Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କ୍ରିକେଟ ଜଗତରୁ ସନ୍ନ୍ୟାସ ଘୋଷଣା କଲେ ପୀଷୁଷ ଚାଓ୍ୱଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କ୍ରିକେଟ ଜଗତରୁ ସନ୍ନ୍ୟାସ ଘୋଷଣା କଲେ ପୀଷୁଷ ଚାଓ୍ୱଲା

Key Points

କ୍ରିକେଟ ଜଗତରୁ ସନ୍ନ୍ୟାସ ଘୋଷଣା କଲେ ପୀୟୁଷ ଚାଓ୍ବଲା

କ୍ରିକେଟକୁ ବାଏ ବାଏ କହିଲେ ପୀୟୁଷ

୧୫ ବର୍ଷ ଧରି ଭାରତୀୟ ଦଳର ଅଂଶ ନଥିଲେ

ଜଣକ ପରେ ଜଣେ ଅବସର ନେଉଛନ୍ତି ଭେଟେରାନ କ୍ରିକେଟର। କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ପୀୟୂଷ ଚାଓ୍ୱଲା। ଭାରତୀୟ କ୍ରିକେଟ ଦଳର ସ୍ପିନର ପୀୟୁଷ ଚାୱଲା ସମସ୍ତ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି। ୩୬ ବର୍ଷୀୟ ସ୍ପିନର ଭାରତ ପାଇଁ ୩୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୪୩ଟି ୱିକେଟ୍ ନେଇଛନ୍ତି। ସେ ପ୍ରାୟ ୧୫ ବର୍ଷ ଧରି ଭାରତୀୟ ଦଳର ଅଂଶ ନଥିଲେ। ଏବେ ସେ ତାଙ୍କର ଅବସର ଘୋଷଣା କରିଛନ୍ତି। ପିୟୂଷଙ୍କ ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ ଅବସର ନେଇଥିଲେ।


୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିବା ଦଳରେ ପୀୟୁଷ ଚାୱଲା ମଧ୍ୟ ସାମିଲ ଥିଲେ। ସେହି ସମୟରେ ତାଙ୍କୁ ୨୦୧୧ ମସିହାରେ ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଦଳରେ ମଧ୍ୟ ସାମିଲ କରାଯାଇଥିଲା। ୨୫ଟି ଦିନିକିଆ ୩ଟି ଟେଷ୍ଟ ଓ ୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି। ସେ ମୋଟ୍‌ ୪୩ଟି ଓ୍ୱିକେଟ୍‌ ନେଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଅବସର ଘୋଷଣା କରି ପିୟୂଷ କହିଛନ୍ତି, ''ମୈଦାନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଦେବା ପରେ, ଏବେ ଏହି ସୁନ୍ଦର ଖେଳକୁ ଅଲବିଦା କହିବାର ସମୟ ଆସିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧି କରି ୨୦୦୭ ଟି-୨୦ ବିଶ୍ୱ କପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ଦଳର ଅଂଶ ହେବା ଯାଏ, ଏହି ଅବିଶ୍ୱସନୀୟ ଯାତ୍ରାର ସବୁ ସମୟ କୌଣସି ଆର୍ଶୀବାଦଠୁ କମ୍ ନୁହେଁ । ଏହି ମୂହୁର୍ତ୍ତ ସର୍ବଦା ମୋ ହୃଦୟରେ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
piyush-chawla-announces-retirement-from-all-forms-of-cricket | Argus News