Videos
|
Sports

ବୀରେନ୍ଦ୍ର ସେହଓ୍ବାଗଙ୍କ ଭାଇଙ୍କୁ ଗିରଫ କଲା ପୋଲିସ

Ritu Das
Browse all articles by Ritu Das
·1 year ago·1 min read
ବୀରେନ୍ଦ୍ର ସେହଓ୍ବାଗଙ୍କ ଭାଇଙ୍କୁ ଗିରଫ କଲା ପୋଲିସ

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହୱାଗଙ୍କ ପରିବାର ସମସ୍ୟାରେ ପଡ଼ିଛନ୍ତି। ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୋଲିସ ଗିରଫ କରିଛି। ଏକ ରିପୋର୍ଟ ଅନୁଯାୟୀ, ବିନୋଦ ସେହୱାଗଙ୍କ ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲା ୭ କୋଟି ଟଙ୍କା ସହିତ ଜଡିତ। କୋର୍ଟରେ ହାଜର ନହେବା ପାଇଁ ତାଙ୍କୁ ପଳାତକ ଘୋଷଣା ମଧ୍ୟ କରାଯାଇଛି। ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦଙ୍କୁ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଷ୍ଟେଶନ ପୋଲିସ ଗିରଫ କରିଛି। ତାଙ୍କର ୭ କୋଟି ଟଙ୍କାର ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଏହି ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ଥିଲା। କିନ୍ତୁ ସେ ହାଜର ହୋଇନଥିଲେ।


ଏହି କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଏଠାରେ କୋର୍ଟ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ, ବିନୋଦ ସେହୱାଗଙ୍କ ଓକିଲ ଜାମିନ ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ। ବିନୋଦଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ମାର୍ଚ୍ଚ ୧୦ ତାରିଖରେ ନିଆଯାଇପାରେ। ସେ ବର୍ତ୍ତମାନ ପାଇଁ ପୋଲିସ ହେପାଜତରେ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police-arrest-virender-sehwags-brother | Argus News