Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ପ୍ୟାରିସ ଅଲମ୍ପିକ୍ସ:କୋଟିକୋଟି ଭାରତୀୟଙ୍କ ଓଠରେ ହସ ଫୁଟାଇଲା ହକି,ଜିତିଲା ବ୍ରୋଞ୍ଜ ପଦକ 

Sports

 ପ୍ୟାରିସ ଅଲମ୍ପିକ୍ସ:କୋଟିକୋଟି ଭାରତୀୟଙ୍କ ଓଠରେ ହସ ଫୁଟାଇଲା ହକି,ଜିତିଲା ବ୍ରୋଞ୍ଜ ପଦକ 

Sangram Tripathy
Browse all articles by Sangram Tripathy
·1 year ago·2 min read
 ପ୍ୟାରିସ ଅଲମ୍ପିକ୍ସ:କୋଟିକୋଟି ଭାରତୀୟଙ୍କ ଓଠରେ ହସ ଫୁଟାଇଲା ହକି,ଜିତିଲା ବ୍ରୋଞ୍ଜ ପଦକ 


ଅର୍ଗସ ବ୍ୟୁରୋ:କୋଟି ଭାରତୀୟଙ୍କ ଓଠରେ ଫୁଟିଛି ହସ,ପ୍ୟାରିସ ଅଲମ୍ପିକ୍ସରେ ସ୍ପେନକୁ ୨-୧ ଗୋଲ ବ୍ୟବଧାନରେ ହରାଇ  ବ୍ରୋଞ୍ଜ ପଦକ ଜିତି, ଇତିହାସ ରଚିଛି ଭାରତୀୟ ହକି ଦଳ। ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍  ପ୍ୟାରିସରେ ମଧ୍ୟ ଚମକିଛନ୍ତି। ଭାରତ ଏହି ଏୈତିହାସିକ ବିଜୟ ସହ ହକିକୁ ବାଏ ବାଏ କରିଛନ୍ତି ଟିମ୍ ଇଣ୍ଡିଆର ଭେଟରାନ ଗୋଲକିପର ଶ୍ରୀଜେଶ। ପ୍ରଧାନମନ୍ତ୍ରୀ ମୋଦୀ,ରାଷ୍ଟ୍ରପତି ଦ୍ରୌପଦି ମୁର୍ମିଙ୍କ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଭିଏଁ ଜଣାଇଛନ୍ତି ଶୁଭେଛା


ପ୍ୟାରିସରେ ଚମକିଛନ୍ତି ଭାରତୀୟ ହକି ଖେଳାଳି। ୫୨ ବର୍ଷ ପରେ ଲଗାତାର ଭାରତ ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ପଦକ ଜିତି ସଭିଙ୍କ ହୃଦୟ ଜିତିଛି। ୧୯୬୮ ଓ ୧୯୭୨ ପରେ ଭାରତ ଜିତିଥିଲା ବ୍ରୋଞ୍ଜ । ୨୦୨୦ ଟୋକିଓ ଅଲମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ସ୍ପେନକୁ ୨-୧ ଗୋଲ ବ୍ୟବଧାନରେ ହରାଇ  ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ହକି ଦଳ ।୨ଟି ଗୋଲ୍ ଦେଇ ଏହି ବିଜୟର ମହାନାୟକ ସାଜିଥିଲେ ଭାରତର ଅଧିନାୟକ ହରମନପ୍ରୀତ ସିଂ। ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ୍ମଧ୍ୟ ବିଜୟର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତୀୟ ଟିମର ଏ ବିଜୟର ଉପଲବ୍ଧି ଆଗାମୀ ପିଢି ମନେ ରଖିବ। ଭାରତର ଏହି ବିଜୟ ସହ ଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଭେଟରାନ ଗୋଲକିପର  ଶ୍ରୀଜେଶଙ୍କୁ ବିଦାୟ ଜଣାଇବା ସହ,ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି। ।ଆଉ ମଇଦାନରେ ଦେଖିବାକୁ ମିଳିବନି ଶ୍ରୀଜେଶଙ୍କୁ। ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା।

ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆ ଖେଳାଳି ଅମିତ ରୋହି ଦାସଙ୍କ ଲାଗି ୪କୋଟି ଟଙ୍କା ଘୋଷଣା କରିବା ସହ ପ୍ରତ୍ୟେକ ଖେଳାଳିଙ୍କ ଲାଗି ୧୫ ଲକ୍ଷ,ସପୋର୍ଟ ଷ୍ଟାପଙ୍କ ଲାଗି ୧୦ ଲକ୍ଷ୍ୟ ପୁରସ୍କାର ଘୋଷଣା କରିଛନ୍ତି। ପ୍ୟାରିସ ଅଲମ୍ପିକ୍ସରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହି ଦାସ ପ୍ରତିନିଧିତ୍ବ କରିଥିବାବେଳେ ଅମିତ ଦୁଇଥର ଅଲମ୍ପିକ୍ସ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି। ଭାରତ ଜର୍ମାନୀ ଠାରୁ ସେମିଫାଇନାଲରେ ହାରି ସ୍ବର୍ଣ୍ଣ ଏବଂ ରୌପ୍ୟ ଦୌଡରୁ ବାଦ୍ ପଡିଥିଲା। ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ଟିମର ଦମଦାର ପ୍ରଦର୍ଶନ କିନ୍ତୁ ସଭିଙ୍କ ହୃଦୟ ଜିତିଛି,ସଭିଏ କହୁଛନ୍ତି ମାଇଁ ହାର୍ଟ ଫର ହକି। ଆଗକୁ ହକି ବଢୁଛି ସଭିଙ୍କ ହୃଦୟ ଜିତିଛି। ସାବାସ  ଟିମ୍ ଇଣ୍ଡିଆ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Olympics: hockey brought a smile to the lips of millions of Indians, won the bronze medal | Argus News