Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ

Ritu Das
Browse all articles by Ritu Das
·1 year ago
ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ

ଅର୍ଗସ ବ୍ୟୁରୋ: ଭାରତୀୟ ରେସଲର ଅମନ ସେହରାଓ୍ବତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗୁରୁବାର ୫୭ କିଲୋଗ୍ରାମ ବର୍ଗର କ୍ବାଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ଅଂଶୁ ମଲିକ ମଧ୍ୟ ପ୍ରତିଯୋଗିତାରେ ଓହ୍ଲାଇଥିଲେ। କିନ୍ତୁ ତାଙ୍କର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଲା। 

କ୍ବାର୍ଟର ଫାଇନାଲରେ ଆରମ୍ଭରୁ ଅମନ ସେହରାଓ୍ବତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଖେଳାଳିମାନେ ଜେଲିମ ଖାନ ଏବକୋରଭଙ୍କ ଆଗରେ ଭାରି ପଡ଼ିଯାଇଥିଲେ। ଏବଂ ୩-୦ ପଏଣ୍ଟରେ ଆଗୁଆ ରହିଥିଲେ। ଏହିପରି ଭାବରେ ତାଙ୍କୁ ୮ ମାର୍କ ମିଳିଗଲା। ଅମନ ୮ ପଏଣ୍ଟ ପାଇବା ମାତ୍ରେ ଅମନଙ୍କ ଲିଡ ୧୧-୦ ହୋଇଗଲା। ଏହାପରେ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Olympic | Argus News