Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ୟାରିସ ପାରାଅଲମ୍ପିକ୍ସ:୧୦୦ ମିଟର ରେସରେ ପ୍ରୀତି ପାଲଙ୍କୁ ବ୍ରୋଞ୍ଜ

Sports

ପ୍ୟାରିସ ପାରାଅଲମ୍ପିକ୍ସ:୧୦୦ ମିଟର ରେସରେ ପ୍ରୀତି ପାଲଙ୍କୁ ବ୍ରୋଞ୍ଜ

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ପାରାଅଲମ୍ପିକ୍ସ:୧୦୦ ମିଟର ରେସରେ ପ୍ରୀତି ପାଲଙ୍କୁ ବ୍ରୋଞ୍ଜ

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସର ଦ୍ୱିତୀୟ ଦିନରେ ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ। ଭାରତକୁ ମିଳିଛି ତୃତୀୟ ପଦକ। ୧୦୦ ମିଟର T୩୫ ରେସରେ ପ୍ରୀତି ପାଲ ନିଜର ପ୍ରଥମ ପାରାଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଛନ୍ତି ।୧୪.୨୧ ଟାଇମିଂରେ ରେସ ଶେଷ କରି ପ୍ରୀତି ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ଏ ସଫଳତା ପାଇଁ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି। ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ  ଇଭେଣ୍ଟରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାତେଇଛନ୍ତି । ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ାରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଭାରତ ଏଥର ଅଧିକ ପଦକ ଜିତିବ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Paralympics: Preity Pal wins bronze in 100m race | Argus News