Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ଅଲମ୍ପିକ୍ସ:ପଦକ ଠାରୁ ଗୋଟିଏ ପାଦ ଦୂରରେ ବକ୍ସର ଲଭଲିନା

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ଅଲମ୍ପିକ୍ସ:ପଦକ ଠାରୁ ଗୋଟିଏ ପାଦ ଦୂରରେ ବକ୍ସର ଲଭଲିନା


ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଏଯାଏ ୨ଟି ବ୍ରୋଞ୍ଜ ପଦକ ମିଳିଥିବାବେଳେ ଭାରତର ପଦକ ଆଶା ମଧ୍ୟ ବଢିଛି।ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ୍ ଅଲମ୍ପିକ୍ସରେ ପଦ ପକ୍କା କରିବା ଲାଗି ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ପରାସ୍ତ କରି  କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ସେ ଟୋକିଓ ଅଲିମ୍ପିକ୍ସ ଓ ଏସିଆନ ଗେମ୍ସରେ ଭାରତ ପାଇଁ ଲଭଲିନା ବ୍ରୋଞ୍ଜ ପଦକ ଜିତିଥିଲେ। ଏଥର ସେ ୭୫ କେଜି ବର୍ଗରେ ବିଶ୍ୱର ୮ମ ସିଡ୍‌ ଭାବେ ପ୍ୟାରିସ ଅଲମ୍ପିକ୍ସ ଖେଳୁଛନ୍ତି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ୫ଜଣ ବିଚାରପତି ଲଭଲିନାଙ୍କୁ ୧୦ ପଏଣ୍ଟ ଲେଖାଏ ଦେଇଥିଲେ। କିନ୍ତୁ ଲଭଲିନାଙ୍କୁ ଠୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ଦେଶବାସୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Olympics: Boxer Lovelina one step away from medal | Argus News