Videos
|
Sports

ପ୍ୟାରିସ ଅଲମ୍ପିକ୍ସ: ଖାଲି ହାତରେ ଫେରିଲେ ଲଭଲିନା

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ଅଲମ୍ପିକ୍ସ: ଖାଲି ହାତରେ ଫେରିଲେ ଲଭଲିନା


ଅର୍ଗସ ବ୍ୟୁରୋ:ଆଶା ଥିଲା ଶେଷରେ ନିରାଶ କଲେ ଭାରତୀୟ ବକ୍ସର ବୋର୍ଗୋହେନ୍। ପ୍ୟାରିସ ଅଲିମ୍ପିକ୍ସରୁ ଫେରିଲେ ଖାଲି ହାତରେ। ଲଭଲିନା ଯଦି ମ୍ୟାଚ ଜିତିଥାଆନ୍ତେ,ଭାରତର ବ୍ରୋଞ୍ଜ ପଦକ ପକ୍କା ହୋଇଥାନ୍ତା। ସେ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ନଂ ବକ୍ସର ଚାଇନାର କ୍ୱିଆନ ଲିଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଭାରତର ପଦକ ଆଶା ଧୂଳିସାତ ହୋଇଛି।

କ୍ୱିଆନ ଲି ୪-୧ରେ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିବା ସହ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। ୭୫ କେଜି ବର୍ଗର ମହିଳା ଏକକର ମ୍ୟାଚ୍‌ରେ ଲି ଦମଦାର ପ୍ରଦର୍ଶନ କରି ଲଭଲିନାଙ୍କୁ ପଞ୍ଚ ମାରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ଲଭଲିନା ପ୍ୟାରିସ ଅଲମ୍ପିକ୍ସରୁ ବିଦାୟ ନେବା ପରେ ଭାରତକୁ ମଧ୍ୟ ବକ୍ସିଂରୁ କୌଣସି ଅଲମ୍ପିକ୍ସ ପଦକ ମିଳିନି। ଭାରତକୁ ଏଯାଏ ପ୍ୟାରିସ ଅଲମ୍ପିକ୍ସରେ ସୁଟିଂରେ ୩ଟି ବ୍ରୋଞ୍ଜ ପଦକ ମିଳିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics: Lovelina returns empty-handed | Argus News