Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ୟାରିସ ପାରାଅଲମ୍ପିକ୍ସ:କପିଲ ରଚିଲେ ଇତିହାସ,ଜୁଡୋରେ ଭାରତକୁ ପ୍ରଥମ ପଦକ 

Sports

ପ୍ୟାରିସ ପାରାଅଲମ୍ପିକ୍ସ:କପିଲ ରଚିଲେ ଇତିହାସ,ଜୁଡୋରେ ଭାରତକୁ ପ୍ରଥମ ପଦକ 

Sangram Tripathy
Browse all articles by Sangram Tripathy
·1 year ago·1 min read
ପ୍ୟାରିସ ପାରାଅଲମ୍ପିକ୍ସ:କପିଲ ରଚିଲେ ଇତିହାସ,ଜୁଡୋରେ ଭାରତକୁ ପ୍ରଥମ ପଦକ 

ଅର୍ଗସ ବ୍ୟୁରୋ:ପଦକ ଶୂନ୍ୟ ଥିଲା ଭାରତ,ପ୍ୟାରିସ ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳି କପିଲ ପରମାର ଦେଖାଇଲେ ଜଲୱା,ଟ୍ୟାକ୍ସି ଟ୍ରାଇଭର ପୁଅ ଜୁଡୋରେ ଦେଶକୁ ଭେଟିଦେଲେ ପ୍ରଥମ ବ୍ରୋଞ୍ଜ ପଦକ, ରଚିଲେ ଇତିହାସ । ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି। ସେ ୬୦ କେଜିର ଜେ-୧ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ମଧ୍ୟପ୍ରଦେଶର ଶିବର ଗାଁର ମୂଳ ବାସିନ୍ଦା ହେଉଛନ୍ତି କପିଲ। ତାଙ୍କ ବାପା ଜଣେ ଟ୍ୟାକ୍ସି ଟ୍ରାଇଭର ହୋଇଥିବାବେଳେ ୪ ଭାଇ ଭଉଣୀଙ୍କ ମଧ୍ୟ କପିଲ ଥିଲେ ସବୁଠୁ ସାନ। ପିଲା ବେଳେ କପିଲ ବିଦ୍ୟୁତ ଆଘାତ ପାଇଥିଲେ ଫଳରେ କୋମାକୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଦେଖିବାକୁ ସମସ୍ୟା ଭୋଗିଥିଲେ ହେଲେ ତାଙ୍କର ଜୁଡୋ ପ୍ରତିଥିବା ଭଲପାଇବା ଦେଶକୁ ପଦକ ଭେଟିଦେଇଥିଲା।

ଜୁଡୋ(J1) ବର୍ଗରେ ଦୃଷ୍ଟିବାଧିତ ହେବା ସତ୍ତ୍ୱେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି ।କ୍ୱାର୍ଟର ଫାଇନାଲରେ ସେ ଭେନେଜୁଏଲା କେ ମାର୍କୋ ଡେନିସ୍ ବ୍ଲାଙ୍କୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । କିନ୍ତୁ ସେମିଫାଇନାଲରେ ଇରାନର କେ.ଏସ୍ ବନିତାବା ଅବାଦୀ ୦-୧୦ରେ କପିଲଙ୍କୁ ପରାସ୍ତ କରିଥିଲେ । ଏହାପରେ ସେ ରିପେଜ ରାଉଣ୍ଡରେ ପ୍ରବେଶ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ଲଢ଼େଇରେ ସେ ବ୍ରାଜିଲର ଇଲିଲଟନ ଓଲିଭେଇରାଙ୍କୁ ମାତ୍ର ୩୩ ସେକେଣ୍ଡ ମଧ୍ୟରେ ହରାଇ ଐତିହାସିକ ସଫଳତା ପାଇଛନ୍ତି। ପାରାଲିମ୍ପିକ୍ସ ଇତିହାସରେ କପିଲ ଜୁଡୋରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ୨୦୨୨ରେ କପିଲ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ । ଭାରତର ପଦକ ସଂଖ୍ୟା ୨୫ରେ ପହଞ୍ଚିଛି। ସେଥିରେ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ରହିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Paralympics: Kapil makes history, first medal for India in Judo | Argus News