ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ପଞ୍ଚମ ପଦକ ଭେଟିଦେଲେ ରୁବିନା
·1 year ago·1 min read

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସର ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ। ଭାରତକୁ ମିଳିଛି ୫ମ ପଦକ। ସୁଟିଂରେ ଭାରତର ପଦକ ସଂଖ୍ୟା ୪ ରହିଛି। ୧୦ ମିଟର ଏୟାର ପିସ୍ତଲରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ମୋଟ ୨୧୧.୧ ସ୍କୋର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ପିସ୍ତଲ ଇଭେଣ୍ଟରେ ଭାରତର ପ୍ରଥମ ପାରା ସୁଟର ଭାବେ ଅଲମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
୧୦ ମିଟର ଏୟାର ରାଇଫଲ ବା ଏସଏଚ୧ ଇଭେଣ୍ଟରେ ଭାରତୀୟ ମହିଳା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ଜିତିଥିଲେ । ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତିଥିଲେ । ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି । ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: