Videos
|
Sports

ପ୍ୟାରିସ ଅଲମ୍ପିକ୍ସ: ସୁଟିଂରେ ଅର୍ଜୁନ ଓ ରମିତାଙ୍କ ଠାରୁ ପଦକ ଆଶା 

Sangram Tripathy
Browse all articles by Sangram Tripathy
·2 years ago·1 min read
ପ୍ୟାରିସ ଅଲମ୍ପିକ୍ସ: ସୁଟିଂରେ ଅର୍ଜୁନ ଓ ରମିତାଙ୍କ ଠାରୁ ପଦକ ଆଶା 

 
ଅର୍ଗସ ବ୍ୟୁରୋ:ତୃତୀୟ ଦିନରେ ପ୍ୟାରିସ ଅଲମ୍ପିକ୍ସରୁ ଭାରତର ପଦକ ଆଶା ବଢିଛି। ବିଶେଷ କରି ସୁଟିଂ, ହକି ଓ ବ୍ୟାଡମିଣ୍ଟନ ଉପରେ ରହିଛି ସମସ୍ତଙ୍କ ନଜର। ମନୁ ଭାକରଙ୍କ ପରେ ୨ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତାଙ୍କ ଠାରୁ ପଦକ ଆଶାରେ ରହିଛି ଭାରତ। ପୁରୁଷ ୧୦ ମିଟର ଏୟାର ରାଇଫଲ ସୁଟିଂରେ ଅର୍ଜୁନ ବାବୁତା ଫାଇନାଲରେ ପ୍ରବେଶ କରିଛନ୍ତି।

ଅର୍ଜୁନ ୬୩୦.୧ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅର୍ଜୁନ ମୋଟ ୬୦ଟି ସୁଟ୍ କରି ସପ୍ତମ ସ୍ଥାନରେ ରହିଛନ୍ତି। ଅର୍ଜୁନ ତୃତୀୟ ସୁଟର ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲ ଖେଳିବେ ଭାରତର ରମିତା ଜିନ୍ଦଲ। ସେହିପରି ମିକ୍ସଡ ଟିମ୍ ପିସ୍ତଲ ଇଭେଣ୍ଟରେ ଦେଖିବାକୁ ମିଳିବ ପଦକ ବିଜେତା ମନୁ ଭାକରଙ୍କୁ। ଅନ୍ୟପକ୍ଷରେ ପ୍ୟାରିସ ଅଲମ୍ପିକ୍ସରେ ଭାରତ ସୁଟର ମନୁ ଭାକର ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics: Medal hopes from Arjun and Ramita in shooting | Argus News