସିଲା ସାମ୍ନାକୁ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଡବଲ୍ ଝଟକା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିନିକିଆ ଅଧିନାୟକ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ଦୁଇରୁ ତିନି ମାସ ପାଇଁ ବାହାରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରୁ ଆହତ କାରଣରୁ ଶୁଭମନ ବାହାରିଯାଇଛନ୍ତି। କାରଣ ଗିଲ ଏପର୍ଯ୍ୟନ୍ତ ଫିଟ ହୋଇ ନାହାନ୍ତି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ସେଥିପାଇଁ ଦ୍ବିତୀୟ ଟେଷ୍ଟ ମଧ୍ୟ ସେ ଖେଳିପାରିବେ ନାହିଁ। ତାଙ୍କ ଜାଗାରେ ୩ଜଣ କ୍ୟାପଟେନ ହେବେ ବୋଲି ଦାବିଦାର ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pant Lands in Trouble for Abusing Kuldeep; Gets Warning from Umpire | Argus News