Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶ ବିପକ୍ଷ ଟେଷ୍ଟ,ପନ୍ତଙ୍କ ଷଷ୍ଠ ଶତକ 

Sangram Tripathy
Browse all articles by Sangram Tripathy
·1 year ago
ବାଂଲାଦେଶ ବିପକ୍ଷ ଟେଷ୍ଟ,ପନ୍ତଙ୍କ ଷଷ୍ଠ ଶତକ 

ଅର୍ଗସ ବ୍ୟୁରୋ:ପନ୍ତଙ୍କ ଶତକ,ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଛି ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଛନ୍ତି ପନ୍ତ। ଖେଳିଛନ୍ତି ୧୦୯ ରନର ପାରି ସେଥିରେ ୧୩ଟି ଚୌକା,୪ଟି ଛକା ରହିଛି। ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଅଟକିଲା ରୋହିତ ସେନା,ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରା ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ  ଭାରତ ୩୭୬ ରନ୍ କରିଥିବାବେଳେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ବିତୀୟ ଇଂନିସରେ ଭାରତ ୪ ୱିକେଟ୍ ହରାଇ ୨୮୦ ରନ୍ କରି ଖେଳିଜାରି ରଖିଥିଲା,ମୋଟ ଉପରେ ଭାରତ ୫ଶହରୁ ଅଧିକ ରନରେ ଆଗୁଆ ରହିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pant's sixth Test against Bangladesh | Argus News