Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏଲ ଖେଳିବେ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ

Sports

ଆଇପିଏଲ ଖେଳିବେ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲ ଖେଳିବେ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ ଏବଂ ଏହାର ଫ୍ୟାନମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଦଳର ଷ୍ଟାର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତାଙ୍କୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ବାରା ଫିଟ ଘୋଷଣା କରାଯାଇଛି। ମଙ୍ଗଳବାର ବୋର୍ଡ ଏହି ସୂଚନା ଦେଇଛି।

ଏହାପୂର୍ବରୁ ସୋମବାର ବିସିସିଆଇ ସଚିବ ଜୟ ଶାହ କହିଥିଲେ ପନ୍ତ ଫିଟ ଅଛନ୍ତି। ଆହତ କାରଣରୁ ଟିମ ଇଣ୍ଡିଆରୁ ଦୂରରେ ଥିବା ପନ୍ତ କିଛି ସମୟ ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଥିଲେ। ଏଠାରେ ୨୬ବର୍ଷୀୟ ଖେଳାଳି ଅଭ୍ୟାସ କରୁଥିବା ଦେଖାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ ଏବଂ ଆଇପିଏଲ ୨୦୨୪ରେ ଫେରିବାକୁ ପ୍ରସ୍ତୁତ। 

ବିସିସିଆଇ ପନ୍ତ ଫିଟ ଘୋଷଣା କରି କହିଛି ଯେ, ଡିସେମ୍ବର ୩୦, ୨୦୨୨ରେ ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ୧୪ ମାସ ଚିକିତ୍ସିତ ହେବାପରେ ରିଷଭ ପନ୍ତ ବର୍ତ୍ତମାନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଆଗାମୀ ଆଇପିଏଲ ପାଇଁ ଫିଟ ଘୋଷିତ ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Ponth will be | Argus News