Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ପାରାଅଲମ୍ପିକ୍ସ:ମନୀଷାଙ୍କୁ ହରାଇ ଫାଇନାଲରେ ପହଞ୍ଚିଲେ ତୁଳସୀମତି

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ପାରାଅଲମ୍ପିକ୍ସ:ମନୀଷାଙ୍କୁ ହରାଇ ଫାଇନାଲରେ ପହଞ୍ଚିଲେ ତୁଳସୀମତି

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ କମାଲ୍ କରୁଛନ୍ତି ଭାରତୀୟ କ୍ରୀଡ଼ାବିତ୍ ।  ବ୍ୟାଡମିଣ୍ଟନ୍ ଖେଳାଳି ମନୀଷା ରାମଦାସଙ୍କୁ ସେମି ଫାଇନାଲରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି ତୁଳସୀମତି । ଏସୟୁ୫ ସେମି ଫାଇନାଲ ମ୍ୟାଚରେ ତୁଳସୀମତି ମନୀଷା ରାମଦାସଙ୍କୁ ଦେଇଥିଲେ ଚକମା । ତୁଳସୀମତି ୨୩-୨୧ ଏବଂ ୨୧-୧୭ ସ୍କୋର କରି ମନୀଷାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ବିଜୟ ସହ ଭାରତକୁ ଅଷ୍ଟମ ପଦକ ହାସଲ କରିଛି । କାଂସ୍ୟ ପଦକ ପାଇଁ ମନୀଷା ରାମଦାସ ଡେନମାର୍କର କ୍ୟାଥରିନ୍ ରୋସେନଗ୍ରେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।ବ୍ୟାଡମିଣ୍ଟନର ଫାଇନାଲ  ଭାରତର ତୁଳସୀମତି ମୁରୁଗେସନ୍ ଏବଂ ଚୀନର ୟାଙ୍ଗ କିଉ ଜିୟାଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଭାରତ ସ୍ବର୍ଣ୍ଣ ପଦକ ଜିତୁ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Paralympics: Tussimathi reached the final after losing to Manisha | Argus News