ପ୍ୟାରିସ ଅଲିମ୍ପିକ୍ସ:ଗୋଟିଏ ପଏଣ୍ଟ ପାଇଁ ପଦକ ହାତ ଛଡ଼ା କଲେ ଭାରତୀୟ ଯୋଡ଼ି
·1 year ago

ଅର୍ଗସ ବ୍ୟୁରୋ:ହାତ ପାଖରୁ ଚାଲିଯାଇଛି ପଦକ ଅର୍ଥାତ ଗୋଟିଏ ପଏଣ୍ଟ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ସୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟରେ ପଦକ ହାତ ଛଡ଼ା କରିଛନ୍ତି ଭାରତୀୟ ଯୋଡ଼ି ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହ ।ମାତ୍ର ଗୋଟିଏ ପଏଣ୍ଟ ପାଇଁ ସୁଟିଂରେ ଭାରତ ଠାରୁ ବ୍ରୋଞ୍ଜ ପଦକ ଛଡ଼ାଇ ନେଇଛି ଚାଇନା।
ଚାଇନାର ଲୟୁ ଜିଆନଲିନ ଓ ଜିଆଙ୍ଗ ୟିଟିଙ୍ଗ ୪୪ ପଏଣ୍ଟ ହାସଲ କରିଥିବାବେଳେ ଭାରତୀୟ ଯୋଡି ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହ ୪୩ରେ ଅଟକିଯିବା ଫଳରେପଦକ ହାତପାହାନ୍ତାରୁ ଚାଲିଯାଇଛି। ଚୌହାନ ୪ରୁ ୪ ପଏଣ୍ଟ ହାସଲ କରିଥିବାବେଳେ ଅନନ୍ତ ୪ରୁ ୩ ପଏଣ୍ଟ ହାସଲ କରିଥିଲେ। ଏଯାଏ ଭାରତ ପ୍ୟାରିସ ଅଲିମ୍ପିକ୍ସରୁ ମୋଟ ୩ଟି ପଦକ ହାସଲ କରିପାରିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: