ପ୍ୟାରିସ ପାରାଅଲମ୍ପିକ୍ସ:ଡିସକସ୍ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ
·1 year ago

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ୍,ଡିସକସ୍ ଥ୍ରୋର ଏଫ ୫୬ ବର୍ଗରେ ଭାରତ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କାଥୁନିୟା । ସେ ୪୨.୨୨ ମିଟର ଦୂରତାକୁ ଡିସକସ ଫିଙ୍ଗି ଭାରତକୁ ଅଲମ୍ପିକ୍ସରେ ଆଉ ଏକ ପଦକ ଭେଟି ଦେଇଛନ୍ତି। ପ୍ରଥମ ପ୍ରୟାସରେ ସେ ଏତେ ଦୂରକୁ ଡିସକସ ଫିଙ୍ଗିଥିଲେ। ଯୋଗେଶ ଡିସକସ୍ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ହାତେଇଛନ୍ତି। ଟୋକିଓ ଅଲମ୍ପିକ୍ସରେ ମଧ୍ୟ ଯୋଗେଶ ରୌପ୍ୟ ପଦକ ଜିତିଥିଲେ ଫଳରେ ପ୍ୟାରିସ୍ ପାରା ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: