ତମାଖୁ ବିଜ୍ଞାପନରୁ ହଟିବେ ଖେଳାଳି: ତୁରନ୍ତ ନିୟମ ପାଳନ କରିବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ଆମେ ସବୁବେଳେ ଜନସାଧାରଣଙ୍କୁ ସଚେତନ କରିବାକୁ ଧୂମପାନ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ବିଜ୍ଞାପନ ପୂର୍ବରୁ ଲେଖୁଛେ। କିନ୍ତୁ ଦେଶରେ କ୍ରିକେଟପ୍ରେମୀଙ୍କ ସଂଖ୍ୟା ବହୁ ଅଧିକ। କିନ୍ତୁ କ୍ରିକେଟର ଏବଂ ବଲିଉଡ ଷ୍ଟାରମାନେ ପ୍ରାୟତଃ ଏହି ତମାଖୁ ଆଡରେ ନଜର ଆସୁଛନ୍ତି। ଯାହାକି ସେମାନଙ୍କ ପର୍ସନାଲିଟିକୁ ଆଦୌ ଶୋଭା ଦେଉନି। ସେମାନେ ଏସବୁ ବ୍ୟବହାର କରୁ ନ ଥିଲେ ବି କେବଳ ଟଙ୍କା ପାଇଁ ଏସବୁ କରୁଛନ୍ତି। ଯାହାକି ସୋସାଇଟିକୁ ଭଲ ମେସେଜ ଯାଉନି। ଏହି ଆଡକୁ ବନ୍ଦ କରିବାକୁ WHO ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଖାସ୍ କରି ମ୍ୟାଚ୍ ସମୟରେ ଷ୍ଟାଡିୟମରେ ତମାଖୁର ବିଜ୍ଞାପନ ଓ କିଛି କ୍ରିକେଟରମାନେ ମଧ୍ୟ କରୁଥିବା ତମାଖୁର ଜାତୀୟ ବିଜ୍ଞାପନ ରୋକିବାକୁ ଏଥିରେ କୁହାଯାଇଛି।
ବର୍ତ୍ତମାନ ଦେଶର କୌଣସି ଖେଳାଳି ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନରେ ଦେଖାଯିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଆଇସିସିକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ୍ ନେବାକୁ କହିଛନ୍ତି।
ଏହି ପତ୍ରରେ ଡକ୍ଟର ଗୋୟଲ ଲେଖିଛନ୍ତି ଯେ ଖେଳାଳି, ବିଶେଷକରି କ୍ରିକେଟରମାନେ ଦେଶର ଜନତାଙ୍କ ପାଇଁ ଆଦର୍ଶ ହୋଇଥାନ୍ତି । ଏହା ଯୁବକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇପାରେ । ତଥାପି, ଦୁର୍ଭାଗ୍ୟଜନକ ଯେ ଖେଳ ଜଗତରେ ଷ୍ଟାରମାନେ ପ୍ରାୟତଃ ସିଗାରେଟ୍, ବିଡି କିମ୍ବା ପାନ ମସଲା ବିଜ୍ଞାପନ କରୁଥିବା ନଜର ଆସିଛନ୍ତି।
ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ବିସିସିଆଇର ସଭାପତି ରୋଜର ବିନିଙ୍କୁ ଦେଶର ଜନସଂଖ୍ୟାକୁ ସୁସ୍ଥ ରଖିବା ପାଇଁ ସରକାରଙ୍କୁ ସମର୍ଥନ କରିବାକୁ କହିଛନ୍ତି । ଆଇପିଏଲ କିମ୍ବା ଅନ୍ୟ କ୍ରିକେଟ୍ ଟୁର୍ନାମେଣ୍ଟ ସମୟରେ ଏଭଳି ବିଜ୍ଞାପନ ପ୍ରସାର ନ କରାଯାଉ ବୋଲି ସେ ଆବେଦନ କରିଛନ୍ତି।
ଏହି ବିଜ୍ଞାପନରୁ ଖେଳାଳିଙ୍କୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଡକ୍ଟର ଗୋୟଲ ପରାମର୍ଶ ଦେଇଛନ୍ତି ଯେ ବିସିସିଆଇ ଖେଳାଳିଙ୍କଠାରୁ
ଏକ ଆଫିଡେଭିଟ୍ ନେବା ଦରକାର। ଯେଉଁଥିରେ ସେ ଏହି ବିଜ୍ଞାପନରୁ ନିଜକୁ ଦୂରେଇ ରଖିବାକୁ ପ୍ରତିଜ୍ଞା କରିବେ । ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ମଧ୍ୟ ସମାନ ଚିଠି ଲେଖାଯାଇଛି। ତେବେ ଦେଖାଯାଉ କେବେଠାରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର