Videos
|
Sports

ପ୍ୟାରିସ ଅଲିମ୍ପିକ୍ସ: ତୁର୍କୀର ସୁଟରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·1 min read
ପ୍ୟାରିସ ଅଲିମ୍ପିକ୍ସ: ତୁର୍କୀର ସୁଟରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ଆପଣ ଚଳଚ୍ଚିତ୍ରରେ ହିରୋଙ୍କୁ ଦେଖିଥିବେ ଏ ହିରୋ କିନ୍ତୁ ଟିକେ ସ୍ବେଶାଲ। ରିଲ ନୁହେଁ ରିୟଲ ହିରୋ। ଆସିଲେ, ମାରିଲେ ପଦକ ଜିତି ସାରା ବିଶ୍ବର ମନ ଜିଣିଲେ। ଆପଣମାନେ ଭାବୁଥିବେ ଏଘଟଣାରେ ଭିନ୍ନତା ରହିଛି କେଉଁଠି। ସାଧାରଣତଃ ସୁଟିଂ କ୍ଷେତ୍ରରେ ସୁଟର ମାନେ ମଇଦାନକୁ ଆସିଲେ ସୁରକ୍ଷା ଉପକରଣ ପିନ୍ଧିଥାନ୍ତି। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସରେ ଏହି ସୁଟର ହିରୋ କିନ୍ତୁ ବିନା ସେଫଟି ଉପକରଣରେ ସୁଟ କରି ରୌପ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗୀଙ୍କୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା ଲାଗିରହିଛି। ସେ ହେଉଛନ୍ତି ତୁର୍କୀର ସୁଟର ୟୁସୁଫ ଡିକେକ।

ଏହି ୫୧ ବର୍ଷୀୟ ସୁଟର ବଲିଉଡ ହିରୋ ଭଳି ଆସିଥିଲେ। ଦେଖିବାକୁ ଖୁବ ହ୍ୟାଣ୍ଡସମ ମଧ୍ୟ। ନା ଥିଲା Safety protection ନା ଆଖିରେ ଥିଲା ଲେନ୍ସ। ସେ ଗୋଟିଏ ହାତ ନିଜ ପକେଟରେ ପୁରାଇଥିଲେ। ଏବଂ ଅନ୍ୟ ହାତରେ ନିଜର ପିସ୍ତଲ ଧରି ଟାର୍ଗେଟକୁ ଲକ୍ଷ୍ୟ କଲେ ଓ ସୁଟ କରି ରୌପ୍ୟ ପଦକ ଜିତିଗଲେ। ଏହି ସମୟରେ ଆଖିରେ କେବଳ ସେ ନିଜର ନିୟମିତ ଚଷମା ପିନ୍ଧିଥିଲେ। 

କିନ୍ତୁ ତୁର୍କୀର ଏହି ଅଭିଜ୍ଞ ସୁଟର ପ୍ୟାରିସ ଅଲିମ୍ପିକ୍ସରେ ଏକ ଭିନ୍ନ ସଫଳତା ଦେଖାଇଥିଲେ। ୟୁସୁଫ ଡିକେକ ବିନା କୌଣସି ଆସେସରିଜରେ ଫ୍ଲୋରକୁ ଯାଇ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics | Argus News