Hookah Controversy / ପଠାନ ଆଣିଲେ ସାଘାଂତିକ ଅଭିଯୋଗ: କହିଲେ କାହା ରୁମକୁ ଯାଇ ହୁକା ଲଗାଇ ପାରେନି

Key Points
ପଠାନଙ୍କୁ ହଠାତ କାହିଁକି ଡ୍ରପ କରାଗଲା। ଏହା କେବଳ ଚୟନକର୍ତ୍ତାମାନେ ଜାଣିଥିଲେ ଯେ, ପଠାନଙ୍କୁ ଦଳରେ ଆଉ କାହିଁକି ନିଆଗଲା ନାହିଁ। ଏବେ ଇରଫାନ ପଠାନଙ୍କର ୫ବର୍ଷ ପୁରୁଣା ଏକ ଇଣ୍ଟରଭ୍ୟୁ ଏବେ ଭାଇରାଲ ହେବାରେ ଲାଗିଛି।
ଧୋନୀ କେବଳ ଗୋଟିଏ ନାଁ ନୁହେଁ ଏହା ହେଉଛି ପ୍ରତିଟି କ୍ରିକେଟ ଫ୍ୟାନଙ୍କ ଭରସା । ଗୁଳିଠାରୁ ଅଧିକ ବିଚକ୍ଷଣ ଥିଲା ତାଙ୍କ ବୁଦ୍ଧି । ଆଉ ଚିତାଠାରୁ ଅଧିକ ଦ୍ରୁତ ଥଲା ତାଙ୍କ ଦୌଡ । ପଡିଆ ମଝିରେ ବାଜି ପଲଟାଇ ଦେବାର ଦକ୍ଷତା ରଖୁଥିଲେ ଧୋନୀ । ଯେତେବେଳେ ସଚିନ, ସେହୱାଗ, ଦ୍ରାବିଡ, ଗାଙ୍ଗୁଲିଙ୍କ ଆଉଟ ହୋଇଯିବା ପରେ ଖେଳ ଶେଷ ବୋଲି ଆମେ ଭାବୁଥିଲୁ, ସେତେବେଳେ ସେ ଶେଷ ଆଶା ଭାବେ ଉଭା ହୋଇଥିଲେ । ଯେଉଁଠି ଟିମ ଅଧା ୱିକେଟ ହରାଇ ନିରାଶ ହୋଇଯାଏ, ସେଇଠୁ ହିଁ ଆରମ୍ଭ ହୋଇଥାଏ ଧୋନୀଙ୍କ ଖେଳ । ଯିଏ ଅସମ୍ଭବକୁ ସମ୍ଭବରେ ପରିଣତ କରେ ସେ ହେଉଛନ୍ତି ଧୋନୀ। ଗେମ ଚେଞ୍ଜର କିନ୍ତୁ ଅନ୍ୟ କାହା ଗେମ ବି ଚେଞ୍ଜ କରିପାରନ୍ତି। ଏଭଳି ଜଣେ କ୍ରିକେଟର ଧୋନୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ହେଲେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ଇରଫାନ ପଠାନ। ମହାନ ଅଲରାଉଣ୍ଡର ମଧ୍ୟରୁ ଜଣେ।
ଇରଫାନଙ୍କ ଦ୍ରୂତ ବୋଲିଂ ଏବଂ ବ୍ୟାଟିଙ୍ଗ ପାଇଁ ଇଣ୍ଡିଆ ଟିମ ବହୁତ ମ୍ୟାଚ ଜିତିଛି। କିନ୍ତୁ ଇରଫାନଙ୍କୁ ହଠାତ ଟିମ ଇଣ୍ଡିଆରୁ ଡ୍ରପ କରି ଦିଆଯାଇଥିଲା। ଆଉ ସେଥିରେ ବଡ଼ ହାତ ଥିଲା ମାହିଙ୍କର। ଇରଫାନଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିବା ବେଳେ ସେ କ୍ରିକେଟରୁ ଅବସର ନେଇଥିଲେ । ଇରଫାନ ଟିମ ଇଣ୍ଡିଆ ପାଇଁ ନିଜ ଶେଷ ମ୍ୟାଚ ୨୦୧୨ ମସିହାରେ ଖେଳିଥିଲେ । ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । କିନ୍ତୁ କେହି ବି କାରଣ ଜାଣି ନ ଥିଲେ ଯେ, ପଠାନଙ୍କୁ ହଠାତ କାହିଁକି ଡ୍ରପ କରାଗଲା। ଏହା କେବଳ ଚୟନକର୍ତ୍ତାମାନେ ଜାଣିଥିଲେ ଯେ, ପଠାନଙ୍କୁ ଦଳରେ ଆଉ କାହିଁକି ନିଆଗଲା ନାହିଁ। ଏବେ ଇରଫାନ ପଠାନଙ୍କର ୫ବର୍ଷ ପୁରୁଣା ଏକ ଇଣ୍ଟରଭ୍ୟୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଧୋନୀଙ୍କୁ ନେଇ ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ୨୦୦୮ ମସିହାରେ ଚାଲିଥିବା ଅଷ୍ଟ୍ରେଲିଆ ସିରିଜରେ ମିଡିଆ ସାମ୍ନାରେ ଧୋନୀ କହିଥିଲେ ଇରଫାନଙ୍କ ବୋଲିଂ ଆହୁରି ଭଲ ହେବା ଦରକାର ଥିଲା। ଏହାପରେ ଇରଫାନ ନିଜ ପ୍ରଦର୍ଶନକୁ ନେଇ ଧୋନୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେତେବେଳେ ଧୋନୀ ମୋତେ ନିଜେ କହିଥିଲେ ଯେ, ତୁମେ ଭଲ ବୋଲିଂ କରୁଛ ସବୁ ପ୍ଲାନ ମୁତାବକ ହିଁ ଚାଲିଛି। ମୋର ପ୍ରଦର୍ଶନ ଭଲ ଥିଲା କିନ୍ତୁ ଏହାପରେ ବି ମୋତେ ଦଳରୁ ବାହାର କରାଯାଇଥିଲା। ମୋତେ ଖେଳିବାକୁ ଆଉ ସୁଯୋଗ ମିଳିଲାନି। ଏକ ଇଣ୍ଟରଭ୍ୟୁରେ ଇରଫାନ କହିଥିଲେ କାହା ରୁମରେ ଯାଇ ହୁକା ଲଗାଇବାର ଅଭ୍ୟାସ ମୋର ନାହିଁ। ଆଉ ଏ କଥା ସମସ୍ତେ ଜାଣିଛନ୍ତି।
📱 Get Argus News App
✨IPL ଦେଖିବା ହେଲା ମହଙ୍ଗା, ଏବେ ଟିକେଟ୍ ଉପରେ ଲାଗିବ ୪୦ ପ୍ରତିଶତ ଟ୍ୟାକ୍ସ
କିନ୍ତୁ ମୁଁ ବାରମ୍ବାର ଆସିକି ଜଣେ ଖେଳାଳିଙ୍କ ବିଷୟରେ ମତାମତ ଦେବାକୁ ଠିକ ଭାବୁ ନ ଥିଲି। ଯିଏ ତାଙ୍କର କାମ କରିବ ସେ ତାଙ୍କର ଫେଭରେଟ ଲିଷ୍ଟରେ ରହିବ। ଜଣେ କ୍ରିକେଟରର କାମ ହେଉଛି ପଡ଼ିଆରେ କିଭଳି ନିଜର 100% ଦେବ ଆଉ ମୋର ଲକ୍ଷ୍ୟ ମୋ ଅଭ୍ୟାସ ଉପରେ ସବୁବେଳେ ଥିଲା। କିନ୍ତୁ ଯେତେ ଭଲ ଖେଳିଲେ ମଧ୍ୟ ମୁଁ ଆଉ ଟିମରେ ସିଲେକ୍ଟ ହେଲିନି। ଏହାପରେ ଦଳରୁ ଅବସର ନେବାକୁ ଉଚିତ ଭାବିଲି। ଆଉ ଏଥିପାଇଁ ଫ୍ୟାନମାନେ ଧୋନୀଙ୍କ ଉପରେ ନିଜ ରାଗ ଝାଡିଥିଲେ। ଇରଫାନଙ୍କ କ୍ୟାରିୟର ବର୍ବାଦ ହେବା ପଛରେ ଧୋନୀଙ୍କ ହାତ ଥିବା ସେମାନେ ସେତେବଳେ ଅଭିଯୋଗ କରିଥିଲେ। ଜଣେ ଫ୍ୟାନ ଧୋନୀଙ୍କୁ ଦୋଷ ଦେଇ ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି । ଟ୍ୱିଟରେ ଫ୍ୟାନ ଲେଖିଥିଲେ, ଯେତେବେଳେ ବି ମୁଁ ଇରଫାନଙ୍କୁ ଲିଜେଣ୍ଡ କ୍ରିକେଟ ଲିଗରେ ଦେଖେ, ସେତେବେଳେ ଧୋନୀ ଆଉ ତାଙ୍କ ମ୍ୟାନେଜମେଣ୍ଟ ଉପରେ ରାଗ ଲାଗେ । ବିଶ୍ୱସ ହେଉନି କି ଇରଫାନ ମାତ୍ର ୨୯ ବର୍ଷ ବୟସରେ ନିଜର ଶେଷ ମ୍ୟାଚ ଖେଳିଥିଲେ । ଇରଫାନଙ୍କ ସହ ଏମିତି ହେବାର ନ ଥିଲା । ୪୦ ବର୍ଷୀୟ ଇରଫାନ ପଠାନ ଭାରତ ପାଇଁ ୨୯ ଟି ଟେଷ୍ଟ ମ୍ୟାଚ ଖେଳି ୧୦୦ଟି ୱିକେଟ ନେଇଥିଲେ ଆଉ ୧, ୧୦୫ ରନ କରିଥିଲେ । ସେହିପରି ୧୨୦ ଦିନିକିଆ ଖେଳି ୧୭୩ ୱିକେଟ ନେବା ସହ ୧୫୪୪ ରନ କରିଥିଲେ । ଟି-୨୦ରେ ୨୪ ମ୍ୟାଚ ଖେଳି ୨୮ଟି ୱିକେଟ ନେଇଥିଲେ । ସେ ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ ।
Related Topics
Explore more stories