Videos
|
Sports

ପ୍ୟାରିସ ଅଲମ୍ପିକ୍ସ:ପ୍ରଥମଥର ସ୍ବର୍ଣ୍ଣ ଜିତିଲେ ନୋଭାକ୍ ଜୋକୋଭିକ୍

Sangram Tripathy
Browse all articles by Sangram Tripathy
·2 years ago
ପ୍ୟାରିସ ଅଲମ୍ପିକ୍ସ:ପ୍ରଥମଥର ସ୍ବର୍ଣ୍ଣ ଜିତିଲେ ନୋଭାକ୍ ଜୋକୋଭିକ୍


ଅର୍ଗସ ବ୍ୟୁରୋ: ଇତିହାସ ରଚିଲେ ନୋଭାକ୍ ଜୋକୋଭିକ୍,ଅଲମ୍ପିକ୍ସରେ ଜିତିଲେ ସ୍ୱର୍ଣ୍ଣ।୩୭ ବର୍ଷୀୟ ଜୋକୋଭିକ୍ ଟେନିସ ଇତିହାସର ସବୁଠାରୁ ବୟସ୍କ ଖେଳାଳି ଭାବେ ଅଲମ୍ପିକ୍ସରେ ଚାମ୍ପିୟନ ହେବା ସହ କରିଛନ୍ତି ରେକର୍ଡ । ସର୍ବିୟାର ଏହି ଟେନିସ ତାରକା ଜୋକୋଭିକ୍ ପ୍ରଥମଥର ପାଇଁ କୌଣସି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।

ପୁରୁଷ ଏକକ ଟେନିସ ଫାଇନାଲରେ  ସ୍ପେନର କାର୍ଲୋସ ଆଲକରାଜଙ୍କୁ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଜୋକୋଭିକ୍।ସ୍ପେନର ତାରକା ଆଲକରାଜ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ନୋଭାକ୍ ଜୋକୋଭିକର ୫ମ ଅଲମ୍ପିକ୍ସ ଥିଲା,୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। 
 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics: Novak Djokovic won gold for the first time | Argus News