ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଲେ ପ୍ୟାଟ କମିନ୍ସ

ଅର୍ଗସ ବ୍ୟୁରୋ: ଦୁବାଇରେ ଆଜି ଆଇପିଏଲ୍ ୨୦୨୪ ପାଇଁ ନିଲାମି ଆରମ୍ଭ ହୋଇଛି। ନିଲାମିରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର କ୍ରିକେଟ ଟିମର ଅଲରାଉଣ୍ଡର ପ୍ୟାଟ୍ କମିନ୍ସ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷ ଟଙ୍କାରେ କିଣିଛି। ଏହି ନିଲାମି ପରେ ଆଇପିଏଲ୍ ଇତିହାସରେ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ପ୍ୟାଟ୍ କମିନ୍ସଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷରେ କିଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଲାମର ପ୍ରଥମ ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ୍ ଖେଳାଳି ରୋମାନ୍ ପାୱେଲଙ୍କ ଉପରେ ପ୍ରଥମ ବିଡ୍ କରାଯାଇଥିଲା, ଯାହାଙ୍କୁ ୭.୪୦କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏହା ପରେ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪କୋଟି ଟଙ୍କାରେ କିଣିଥିଲା।
ତେବେ ଏଥର ୭୭ଟି ସ୍ଥାନ ପାଇଁ ନିଲାମରେ ସମୁଦାୟ ୩୩୨ଖେଳାଳିଙ୍କୁ ସାମିଲ କରାଯାଇଛି, ଯେଉଁଥିରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ, ହର୍ଷଲ ପଟେଲ ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ବେସ୍ ପ୍ରାଇସ୍ ରହିଛଇ ୨କୋଟି। ଆଇପିଏଲ୍ ପରିଚାଳନା ପରିଷଦ ୧୧୬୬ଖେଳାଳିଙ୍କ ତାଲିକା ବିଭିନ୍ନ ଫ୍ରାଞ୍ଚାଇଜକୁ ଦେଇଥିଲା। ହେଲେ ଫ୍ରାଞ୍ଚାଇଜର ପରାମର୍ଶ ପରେ ଖେଳାଳିଙ୍କ ସଂଖ୍ୟା ୩୩୩କୁ ହ୍ରାସ କରାଯାଇଥିଲା। ସେଥିମଧ୍ୟରୁ ୨୧୪ଜଣ ଭାରତୀୟ ଏବଂ ୧୧୯ଜଣ ବିଦେଶୀ ଖେଳାଳିଙ୍କ ସହ ୨ଜଣ ସହଯୋଗୀ ଦେଶର ଖେଳାଳି ମଧ୍ୟ ଅଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର