Pakistan captain / ଟି୨୦ ବିଶ୍ୱକପ୍ ଟିକେଟ୍ ପ୍ରୋମୋରେ ନାହିଁ ପାକ୍ କ୍ୟାପ୍ଟେନଙ୍କ ଫଟୋ, ପିସିବି କହିଲା...
·8 months ago·2 min read

Key Points
ପାକିସ୍ତାନକୁ ଲଜ୍ଜିତ କଲା ICC
ଟି୨୦ ବିଶ୍ୱକପ୍ ଟିକେଟ୍ ପ୍ରୋମୋରେ ରଖିଲାନି ପାକ୍ କ୍ୟାପ୍ଟେନଙ୍କ ଫଟୋ

ପାକିସ୍ତାନକୁ ଲଜ୍ଜିତ କଲା ICC। ପ୍ରୋମୋରେ ନାହିଁ ପାକିସ୍ତାନ କ୍ୟାପ୍ଟେନଙ୍କ ଫଟୋ। ଯାହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଟି୨୦ କ୍ରିକେଟ୍ ବିଶ୍ୱକପ୍ ଟିକେଟଏବଂ ପ୍ରମୋରେ ନାହିଁ ପାକିସ୍ତାନୀ ଅଧିନାୟକଙ୍କ ଫଟୋ । ଆଇସିସି ଜାରି କରିଥିବା ଟିକେଟରେ ନାହିଁ ପାକ୍ ଅଧିନାୟକ ସଲମାନ୍ ଅଲ୍ଲୀ ଆଗାଙ୍କ ଫଟୋ । ଯାହାକୁ ନେଇ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍ ମଞ୍ଚରେ ଲଜ୍ଜିତ ହୋଇଛି ପାକ୍ କ୍ରିକେଟ୍ ବୋର୍ଡ । ତେବେ ଆଇସିସିର ଏପରି ପଦକ୍ଷେପକୁ ନେଇ ପିସିବି ଅସନ୍ତୋଷ ମଧ୍ୟ ଜାହିର କରିଛି ।
ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହ ଆଇସିସି କିଛି ଠିକ୍ କରୁନାହିଁ । ଏସିଆ କପରେ ମଧ୍ୟ ଏପରି କିଛି ଘଟିଥିଲା । ବିଭିନ୍ନ ବ୍ରଡକାଷ୍ଟର ପାକିସ୍ତାନ ଅଧିନାୟକ କିମ୍ବା ପତାକା ବିନା ପ୍ରୋମୋ କରିଥିଲେ । ତେବେ ପିସିବି ଏସିଆନ କ୍ରିକେଟ୍ କାଉନସିଲ୍ ସହ କଥା ହେଲା ପରେ ପାକ୍ ଅଧିନାୟକଙ୍କ ଫଟୋ ଏସିଆ କପ୍ ପ୍ରୋମୋରେ ସାମିଲ ହୋଇଥିଲା । ରିପୋର୍ଟ ଅନୁସାରେ, ଆଇସିସି ଟି୨୦ ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ କରିଛି । ତେବେ ଟିକେଟର ପ୍ରୋମୋରେ କେବଳ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଦକ୍ଷିଣ ଆଫ୍ରିକାର ଏଡେନ୍ ମାରକ୍ରମ୍, ଅଷ୍ଟ୍ରେଲିଆ ମିଚେଲ୍ ମାର୍ସ, ଶ୍ରୀଲଙ୍କାର ଦାସୁନ ସନକା ଏବଂ ଇଂଲଣ୍ଡର ହ୍ୟାରି ବ୍ରୁକଙ୍କ ଫଟୋ ରହିଛି । କିନ୍ତୁ ପାକ୍ ଅଧିନାୟକଙ୍କ ଫଟୋ ନାହିଁ ।
ସେ ଆହୁରି କହିଛନ୍ତି ଯେ, ଏବେ ମଧ୍ୟ ସମାନ କିଛି ଘଟିଛି । ଆଇସିସି ଟିକେଟ୍ ବିକ୍ରିର ପ୍ରମୋସନାଲ ଭିଡିଓରେ ସଲମାନ ଅଲ୍ଲୀ ଆଗାଙ୍କୁ ସ୍ଥାନ ଦେଇ ନାହିଁ । ପାକିସ୍ତାନ ଟି୨୦ ରାଙ୍କିରେ ଟପ୍ ୫ ନମ୍ବରରେ ନାହିଁ । କିନ୍ତୁ ଦଳର ଭଲ ଦବଦବା ରହିଛି । ଆଗାମୀ ଦିନରେ ଆଇସିସି ଟିକେଟ୍ ଏବଂ ପ୍ରମୋରେ ପାକିସ୍ତାନ ଅଧିନାୟକଙ୍କୁ ସ୍ଥାନ ଦେବ ବୋଲି ପିସିବି ଆଶା ରଖିଛି । ସେପଟେ ରବିବାର ଧର୍ମଶାଳାରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଶୁବମନ ଗିଲଙ୍କ ଉପରେ ରହିବ । ପ୍ଲେଇଂ ଇଲେଭେନରେ ଗିଲଙ୍କ ସ୍ଥାନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଯଦି ଧର୍ମଶାଳାରେ ଗିଲଙ୍କ ବ୍ୟାଟରୁ ରନ୍ ନଆସେ ତେବେ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ଲାନ୍-Bକୁ ଆପଣାଇ ପାରେ ।
ଏଥିସହ ପଢ଼ନ୍ତୁ: ଖରାପ ଫର୍ମରେ ଗିଲ୍, ଟିମ୍ ଇଣ୍ଡିଆ ନେବ କି ବଡ଼ ନିଷ୍ପତ୍ତି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୃତୀୟ ଟି-୨୦ରୁ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତ କେବଳ ଆଠଟି ମ୍ୟାଚ୍ ବାକି ଅଛି । ତେଣୁ ଆଜିର ମ୍ୟାଚ୍ରେ ଯଦି ଗିଲ୍ ଭଲ ପ୍ରଦର୍ଶନ ନ କରନ୍ତି ତେବେ ଟିମ୍ ମ୍ୟାନେଜମେଣ୍ଟ ପ୍ଲାନ୍-B ଆପଣାଇ ପାରନ୍ତି । ତେବେ ଭାରତ- ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କଟକରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ୫୧ ରନ୍ରେ ଭାରତ ପରାଜୟ ବରଣ କରିଥିଲା । ଯାହାଫଳରେ ଏହି ସିରିଜ୍ ଏବେ ୧-୧ରେ ବରାବର ରହିଛି । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ରେ ୨-୧ରେ ଆଗୁଆ ରହିବାକୁ ଚେଷ୍ଟା କରିବ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories