Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ଚତୁର୍ଥ ପଦକ

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ଚତୁର୍ଥ ପଦକ

ଅର୍ଗସ ବ୍ୟୁରୋ:ସୁଟିଂରେ ଭାରତକୁ ରୌପ୍ୟ ପଦକ ଭେଟିଦେଲେ ସୁଟର ମନୀଷ ନରୱାଲ । ସେ ପୁରୁଷ 10 ମିଟର ଏୟାର ପିସ୍ତଲ SH1 ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ୟାରିସ ପାରାଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଜିଛି। ସେଥିରେ ଗୋଟିଏ ସ୍ୱର୍ଣ୍ଣ ,ଗୋଟିଏ ରୌପ୍ୟ,୨ବ୍ରୋଞ୍ଜ ପଦକ ତାଲିକାରେ ରହିଛି। ଦ୍ୱିତୀୟ ଦିନରେ ଭାରତୀୟ ସୁଟରମାନଙ୍କ ଜଲୱା ଜାରି ରହିଛି।

ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲ ସୁଟିଂରେ ଭାରତୀୟ ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବଂ ମୋନା ଅଗ୍ରୱାଲଙ୍କ ପରେ ମନୀଷ ନରୱାଲ ପଦକ ଜିତିବାରେ ସଫଳ ହୋଇଛନ୍ତି। ୧୦୦ ମିଟର T୩୫ ରେସରେ ପ୍ରୀତି ପାଲ ନିଜର ପ୍ରଥମ ପାରାଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲେ। ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ାରେ ନିଜର ଭାଗ୍ୟ ପରୀକ୍ଷା କରିବେ
 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Paralympics: Fourth medal for India | Argus News